ଘରେ ତିଆରି କରନ୍ତୁ ଚଟପଟା ଚିଲ୍ଲୀ ନୁଡୁଲ୍ସ…

ଘରେ ତିଆରି କରନ୍ତୁ ଚଟପଟା ଚିଲ୍ଲୀ ନୁଡୁଲ୍ସ…

ଅଧିକାଂଶ ଲୋକ ଚିଲ୍ଲୀ ଖାଦ୍ୟ ସହ ନୁଡୁଲ୍ସ ଖାଇବାକୁ ମଧ୍ୟ ଭଲ ପାଇଥାନ୍ତି। ବିଶେଷ କରି ଯୁବ ବର୍ଗ ଓ କିଶୋରକିଶୋରୀମାନେ। ତେବେ ଆଜି ଆମେ ଚିଲ୍ଲୀ ଓ ନୁଡୁଲ୍ସର ମିଶ୍ରଣରେ ଏକ ସ୍ଵାଦିଷ୍ଟ ଚଟପଟା ଖାଦ୍ୟ ତିଆରି ବିଷୟରେ ଜଣାଇବୁ। ଯାହାକୁ ଥରେ କହିଲେ ଆପଣ ବାରମ୍ବାର ଖାଇବାକୁ ଇଛା କରିବେ। ତେବେ ଚାଲନ୍ତୁ ଜାଣିବା ଏହି ଚିଲ୍ଲୀ ନୁଡୁଲ୍ସ କିପରି ପ୍ରସ୍ତୁତ କରିବେ…

ଆବଶ୍ୟକୀୟ ସାମଗ୍ରୀ:-ନୁଡୁଲ୍ସ, ପିଆଜ, ଅଦା, ରସୁଣ ଗାଜର, କ୍ୟାପସିକମ, ଲୁଣ, କର୍ଣ୍ଣଫ୍ଲୋର, ମଇଦା, ଅଦା, ସୋୟା ସସ୍, ତେଲ, ରସୁଣ, ଚିଲ୍ଲୀ ସସ୍‌, ଟମାଟୋ ସସ ।

ପ୍ରସ୍ତୁତ ପ୍ରଣାଳୀ-ପ୍ରଥମେ ନୁଡୁଲ୍ସକୁ ସିଝାଇ ଏକ ପାତ୍ରରେ କାଢି ଥଣ୍ଡା କରିଦିଅନ୍ତୁ। ତାପରେ ଆଉ ଏକ ପାତ୍ରରେ କଟା ପିଆଜ, କଟା ଗାଜର, କଟା କ୍ୟାପସିକମ, ବଟା ଅଦା ରସୁଣ, ଲୁଣ ପକାଇ ଭଲଭାବରେ ମିଶାଇ ଦିଅନ୍ତୁ । ଏହାପରେ ସେଥିରେ ସିଝାଇ ରଖିଥିବା ନୁଡୁଲ୍ସ ପକାଇ ଗୋଳାଇ ଦିଅନ୍ତୁ । ତାପରେ ସେଥିରେ କର୍ଣ୍ଣଫ୍ଲୋର, ମଇଦା, କଟା ଅଦା, ସୋୟା ସସ୍ ପକାଇ ଭଲଭାବେ ଚକଟିବେ । ଏହାପରେ ଏହି ମିଶ୍ରଣକୁ ହାତରେ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରନ୍ତୁ । ଏବେ ଗ୍ୟାସରେ କଡେଇ ବସେଇ ସେଥିରେ ତେଲ ପକାଇ ଗରମ କରନ୍ତୁ । ତେଲ ଗରମ ହେବାପରେ ସେଥିରେ ନୁଡୁଲ୍ସ ବଲ ଗୁଡିକୁ ପକାଇ ମଧ୍ୟମ ଆଞ୍ଚରେ ଛାଣନ୍ତୁ । ଏହା ଗୋଲ୍ଡେନ କଲର ହେବାପରେ , ଏକ ପାତ୍ରକୁ କାଢି ଦିଅନ୍ତୁ । ଏହାପରେ ଗ୍ୟାସରେ ଆଉ ଗୋଟିଏ କଡେଇ ବସେଇ ସେଥିରେ ଅଳ୍ପ ତେଲ ପକାନ୍ତୁ । ତେଲ ଗରମ ହେବାପରେ ସେଥିରେ କଟା ପିଆଜ, କଟା ରସୁଣ, କଟା ଅଦା, କଟା କ୍ୟାପସିକମ୍ ପକାଇ ହାଲୁକା ଭାଜନ୍ତୁ। ଏଗୁଡ଼ିକ ଭାଜି ହୋଇଗଲେ ସେଥିରେ ଚିଲ୍ଲୀ ସସ୍‌, ଟମାଟୋ ସସ୍‌, ସୋୟା ସସ୍ ଏବଂ ଅଳ୍ପ ପାଣି ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ । ତାପରେ ସେଥିରେ ନୁଡୁଲ୍ସ ବଲ୍‌ ଗୁଡ଼ିକୁ ପକାଇ, ମିକ୍ସ କରି ଗ୍ୟାସ୍ ବନ୍ଦ କରିଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଚିଲ୍ଲୀ ନୁଡୁଲ୍ସ । ଏହାକୁ ଗରମ ଗରମ ଖାଇବା ଭଲ, ଥଣ୍ଡା ହୋଇଗଲେ ସ୍ୱାଦରେ ପରିବର୍ତ୍ତନ ହୋଇଥାଏ। ଏହାକୁ ଆପଣ ରୁଟିରେ ବା ଖାଲି ଖାଇ ପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: