କରୋନାରୁ ସୁରକ୍ଷା ଦେବା ସହ ରକ୍ତରେ ଅମ୍ଳଜାନ ବୃଦ୍ଧି କରେ ଏସବୁ ଖାଦ୍ୟ

କରୋନାରୁ ସୁରକ୍ଷା ଦେବା ସହ ରକ୍ତରେ ଅମ୍ଳଜାନ ବୃଦ୍ଧି କରେ ଏସବୁ ଖାଦ୍ୟ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କରୋନାର ଦ୍ୱିତୀୟ ଲହର ସବୁ ବର୍ଗର ଲୋକଙ୍କ ପାଇଁ ଭୟଙ୍କର ସାବ୍ୟସ୍ତ ହୋଇଛି। ଆକ୍ରାନ୍ତ ଲୋକଙ୍କ ପାଇଁ ଅମ୍ଳଜାନ ଜରୁରୀ ହୋଇପଡିଛି। ଅଧିକ ଫୁସଫୁସ୍ ସଂକ୍ରମିତ ହେଉଛି। ଏପରି ପରିସ୍ଥିତିରେ ରକ୍ତରେ ଅମ୍ଳଜାନ ପରିମାଣ ସନ୍ତୁଳିତ ରଖିବା ଜରୁରୀ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ଆଇରନ୍, ଭିଟାମିନ୍-ସି ଏବଂ ଫୋଲିକ୍ ଏସିଡ୍ ଥିବା ଖାଦ୍ୟ ସହ ହିମୋଗ୍ଲୋବିନ୍ ସୃଷ୍ଟି କରୁଥିବା ଖାଦ୍ୟ ଖାଇବା ନିତାନ୍ତ ଆବଶ୍ୟକ । ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି ଖାଦ୍ୟ ବିଷୟରେ କହୁଛୁ ଯାହା ଶରୀରରେ ହିମୋଗ୍ଲୋବିନ୍ ବୃଦ୍ଧି କରିଥାଏ।
ଚିଙ୍ଗୁଡ଼ି
କମ୍ କ୍ୟାଲୋରୀ ପ୍ରୋଟିନ୍ ପାଇଁ ଚିଙ୍ଗୁଡ଼ି ଏକ ଭଲ ଉତ୍ସ ହୋଇଥାଏ। ଭିଟାମିନ୍ ବି -୧୨, ଫସଫରସ୍, ସେଲେନିୟମ୍, କୋଲିନ୍, କାଁପର, ଆୟୋଡିନ୍ ଏବଂ କିଛି ଆଣ୍ଟିଅକ୍ସିଡେଣ୍ଟ ଭଳି ପୋଷକ ତତ୍ତ୍ୱରେ ଚିଙ୍ଗୁଡ଼ିରେ ଭରପୂର ରହିଥିବା ବେଳେ ପ୍ରୋଟିନର ଏକ ଉତ୍ତମ ଉତ୍ସ ଭାବେ ଚିଙ୍ଗୁଡ଼ି ପରିଗଣିତ ହୋଇଥାଏ। ଏହା ସହ ଚିଙ୍ଗୁଡ଼ି ଖାଇବା ଦ୍ଵାରା ଅନ୍ୟ ସ୍ବାସ୍ଥ୍ୟ ଉପକାର ମିଳିଥାଏ।
କମଳା
ଭିଟାମିନ୍-ସି ଭରପୁର ମାତ୍ରାରେ କମଳାରେ ରହିଥାଏ । ଏହା ସହ କମଳା ତନ୍ତୁଯୁକ୍ତ ଅଟେ। ଏଥିରେ ଉପଯୁକ୍ତ ପରିମାଣର ଭିଟାମିନ୍-ବି ଏବଂ ଏ ରହି ଥାଏ । ଏହା ବ୍ୟତୀତ ଫୋଲେଟ୍, ପୈଟୋଥେନିକ୍ ଏସିଡ୍, କ୍ୟାଲସିୟମ୍, କାଁପର ଏବଂ ପୋଟାସିୟମ୍ ପରି ପୁଷ୍ଟିକର ତତ୍ତ୍ୱ ଏଥିରେ ରହିଥାଏ ।

ନେଟଲ୍
ଏଥିରେ ଅନେକ ପ୍ରକାରର ଫ୍ଲେବୋନୋଇଡ୍ ଏବଂ ଭିଟାମିନ୍ ରହିଥାଏ । ଯେପରିକି କ୍ୱେରସେଟିନ୍, ଭିଟାମିନ୍-ବି, ସି ଏବଂ କେ-୧। ଏଥିରେ କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମ୍ ମଧ୍ୟ ରହିଥାଏ। ଏହାକୁ ମହୁ ସହିତ ମିଶାଇ ଖାଇଲେ ଅଧିକ ଲାଭ ଦାୟକ ହୋଇଥାଏ। ବା

ବାଦାମ ଯୁକ୍ତ କ୍ଷୀର
ବାଦାମ କ୍ଷୀରରେ ଅନେକ ଭିଟାମିନ୍ ଏବଂ ମିନେରାଲ୍ସ ଥାଏ । ଯେପରିକି କ୍ୟାଲସିୟମ୍, ଆଇରନ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଫୋଲେଟ୍, ରାଇବୋଫ୍ଲେବିନ୍, ଥିୟାମିନ୍ ଏବଂ ଭିଟାମିନ୍-ସି, ଇ ଏବଂ ବି-୬ ରହିଥାଏ।

ସେଓ
ହିମୋଗ୍ଲୋବିନ୍ ବୃଦ୍ଧି ପାଇଁ ଏହା ଏକ ଉତ୍ତମ ଉତ୍ସ । ସେଓରେ ଆଣ୍ଟିଅକ୍ସିଡେଟ୍, ଫ୍ଲେବୋନୋଇଡ୍ ଏବଂ ଫାଇବରଯୁକ୍ତ ହୋଇଥାଏ, ଯେଉଁଥିରେ ଫାଇଟୋନ୍ୟୁଟ୍ରିଏଟସ୍, ବି-କମ୍ପେଲ୍ସ ଭିଟାମିନ୍, ଭିଟାମିନ୍ ସି, କ୍ୟାଲସିୟମ୍, ପୋଟାସିୟମ୍ ଏବଂ ଫସଫରସ୍ ରହିଥାଏ। ଏହାସହ ସେଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହ ହୃତପିଣ୍ଡକୁ ସୁସ୍ଥ ରଖିଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: