ସାତ ବର୍ଷ ପରେ ସାଂସଦଙ୍କ ଉଲଗ୍ନ ଫଟୋ ଭାଇରାଲ…

ପ୍ରିଜମ ନ୍ୟୁଜ ବ୍ୟୁରୋ: ସଂସଦ ବାହାରେ ଓ ସଂସଦ ଭିତରେ ଆପଣ ଅନେକ ଅଜବ ଗଜବ ଚିତ୍ର ଓ ଚରିତ୍ର ଦେଖିଥିବେ । ସଂସଦୀୟ ବିତର୍କ ବେଳେ ବିରୋଧୀଙ୍କ ହୋହାଲ୍ଲା ହେଉ କିମ୍ବା ସେମାନଙ୍କ ଗୃହତ୍ୟାଗ ଇତ୍ୟାଦି ଟିଭି ପରଦାରେ ଦେଖିଛନ୍ତି। ବ୍ୟକ୍ତିଗତ ଆରୋପ-ପ୍ରତ୍ୟାରୋପ ମଧ୍ୟରେ ଗୃହ ସରଗରମ ରହିଥାଏ । ଏବେ କିନ୍ତୁ ଆମେ ଆପଣଙ୍କୁ ଏମିତି ଏକ ଖବର ଦେବାକୁ ଯାଉଛୁ ଯାହା ଆପଣଙ୍କ ସଂସଦୀୟ ପରିଚାଳନା ଏବଂ ସାଂସଦଙ୍କ ବ୍ୟବହାରକୁ ଏକ ଭିନ୍ନ ଦୃଷ୍ଟିରେ ଦେଖିବାକୁ ବାଧ୍ୟ କରିବ ।

ସୋସିଆଲ ମିଡିଆରେ ଗତ କିଛି ଦିନ ଧରି ଏକ ଭିନ୍ନ ଧରଣର ଫଟୋ ଭାଇରାଲ ହେଉଛି । ଏହି ଫଟୋରେ ଜଣେ ସାଂସଦ ଉଲଗ୍ନ ହୋଇ ପ୍ରତିବାଦ ଏବଂ ନିଜ କ୍ଷୋଭ ପ୍ରକାଶ କରୁଥିବାର ଦେଖିବାକୁ ମିଳୁଛି । ଏହାକୁ ଅନେକ ଭିନ୍ନ ଦୃଷ୍ଟିରେ ନେଉଥିବା ବେଳେ ସତ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଣେ ମେକ୍ସିକାନ ସାଂସଦ । ଭାଇରାଲ ହୋଇଥିବା ଏହି ଫଟୋଟି ଦୀର୍ଘ ସାତ ବର୍ଷ ତଳର । ସଂସଦରେ ଆଲୋଚନା ଚାଲିଥିବା ବେଳେ ସେ ନିଜ ଶରୀରରୁ ସମସ୍ତ ପୋଷାକ ବାହାର କରିଦେଇଥିଲେ । କେବଳ ଏକ ଅନ୍ତବସ୍ତ୍ର ପରିଧାନ କରି ଦଣ୍ଡାୟମାନ ମୁଦ୍ରାରେ ପ୍ରତିବାଗଦ କରିଥିଲେ । କହିଥିଲେ

‘ତୁମେମାନେ ମୋତେ ଉଲଗ୍ନ ଦେଖି ଲଜ୍ଜା ଅନୁଭବ କରୁଥିବ, କିନ୍ତୁ ତୁମେ ତୁମ ଦେଶର ଉଲଗ୍ନ, ଖାଲିପାଦ, ବେସ୍ତ ବିବ୍ରତ, ବେରୋଜଗାର ଓ ଭୋକିଲା ଏବଂ ଘରୋଇ ଉଦ୍ଯୋଗ ଦ୍ବାରା ଲୁଣ୍ଠିତ ହୋଇ ସମସ୍ତ ଟଙ୍କା ପଇସା ଓ ଧନ ସମ୍ପତ୍ତି ହରାଇ ସାରିଥିବା ନାଗରିକମାନଙ୍କୁ ଦେଖି ଲଜ୍ଜିତ ହେଉନାହଁ’

ସୋସିଆଲ ମିଡିଆରେ ଏହା ଭାଇରାଲ ହେବା ପରେ ଅନେକ ମତ ରଖିଛନ୍ତି । ଜଣେ ଫେସବୁକ ୟୁଜର୍ସଙ୍କ କହିବା କଥା ‘ଆମର ଯୋଉ ନେତାମାନେ ବିଦେଶ ଯାଉଛନ୍ତି ଶିକ୍ଷା ଲାଭ କରିବାକୁ, ଏଥିରୁ କିଛି ଶିଖନ୍ତୁ,ବୋଧେ ଏ ଗୁଡା ଦେଖାଯାଉ ନ ଥିବ ସେମାନଙ୍କୁ’ ।

https://www.facebook.com/photo?fbid=10219224486623327&set=a.4996266304784

ଅନ୍ୟଜଣଙ୍କ କହିବା କଥା ‘ଆମ ସାଂସଦ କେଉଁଦିନ ଏ ସବୁ କରିବେ ?’

%d bloggers like this: