ପୁଣି ୫ ମୁଣ୍ଡ ନେଲା କୋରୋନା, ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ କଲା ଆକ୍ରାନ୍ତଙ୍କ ସଂଖ୍ୟା

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ରାଜ୍ୟରେ ଆଜି କୋରୋନା ଆଉ ୫ ମୁଣ୍ଡ ନେଇଛି। ମୃତକଙ୍କ ମଧ୍ୟରେ ଚାରି ଜଣ ପୁରୁଷ ଥିବାବେଳେ ଜଣେ ମହିଳା ଅଛନ୍ତି। କନ୍ଧମାଳ ଜିଲ୍ଲାରେ କୋରୋନା ଜନିତ ପ୍ରଥମ ମୃତ୍ୟୁ ହୋଇଛି। ଏହାସହ ରାଜ୍ୟରେ ମୋଟ୍ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୮ ଛୁଇଁଛି।ଗଞ୍ଜାମ ଜିଲ୍ଲାରେ ଆଉ ୩ ମୁଣ୍ଡ ନେଇଛି କରୋନା । ମୃତକଙ୍କ ଭିତରେ ଜଣେ ୪୦ ବର୍ଷୀୟ ମହିଳା, ୬୧ ବର୍ଷୀୟ ପୁରୁଷ ଓ ୬୦ ବର୍ଷୀୟ ପୁରୁଷ ଅଛନ୍ତି । ସେମାନଙ୍କର ଡାଏବେଟିସ୍ ଓ ଉଚ୍ଚ ରକ୍ତଚାପ ଥିଲା । ଗଞ୍ଜାମ ଜିଲ୍ଲାରେ ୬୨କୁ ବୃଦ୍ଧି ପାଇଛି କରୋନା ମୃତ୍ୟୁ ସଂଖ୍ୟା ।ଗଜପତି ଜିଲ୍ଲାର ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କ ଜୀବନ ନେଇଛି କରୋନା । ତାଙ୍କର ଡାଏବେଟିସ୍, ଉଚ୍ଚ ରକ୍ତଚାପ ଥିଲା । ଏହାସହ ଗଜପତି ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି ।


ସେହିପରି ରାଜ୍ୟରେ ଆଜି ଗୋଟିଏ ଦିନରେ ୧ ହଜାର ୭୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: