କୋଭିଡ୍ ମାମଲାରେ ଆମେରିକାକୁ ପଛରେ ପକାଇଲା ଭାରତ

କୋଭିଡ୍ ମାମଲାରେ ଆମେରିକାକୁ ପଛରେ ପକାଇଲା ଭାରତ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଦୈନିକ ସଂକ୍ରମଣରେ ଭାରତ ଆମେରିକାକୁ ପଛରେ ପକାଇ ୧ ନମ୍ବର ସ୍ଥାନରେ ରହିଛି । ଦେଶରେ ବର୍ତ୍ତମାନ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୫ ଲକ୍ଷ ଟପିଛି । ଗତ କିଛି ସପ୍ତାହ ମଧ୍ୟରେ ଭାରତରେ ସଂକ୍ରମଣ ବଢ଼ିଚାଲିଛି। ଗତ କିଛିଦିନ ହେଲା ଦୈନିକ ସଂକ୍ରମଣ ମାମଲା ୭୦ ହଜାରରୁ ଅଧିକ ରହିବା ସହ ମୋଟ୍‌ ସଂକ୍ରମଣ ମାମଲା ୩୫ ଲକ୍ଷ ଟପିଯାଇଛି। ତେବେ ଗତକାଲିର ସଂକ୍ରମଣ ମାମଲା ବିଶ୍ବରେ ସର୍ବାଧିକ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୪୮ ଜଣଙ୍କ କରୋନରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ୩୫ ଲକ୍ଷ ୪୨ ହଜାର ୭୩୪ ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ୬୩ ହଜାର ୪୯୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଆରୋଗ୍ୟଙ୍କ ସଂଖ୍ୟା ୨୭ ଲକ୍ଷ ଟପିଯାଇଛି। ଦେଶରେ ଆରୋଗ୍ୟ ହାର ୭୬.୬୧ ପ୍ରତିଶତକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଦେଶରେ କରୋନା ଜନିତ ମୃତ୍ୟୁ ହାର ୧.୭୯ ପ୍ରତିଶତକୁ ହ୍ରାସ ପାଇଛି।

ଆମେରିକା ଏବଂ ବ୍ରାଜିଲ୍‌ ପରେ ଭାରତ ବିଶ୍ବରେ ତୃତୀୟ ସର୍ବାଧିକ କରୋନା ପ୍ରଭାବିତ ରାଷ୍ଟ୍ର। ଅଗଷ୍ଟ ୪ ତାରିଖ ପରଠାରୁ ଭାରତରେ ଦୈନିକ ସଂକ୍ରମଣ ମାମଲା ବଢ଼ିଚାଲିଛି। ଦେଶରେ କରୋନା ସଂକ୍ରମଣ ୩୫ ଲକ୍ଷ ଅତିକ୍ରମ କରିବା ପାଇଁ ୨୧୩ ଦିନ ଲାଗିଛି। ଗତ ସପ୍ତାହକ ମଧ୍ୟରେ ଦେଶରେ ୫ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁ ଏବଂ ଉତ୍ତରପ୍ରଦେଶରୁ ସର୍ବାଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି। ତେବେ ଗତ କିଛି ଦିନ ମଧ୍ୟରେ ଦୈନିକ ସଂକ୍ରମଣ ବଢ଼ିବା ସହ ସକ୍ରିୟ ମାମଲା ମଧ୍ୟ ବୃଦ୍ଧି ପାଇଛି। ଗତ ୪ ଦିନ ମଧ୍ୟରେ ସକ୍ରିୟ ମାମଲା ପ୍ରାୟ ୪୯ ହଜାର ବୃଦ୍ଧି ପାଇଛି।

Mumbai Municipal Hospital Dr’s medical team inspect a man in slum area in Mumbai, where government found suspected cases. THE WEEK Picture by Amey Mansabdar (Print/OnLine) 06/04/2020

ଦେଶରେ ‌ଏବେ ମୋଟ୍‌ ୭ ଲକ୍ଷ ୬୬ ହଜାର ୨୨୬ ସକ୍ରିୟ ମାମଲା ରହିଛି। ତେବେ ୫ ଦିନରେ ପ୍ରଥମ ଥର ପାଇଁ ଦେଶରେ କରୋନା ମୃତ୍ୟୁ ୧ ହଜାରରୁ କମ୍‌ ରହିଛି। ଆସାମରେ ପ୍ରଥମ ସଂକ୍ରମଣ ଚିହ୍ନଟ ହେବାର ୫ ମାସ ପରେ ଗତକାଲି ସଂକ୍ରମଣ ମାମଲା ୧ ଲକ୍ଷ ଟପିଛି। ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁ ଏବଂ ଉତ୍ତରପ୍ରଦେଶରେ ଲଗାତାର ସଂକ୍ରମଣ ବଢ଼ିଚାଲିଛି।

%d bloggers like this: