ମୃତକଙ୍କୁ ୩ଲକ୍ଷର ସହାୟତା

ମୃତକଙ୍କୁ ୩ଲକ୍ଷର ସହାୟତା

ପ୍ରିଜମ ନ୍ୟୁଜ ବ୍ୟୁରୋ: ମୃତକଙ୍କ ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ।କଟକ ଛତ୍ରବଜାର ପରିବା ମାର୍କେଟ୍ ନିକଟରେ ବ୍ରିଜ୍ ଭୁଷୁଡ଼ିବା ଘଟଣାର ଆରଡିସିସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ବ୍ରିଜ୍ ଭୁଷୁଡ଼ିବା ଯୋଗୁ ପ୍ରାଣ ହରାଇଥିବା ୨ଜଣ ବ୍ୟକ୍ତିଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ମୂଖ୍ୟମନ୍ତ୍ରୀ । ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ସରକାର ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ବ୍ରିଜ୍ ଦୁର୍ଘଟଣାରେ ଆହତମାନଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: