କୋଟିଏ ମୁହାଁ କରୋନା ସଂକ୍ରମଣ ସଂଖ୍ୟା

କୋଟିଏ ମୁହାଁ କରୋନା ସଂକ୍ରମଣ ସଂଖ୍ୟା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ:  ଆଜି ପୁଣି କରୋନା ସଂକ୍ରମଣ ତଥ୍ୟ ଆମ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଦୈନିକ ସଂକ୍ରମଣ ହାରରେ ଅହେତୁକ ବୃଦ୍ଧି ଘଟିବା ସହ ଆଗକୁ ଏହି ସଂଖ୍ୟା ଏମିତି ବଢ଼ିବ ବୋଲି ଅନୁମାନ କରାଯାଉଛି । ଦୈନିକ ସଂକ୍ରମଣ ସଂଖ୍ୟାରେ ଏମିତି ବୃଦ୍ଧି ଘଟିଲେ କିଛି ସପ୍ତାହ ମଧ୍ୟରେ ହିଁ ଦେଶରେ ସଂକ୍ରମଣ ହାର କୋଟିଏ ଟପିଯିବ ।

ଗତ ୨୪ ଘଣ୍ଟା ମଧ୍ୟରେ ୬୨,୨୧୨ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୭୪ ଲକ୍ଷ ୩୨ ହଜାର ୬୮୧ରେ ପହଞ୍ଚିଛି। ଏହି ସଂଖ୍ୟା ଗତ କିଛି ମାସ ଧରି ଜାରି ରହିଛି । ଆଗକୁ ଏହି ସଂଖ୍ୟା ଏମିତି ବଢ଼ି ବଢ଼ି ଚାଲିବ ବୋଲି ଆଶଙ୍କା କରାଯାଉଛି ।

ଦେଶରେ ୬୫ ଲକ୍ଷ ୨୪ ହଜାର ୫୯୫ ଆକ୍ରାନ୍ତ ସୁସ୍ଥ ହୋଇ ସାରିଥିବା ବେଳେ ଏଯାବତ୍‌ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୯୫୦୮୭ ଜଣ। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୮୩୭ ଜଣଙ୍କର କରୋନା ହେତୁ ମୃତ୍ୟୁ ଘଟିଛି। ନୂଆ ମୃତକଙ୍କୁ ମିଶାଇ ଦେଶରେ ‌କରୋନଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୨ ହଜାର ୯୯୮ ଛୁଇଁଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।