ଜମ୍ମୁ କାଶ୍ମୀରରେ ଧାରା ୩୭୦ ଲାଗୁ କରିବାକୁ ଦାବି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ମୁଫତିଙ୍କ ମୁକ୍ତିର ଗୋଟିଏ ଦିନ ପରେ ପୁଣି ଥରେ ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଲାଗୁ କରିବାକୁ ଦାବି। ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ବାସଭବନରେ ଗୁପକାର କମିଟି ବୈଠକ ହୋଇଛି। ଏଥିରେ ମେହବୁବା ମୁଫତିଙ୍କ ସମେତ ଅନେକ ଏନସି ଓ ପିଡିପି ନେତା ସାମିଲ ହୋଇଥିଲେ। ତେବେ ବୈଠକରେ ସାମିଲ ହେବା ପାଇଁ କଂଗ୍ରେସକୁ ଆମନ୍ତ୍ରଣ ମିଳିଥିଲେ ବି କୌଣସି କଂଗ୍ରେସ ନେତା ସାମିଲ ହୋଇ ନ ଥିଲେ। ସେପଟେ ଗୁପକାର କମିଟି ବୈଠକ ବିରୋଧରେ ରାଜ୍ୟ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶିତ ହୋଇଛି। ଧାରା ଉଚ୍ଛେଦ ପରେ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ହୋଇଥିବାବେଳେ ବ୍ୟକ୍ତିଗତ ଲାଭ ଓ ରାଜନୈତିକ ଫାଇଦା ନେବା ପାଇଁ କିଛି ନେତା ପ୍ରୟାସ କରୁଥିବା ବିଜେପି ଅଭିଯୋଗ କରିଛି।

%d bloggers like this: