ଓଜନ କମେଇବାକୁ ଖାଆନ୍ତୁ ନଡ଼ିଆ ବର୍ଫି

ଓଜନ କମେଇବାକୁ ଖାଆନ୍ତୁ ନଡ଼ିଆ ବର୍ଫି

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଭାରତରେ ପୂଜା ପର୍ବରୁ ଆରମ୍ଭ କରି ବିଭିନ୍ନ ଖାଦ୍ୟ ପ୍ରସ୍ତୁତିରେ ନଡ଼ିଆର ବ୍ୟବହାର କରାଯାଇଥାଏ। ଏହା ବ୍ୟତୀତ ନଡ଼ିଆରେ ପ୍ରସାଧନ ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରାଯାଇଥାଏ। ଏହା ଚର୍ମ ଓ କେଶ ପାଇଁ ବେଶ ଉପଯୋଗୀ ହୋଇଥାଏ। ଏହାସହ ଗ୍ରୀଷ୍ମ ଋତୁରେ ନଡ଼ିଆ ପାଣି ପିଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ତେବେ ଏହି ସବୁ ଭିତରୁ ନଡ଼ିଆ ବର୍ଫି ଏକ ସ୍ୱାଦିଷ୍ଟ ମିଠା ହୋଇଥାଏ। ନଡ଼ିଆରେ ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏହା କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ମଧ୍ୟ ରଖିଥାଏ। ତେବେ ଯଦି ଆପଣ ଓଜନ କମ କରିବା ପାଇଁ ଚାହାନ୍ତି କି ? ତେବେ ନଡ଼ିଆରେ ପ୍ରସ୍ତୁତ ଖାଦ୍ୟ ବା ନଡ଼ିଆ ବର୍ଫି ଖାଆନ୍ତୁ ଲାଭ ପାଇବେ।
ନଡ଼ିଆ ବର୍ଫି ହେଉଛି ଏକ ଲୋକପ୍ରିୟ ଭାରତୀୟ ମିଠା । ଯାହା କୋରା ନଡ଼ିଆ, ଗୁଜୁରାତି, କ୍ଷୀର ଏବଂ ଚିନିରେ ପ୍ରସ୍ତୁତ ହୋଇଥାଏ। ଏହା ରକ୍ତହୀନତା ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ନଡ଼ିଆରେ ଲୌହ ଭରପୂର ମାତ୍ରାରେ ରହିଥାଏ, ଯାହାକି ହିମୋଗ୍ଲୋବିନ୍ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଏହା ଦ୍ୱାରା ଶରୀରରେ ରକ୍ତ ଅଭାବ ସମସ୍ୟା ଦୂର ହୋଇଥାଏ। ତେବେ ରକ୍ତହୀନତା ସହ ସଂଗ୍ରାମ କରୁଥିବା ଲୋକଙ୍କ ପାଇଁ ଏହି ନଡ଼ିଆରେ ପ୍ରସ୍ତୁତ ଖାଦ୍ୟ ବା ବର୍ଫି ଖାଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ।
ସେହିପରି ନଡ଼ିଆ ନ୍ୟୁରୋଟ୍ରାନ୍ସମିଟର ଏବଂ ମାଇଲିନ୍ ତିଆରି କରିବାରେ ସାହାଯ୍ୟ କରେ । ଯାହା ମସ୍ତିଷ୍କରେ ଇଲେକ୍ଟ୍ରିକାଲ ସଙ୍କେତଗୁଡ଼ିକର ଗତିରେ ସାହାଯ୍ୟ କରେ। ତେଣୁ ନଡ଼ିଆ ବର୍ଫି ଖାଇବା ମସ୍ତିଷ୍କ ପାଇଁ ଲାଭଦାୟକ ହୋଇଥାଏ। ଏହା ଡିମେନ୍ସିଆ ଏବଂ ଆଲଜାଇମର ପରି ସ୍ନାୟୁଗତ ସମସ୍ୟା ସହ ସଂଘର୍ଷ କରୁଥିବା ଲୋକଙ୍କୁ ସାହାଯ୍ୟ କରେ । ଏହାସହ ନଡ଼ିଆ କୋଷ୍ଠକାଠିନ୍ୟ ସମସ୍ୟା ପାଇଁ ଉପକାରୀ ହୋଇଥାଏ। ନଡ଼ିଆରେ ଫାଇବର ଥାଏ, ଯାହା କୋଷ୍ଠକାଠିନ୍ୟ କିମ୍ବା ପେଟ ସମ୍ବନ୍ଧୀୟ ଅନ୍ୟାନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ | ନଡ଼ିଆରେ କାର୍ବ କମ୍ ଏବଂ ଫାଇବର ଅଧିକ ରହିଥାଏ। ଏହା ଆପଣଙ୍କ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖେ।
ଓଜନ ହ୍ରାସ ପାଇଁ ଖାଦ୍ୟରେ ଆପଣ ନଡ଼ିଆ ବର୍ଫି ଅନ୍ତର୍ଭୁକ୍ତ କରିପାରିବେ। ତେବେ ଘରେ ପ୍ରସ୍ତୁତ କରି ନଡ଼ିଆ ବର୍ଫି ଖାଇବା ଅଧିକ ଲାଭଦାୟକ ହୋଇଥାଏ। ଏହା ବ୍ୟତୀତ ନଡ଼ିଆରେ ଥିବା ଅଧିକାଂଶ ଚର୍ବି MCT ରୁ ଆସିଥାଏ, ଯାହା ଆପଣଙ୍କୁ ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିଥାଏ। ତେଣୁ ନଡ଼ିଆ ବର୍ଫି ଆପଣଙ୍କ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। କିନ୍ତୁ ଏହାକୁ ସନ୍ତୁଳିତ ପରିମାଣରେ ଖାଇବା ଉଚିତ୍।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: