ରାସ୍ତା ମଝିରେ ମହାବଳ ବାଘ, ଲୋକେ ଦେଖି ଛାନିଆ

ରାସ୍ତା ମଝିରେ ମହାବଳ ବାଘ, ଲୋକେ ଦେଖି ଛାନିଆ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ମଝି ରାସ୍ତାରେ ବସିଛି ମହାବଳ । ଲୋକେ ଆଗକୁ ଯାଇ ନ ପାରି ମଝି ରାସ୍ତାରେ ଫସି ରହିଛନ୍ତି । କେତେବେଳେ ବାଘ ରାସ୍ତା ଛାଡ଼ିବ ଏବଂ ସେମାନେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯିବେ… ତାର ଅପେକ୍ଷା କରିଛନ୍ତି । ଏମିତି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଲୋକମାନେ ଆତଙ୍କିତ ହୋଇପଡିଛନ୍ତି |

ଅଚାନକ ଏକ ଭୟଙ୍କର ବାଘ ଆସି ଜନଗହଳିପୂର୍ଣ୍ଣ ରାସ୍ତା ମଝିରେ ବସିଥିଲା | ଲୋକେ ତାକୁ ଦେଖି ଭୟଭୀତ ହୋଇପଡ଼ିଲେ । ଆପଣମାନେ ଏ ଫଟୋ ଦେଖିପାରିବେ ବାଘର ପଛ ପଟେ କିପରି ଅନେକ ଲୋକ କାର୍, ବାଇକ୍ ଧରି ଠିଆ ହୋଇଛନ୍ତି । ଏବଂ ଅପେକ୍ଷା କରିଛନ୍ତି ବାଘ ରାସ୍ତାରୁ ଗଲା ପରେ ସେମାନେ ଆଗକୁ ବଢ଼ିବେ । ଏହି ଫଟୋ ସୋସିଆଲ ମିଡିଆରେ ଜବରଦସ୍ତ ଭାଇରାଲ ହେବାରେ ଲାଗିଛି |
ଆଇଏଫଏସ୍ ଅଧିକାରୀ ସୁଶାନ୍ତ ନନ୍ଦା ଏହି ଫଟୋକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରି ଲେଖିଛନ୍ତି-‘ଭାରତରେ ଦିନେ ଯେତେବେଳେ ରାଜା ଭାବିଥିଲେ ଯେ ଲକଡାଉନ୍ କରିବାର ସମୟ ଆସିଛି’ । ଏହି ଫଟୋ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହାକୁ ସେୟାର କରିବା ସହ ବିଭିନ୍ନ କମେଣ୍ଟ ଏବଂ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି |

0 Comments

Leave Your Comment

Your email address will not be published. Required fields are marked *

%d bloggers like this: