ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବ୍ୟାକ୍ଟେରିଆ ହତିଆର, ଜାଣନ୍ତୁ କିଏ ହୋଇଛି ସଫଳ

ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବ୍ୟାକ୍ଟେରିଆ ହତିଆର, ଜାଣନ୍ତୁ କିଏ ହୋଇଛି ସଫଳ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ଇଣ୍ଡୋନେସିଆରେ ଡେଙ୍ଗୁ ମାମଲା ହ୍ରାସ କରିବାକୁ ଏକ ନୂଆ ପ୍ରକ୍ରିୟାର ସାହାରା ନିଆଯାଇଛି। ମଶା ଦେହରେ ଏମିତି ଏକ ବ୍ୟାକ୍ଟେରିଆ ପ୍ରବେଶ କରାଯାଉଛି, ଯାହା ଫଳରେ ଡେଙ୍ଗୁ ଭୂତାଣୁର ସଂକ୍ରମଣ ପ୍ରଭାବ ହ୍ରାସ ପାଇଯାଉଛି। ଏହାପରେ ମଶାମାନଙ୍କୁ ଖୋଲା ଛାଡ଼ି ଦିଆଯାଇଛି। ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ଏହାଯୋଗୁ ୭୭ ପ୍ରତିଶତ ଡେଙ୍ଗୁ ମାମଲା ହ୍ରାସ ପାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ, ଡେଙ୍ଗୁ ଭାଇରସ୍ ପ୍ରତିବର୍ଷ ୪୦ କୋଟି ଲୋକଙ୍କୁ ସଂକ୍ରମିତ କରିଥାଏ ଏବଂ ପ୍ରାୟ ୨୫ ହଜାର ଲୋକଙ୍କ ମୃତ୍ୟୁ ହୋଇଥାଏ।

ଏମିତି ହୋଇଥିଲା ରିସର୍ଚ୍ଚ:
ଇଣ୍ଡୋନେସିଆର ଯୋଗ୍ୟକାର୍ତ୍ତା ୟୁନିଭର୍ସିଟିର ବିଶେଷଜ୍ଞମାନେ ଏନେଇ ଗବେଷଣା କରିଥିଲେ। ଏହି ଗବେଷଣା ପରେ ଏବେ ଡେଙ୍ଗୁ ସଂକ୍ରମଣକୁ ରୋକାଯିବା ନେଇ ଆଶା ଉଜ୍ଜୀବିତ ହୋଇଛି। ଗତ ୩ ବର୍ଷରେ ପ୍ରାୟ ୩ ଲକ୍ଷ ଏଭଳି ମଶା ଖୋଲାରେ ଛାଡ଼ି ଦିଆଯାଇଛି। ସେମାନଙ୍କ ଦେହରେ ବୋଲବାଚିଆ ନାମକ ବ୍ୟାକ୍ଟେରିଆ ପ୍ରବେଶ କରାଯାଇଛି। ଏହି ମଶାମାନଙ୍କୁ ସହରର ବିଭିନ୍ନ ସ୍ଥାନରେ ଛାଡ଼ି ଦିଆଯାଇଛି। ତେବେ ଇଣ୍ଡୋନେସିଆରେ ପ୍ରତିବର୍ଷ ୭୦ ଲକ୍ଷ ଲୋକ ଡେଙ୍ଗୁ ସଂକ୍ରମିତ ହୋଇଥାନ୍ତି।

୫୦ ବର୍ଷରେ ଡେଙ୍ଗୁ ମାମଲା ୩୦ ଗୁଣ ବୃଦ୍ଧି
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ମୁତାବକ, ଗତ ୫୦ ବର୍ଷରେ ଡେଙ୍ଗୁ ମାମଲା ୩୦ ଗୁଣା ବୃଦ୍ଧି ପାଇଛି। ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରଥମେ ଅଷ୍ଟ୍ରେଲିଆରେ ବୋଲବାଚିଆ ବ୍ୟାକ୍ଟେରିଆ ମଶାଙ୍କ ଦେହରେ ପ୍ରବେଶ କରାଯାଇଥିଲା। ୨୦୧୮ରେ ଏହାର ପ୍ରଥମ ପ୍ରୟୋଗ କରାଯାଇଥିଲା।
ଭିଏତନାମରେ ମଧ୍ୟ ଏହାର ପ୍ରୟୋଗ କରାଯାଇଥିଲା
ଇଣ୍ଡୋନେସିଆ ସମେତ ଭିଏତନାମରେ ମଧ୍ୟ ଏହି ପ୍ରୟୋଗ କରାଯାଇଥିଲା। ଏଠାରେ ୮୬ ପ୍ରତିଶତ ଡେଙ୍ଗୁ ରୋଗ ନିୟନ୍ତ୍ରଣ ହୋଇଥିଲା। ତେବେ ବିଶ୍ୱର ବଡ଼ବଡ଼ ବୈଜ୍ଞାନିକମାନେ ଏହି ପ୍ରକ୍ରିୟାକୁ ‘ଗୋଲ୍ଡ ଷ୍ଟାଣ୍ଡାର୍ଡ ଟ୍ରାଏଲ’ ବୋଲି ନାମକରଣ କରିଛନ୍ତି।

%d bloggers like this: