ସମାଜସେବୀ ଅଭିମନ୍ୟୁ ଦାସଙ୍କୁ ପ୍ରଶଂସା କଲେ ମହମ୍ମଦ କୈଫ୍, ପଦ୍ମ ପୁରସ୍କାର ପାଇଁ ସୋସିଆଲ ମିଡିଆରେ ଦାବି, ଜାଣନ୍ତୁ କାହିଁକି ?

ସମାଜସେବୀ ଅଭିମନ୍ୟୁ ଦାସଙ୍କୁ ପ୍ରଶଂସା କଲେ ମହମ୍ମଦ କୈଫ୍, ପଦ୍ମ ପୁରସ୍କାର ପାଇଁ ସୋସିଆଲ ମିଡିଆରେ ଦାବି, ଜାଣନ୍ତୁ କାହିଁକି ?

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: କ୍ୟାନସର ସହ ଯୁଦ୍ଧ କରି ମାଆ ଚାଲିଗଲେ । ପରିବାରର ଅନ୍ୟ ସଦସ୍ୟ ଓ ସମ୍ପର୍କୀୟ ମଧ୍ୟ ଆଖି ବୁଜିଦେଲେ । ଆଉ ଏବେ ସେବାକୁ ବ୍ରତ କରିଛନ୍ତି କଟକର ଅଭିମନ୍ୟୁ ଦାସ । ଗରିବ କ୍ୟାନସର ପିଡୀତଙ୍କ ସେବାରେ ନିଜକୁ ସମର୍ପିତ କରିଦେଇଛନ୍ତି ସେ । ଦେବଦୂତ ସାଜି ସମସ୍ତ ପ୍ରକାର ସହଯୋଗ କରୁଛନ୍ତି ଅଭିମନ୍ୟୁ । ତାଙ୍କର ଏହି ମହାନ କାମ ବିଷୟରେ ଜାଣି ପର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମଧ୍ୟ ନିଜକୁ ଅଟକାଇ ପାରି ନାହାନ୍ତି । ଟ୍ବିଟ୍ ଜରିଆରେ ଅଭିମନ୍ୟୁଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି କ୍ରିକେଟର୍ ମହମ୍ମଦ କୈଫ୍ । ଅଭିମନ୍ୟୁ କଟକରେ ଏକ ବୁକ୍ ବାଇଣ୍ଡର ଭାବେ କାମ କରୁଥିବାବେଳେ ନିରାଶ୍ରୟ ଓ ଗରିବ ରୋଗୀଙ୍କ ସାଥୀ ପାଲଟିଛନ୍ତି ।

ଖାସ କରି କଟକ ବଡ ଡାକ୍ତରଖାନା ଏବଂ ଆଚାର୍ଯ୍ୟ ହରିହର କ୍ୟାନସର ଡାକ୍ତରଖାନାରେ କୌଣସି ଗରିବ ଅସହାୟଙ୍କ ମୃତ୍ୟୁ ହେଲେ ଖୋଜା ପଡିଥାଏ ଅଭିମନ୍ୟୁଙ୍କୁ । ଶବ ପାଇଁ ଚାରି କାନ୍ଧ ମିଳି ନମିଳୁ ଅଭିମନ୍ୟୁ ଏକା ଶବ ସତ୍କାର କରିବା ପାଇଁ ଯଥେଷ୍ଟ । ବର୍ଷ ବର୍ଷ ଧରି ଅଭିମନ୍ୟୁ ବିନା ସ୍ବାର୍ଥରେ ଏଭଳି ସେବା କରି ଆସୁଛନ୍ତି । ବିଶେଷ କରି କ୍ୟାନସର ରୋଗୀଙ୍କ ପାଇଁ ଅଭିମନ୍ୟୁଙ୍କ ସମର୍ପିତ ସେବା ହିଁ ପ୍ରଶଂସାର ପାତ୍ର ହୋଇଛି । ଚିହ୍ନା ହେଉ କି ଅଚିହ୍ନା ସମସ୍ତଙ୍କ ଆତ୍ମିୟ ହୋଇ ପାରିଛନ୍ତି ଅଭିମନ୍ୟୁ । ଭଗବାନ ସିନା ପରିବାରକୁ ଅଭିମନ୍ୟୁଙ୍କ ଠାରୁ ଦୂର କରିଦେଲା ହେଲେ ସମସ୍ତ ନିରାଶ୍ରୟ ପାଇଁ ପରିବାର ପାଲଚିଛନ୍ତି ଅଭିମନ୍ୟୁ । ତାଙ୍କର ଏହି ନିଃସ୍ବାର୍ଥ ସେବାକୁ ହିଁ ଟ୍ବିଟ୍ ମାଧ୍ୟମରେ ପ୍ରଶଂସା କରିଛନ୍ତି କ୍ରିକେଚର୍ ମହମ୍ମଦ କୈଫ୍ । ନିଜର ଟ୍ବିଟର୍ ହେଣ୍ଡେଲରେ ସେ ଅଭିମନ୍ୟୁଙ୍କ ଫଟୋ ସେୟାର କରିବା ସହିତ ମାନବ ସବା ଇଶ୍ବରଙ୍କ ସେବା ସହିତ ସମାନ ବୋଲି କହିଛନ୍ତି ମହମ୍ମଦ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: