ବର୍ଷ ସାରା କମ୍ ରହିବ ଜିଡିପି! ଆଜି ଆସୁଛି ପ୍ରଥମ କ୍ୱାର୍ଟରର ଘରୋଇ ଉତ୍ପାଦ ହାର

ବର୍ଷ ସାରା କମ୍ ରହିବ ଜିଡିପି! ଆଜି ଆସୁଛି ପ୍ରଥମ କ୍ୱାର୍ଟରର ଘରୋଇ ଉତ୍ପାଦ ହାର

ପ୍ରିଜମ ନ୍ୟୁଜ୍ ବ୍ୟୁରୋ:  କରୋନା ମହାମାରୀ ଆନୁଷ୍ଠାନିକ କ୍ଷେତ୍ର ଅପେକ୍ଷା ଅନୌପଚାରିକ କ୍ଷେତ୍ରକୁ ଅଧିକ ପ୍ରଭାବିତ କରିଛି ।ପ୍ରକୃତ ଅଭିବୃଦ୍ଧି ହାର କେବଳ ପ୍ରଥମ ତିନି ମାସରେ ନୁହଁ, ବରଂ ପୂରା ଆର୍ଥିକ ବର୍ଷରେ ମଧ୍ୟ କମ୍‌ ରହିବ ବୋଲି ଆଶା କରାଯାଉଛି । ପ୍ରଥମ କ୍ୱାର୍ଟରର ଘରୋଇ ଉତ୍ପାଦ ହାର ବା ଜିଡିପି ଘୋଷଣା ପୂର୍ବରୁ ଏଭଳି ଆଶଙ୍କା କରିଛନ୍ତି ଅର୍ଥନୀତିଜ୍ଞ ।

ସେମାନଙ୍କ କହିବା କଥା ବର୍ତ୍ତମାନ ସ୍ଥିତିରେ ଖାଉଟି ମୂଲ୍ୟ ସୂଚକାଙ୍କ ଓ ହୋଲ୍‌ସେଲ୍‌ ମୂଲ୍ୟ ସୂଚକାଙ୍କ ଭିନ୍ନ ଦେଖିବାକୁ ମିଳୁଛି । ରାଜସ୍ୱ ସଂଗ୍ରହ ପାଇଁ ନାମମାତ୍ର ଅଭିବୃଦ୍ଧି ସଂଖ୍ୟା ଗୁରୁତ୍ୱପୂର୍ଣ୍ଣ । ୨୦୧୯-୨୦ରେ ନାମମାତ୍ର ଜିଡିପି ଅଭିବୃଦ୍ଧି ୭.୨ ପ୍ରତିଶତକୁ ହ୍ରାସ ପାଇଛି । ଯାହା ୧୯୭୫-୭୬ ପରଠାରୁ ସର୍ବନିମ୍ନ । ମହାମାରୀ, ଜିଡିପି ବୃଦ୍ଧିରେ ବ୍ୟାଘାତ ସୃଷ୍ଟି କରିଛି । ଲକ୍‌ଡାଉନ୍‌ ସମୟରେ ୪୦୦ ମିଲିୟନ୍‌ରୁ ଅଧିକ କର୍ମଜୀବୀ ଅସୁବିଧା ଭୋଗୁଛନ୍ତି । ରୋଜଗାର ଅଣକୃଷି କ୍ଷେତ୍ର ମହାମାରୀ ଯୋଗୁ ଅଧିକ ଯନ୍ତ୍ରଣା ଦେଇଛି ।

ତେବେ ଦେଖିବାର କଥା ଆଜି ଆସିବାକୁ ଥିବା ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରର ଜିଡିପି କଣ ଦିଶା ନିର୍ଦ୍ଧାରଣ କରୁଛି । ଏପ୍ରିଲରୁ ଜୁନ୍‌ ତିନି ମାସ ପାଇଁ ଆଜି ଜିଡିପି ପ୍ରକାଶ କରିବ NSO ବା ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ । ଏହି ତଥ୍ୟ ଏକ ଆର୍ଥିକ ସଂକୋଚନକୁ ପ୍ରତିଫଳିତ କରିପାରେ ବୋଲି ଅର୍ଥନୀତିଜ୍ଞମାନେ ମତ ରଖିଛନ୍ତି । ଅଭିବୃଦ୍ଧି ମାଇନସ୍‌ ୧୬.୫ ପ୍ରତିଶତରୁ ମାଇନସ୍‌ ୧୯.୨ ପ୍ରତିଶତ ରହିପାରେ । SBI ଇକୋଓ୍ଵାର୍ପ ୧୬.୫ ପ୍ରତିଶତ କମିବ ବୋଲି ଆଶା ରଖିଛି । HSBC ସିକ୍ୟୁରିଟି ଏବଂ କ୍ୟାପିଟାଲ ମାର୍କେଟ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ୧୭. ୫ ପ୍ରତିଶତ କମିବା ଆଶା ରଖିଛି । ୧୫ ଜଣ ଅର୍ଥନୈତିଜ୍ଞଙ୍କ ସର୍ଭେ ଅନୁସାରେ ୧୯.୨ ପ୍ରତିଶତ କମିପାରେ ।

%d bloggers like this: