କାହିଁକି ନିଜ କ୍ୟାରିୟରରେ ଫେଲ୍ ମାରିଲେ ସୁନୀଲ ସେଟ୍ଟୀ, ଏତେ ବର୍ଷ ପରେ କଲେ ଖୁଲାସା

କାହିଁକି ନିଜ କ୍ୟାରିୟରରେ ଫେଲ୍ ମାରିଲେ ସୁନୀଲ ସେଟ୍ଟୀ, ଏତେ ବର୍ଷ ପରେ କଲେ ଖୁଲାସା

ପ୍ରିଜମ ନ୍ୟୁୁଜ୍ ବ୍ୟୁୁରୋ: ବଲିଉଡରେ ଅନେକ କଳାକାର ଏକା ସାଙ୍ଗରେ ସେମାନଙ୍କର ଫିଲ୍ମ ଇନିଂସ ଆରମ୍ଭ କରିଥିଲେ । କିନ୍ତୁ ସମସ୍ତେ ସମାନଙ୍କ ସଫଳତା ବଜାୟ ରଖି ପାରନ୍ତି ନାହିଁ। କେତେକ ଷ୍ଟାର୍ ନିଜ ଅଭିନୟ କୁହନ୍ତୁ କି ଭାଗ୍ୟ କାରଣରୁ ସର୍ବୋଚ୍ଚ ଶିଖରରେ ପହଞ୍ଚି ମେଗାଷ୍ଟାର୍ ହୋଇଥିବା ବେଳେ, ଆଉ କେତେକ କେବଳ କେତୋଟି ଚରିତ୍ର କରି ରହିଯାଆନ୍ତି। ସେମିତି ଜଣେ ଜଣାଶୁଣା ଷ୍ଟାର ହେଉଛନ୍ତି ଅଭିନେତା ସୁନୀଲ ସେଟ୍ଟୀ । ସେ ଅକ୍ଷୟ କୁମାରଙ୍କ ସହ କ୍ୟାରିୟର ଆରମ୍ଭ କରିଥିଲେ । ଅଜୟ ଦେବଗନ୍ ମଧ୍ୟ ତାଙ୍କର ସମସାମୟିକ । ତେବେ ଏହି ତିନି ଜଣ ତାରକାଙ୍କ ମଧ୍ୟରୁ ସୁନୀଲ ସେଟ୍ଟୀ, ଅଜୟ ଏବଂ ଅକ୍ଷୟ କୁମାରଙ୍କ ପରି ସିନେମା ଜଗତରେ ନିଜର ସ୍ବତନ୍ତ୍ର ମାଇଲଖୁଣ୍ଟ ଛୁଇଁ ପାରିନାହାନ୍ତି । ତେବେ ନିଜର ଦମଦାର ଅଭିନୟ ପରେ କଣ ପାଇଁ ସୁନୀଲ ସେଟ୍ଟୀ ସେହି ସ୍ଥାନରେ ପହଞ୍ଚିବାକୁ ସକ୍ଷମ ହୋଇନାହାନ୍ତି ଆସନ୍ତୁ ଜାଣିବା।

ସୁନୀଲ ସେଟ୍ଟୀଙ୍କ କହିବା କଥା, ସେ ସବଜେକ୍ଟ ଉପରେ ଗୁରୁତ୍ବ ଦେଉଥିଲେ କିନ୍ତୁ ମାର୍କେଟିଂରେ ପଛରେ ପଡ଼ିଗଲେ। ଗଣମାଧ୍ୟମ ସହ ଏକ ବାର୍ତ୍ତାଳାପରେ ସୁନୀଲ କହିଛନ୍ତି ଯେ, ଜଣେ ସୁନୀଲ ଅଛି ଯିଏ ଅନେକ ବର୍ଷ ପରେ ବିଫଳ ହୋଇଥିଲେ କାରଣ ସେ ବିଷୟବସ୍ତୁ ଉପରେ ବିଶ୍ୱାସ କରୁଥିଲେ, କିନ୍ତୁ ମାର୍କେଟିଂରେ ପଛରେ ରହିଗଲେ । ମୋର ସମସ୍ୟା ଏ ନୁହେଁ ଯେ, ମୁଁ ଟାଇପକାଷ୍ଟ ଅଟେ, ମୋର ସମସ୍ୟା ହେଉଛି ମୁଁ ସବୁବେଳେ ସେଫ୍ ଥିଲି । ଯଦି ଆପଣ କେବଳ ଅଳ୍ପ ଲୋକଙ୍କ ସହିତ କାମ କରିବେ କିମ୍ବା ଜଣେ ନିର୍ଦ୍ଦେଶକଙ୍କ ସହିତ କାମ କରିବେ। ଏହାର ଅର୍ଥ ତୁମ ପାଖରେ ନିଷ୍ପତ୍ତି ନେବାର କ୍ଷମତା ନାହିଁ। ’ସୁନୀଲ ସେଟ୍ଟୀ ଏହା ମଧ୍ୟ କହିଛନ୍ତି ଯେ, ଆଜିର ଦିନରେ ସୁନୀଲ ସେଟ୍ଟୀଙ୍କ ସହ ୫୦ କୋଟିର ଫିଲ୍ମ କରି ରିସ୍କ୍ ନେବାକୁ କେହି ଚାହିଁବେ ନାହିଁ, କିନ୍ତୁ ସେ ନିଶ୍ଚିତ ଭାବରେ ଅକ୍ଷୟ କୁମାରଙ୍କ ସହ ୫୦୦ କୋଟିର ଚଳଚ୍ଚିତ୍ର କରିବାକୁ ରାଜି ହୋଇଯିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ତାଙ୍କ ପୁଅ ଅହାନ୍ ମଧ୍ୟ ତାଙ୍କ ବଲିଉଡ ଡେବ୍ୟୁ ପାଇଁ ପ୍ରସ୍ତୁତ ଅଛନ୍ତି। ତାଙ୍କ ଯାତ୍ରା ତାଙ୍କ ପୁଅର କ୍ୟାରିଅରକୁ ଆଗକୁ ନେବାରେ ସହାୟ ହେବ ବୋଲି ସୁନୀଲ କହିଛନ୍ତି। ସୁନୀଲ ଏହା ମଧ୍ୟ କହିଛନ୍ତି ଯେ ‘ମୁଁ କହିଲି ଯେ, ମୁଁ ଭୁଲ କରିଛି ଏବଂ ମୁଁ ଏଥିରେ ଖୁସି ଅଛି। ବୋଧହୁଏ ମୁଁ ମୋ ଭୁଲରୁ ଶିଖିଥିବା ଜିନିଷ ମୋ ପୁଅ ପାଇଁ କାମ ଦେବ।
ଉଲ୍ଲେଖନୀୟ କଥା ହେଉଛି, ସୁନୀଲଙ୍କ ଝିଅ ଆଥିଆ ସେଟ୍ଟୀ ୨୦୧୫ ମସିହାରେ ବଲିଉଡରେ ଡେବ୍ୟୁ କରିଥିଲେ ମଧ୍ୟ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ଅନ୍ୟ ଷ୍ଟାର୍ କିଡଙ୍କ ତୁଳନାରେ ସେତେ ଭଲ ନାହିଁ। ଏବେ ସୁନୀଲଙ୍କ ପୁଅ ଅହାନ୍ ବଲିଉଡରେ ପାଦ ଦେବାକୁ ଯାଉଛନ୍ତି। ତାଙ୍କର ପ୍ରଥମ ଫିଲ୍ମରେ ତାରା ସୁତାରିଆ ପ୍ରମୁଖ ଭୂମିକାରେ ନଜର ଆସିବେ । ସେ ଅଭିନୟ କରୁଥିବା ଏହି ସିନେମାର ନାମ ହେଉଛି ‘ତଡ଼ପ’।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: