ଫୁଡିଜ୍ ଭିଲ୍ଲା ସ୍ୱତନ୍ତ୍ର: ବଟରଫ୍ଲାଏ ଚିକେନ୍

ଫୁଡିଜ୍ ଭିଲ୍ଲା ସ୍ୱତନ୍ତ୍ର: ବଟରଫ୍ଲାଏ ଚିକେନ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଯଦି ଆପଣ ଆମିଷ ଖାଇବାକୁ ପସନ୍ଦ କରନ୍ତି, ତେବେ ଏହାକୁ ଥରେ ଟେଷ୍ଟ କରନ୍ତୁ ନା…ଆଜି ‘ଫୁଡିଜ୍ ଭିଲ୍ଲା’ ଆପଣଙ୍କ ପାଇଁ ନେଇ ଆସିଛି ‘ବଟରଫ୍ଲାଏ ଚିକେନ୍’…

ଆବଶ୍ୟକ ସାମଗ୍ରୀ: ଆଳୁ, ବୋନ୍‌ଲେସ୍‌ ଚିକେନ୍, କର୍ଣ୍ଣଫ୍ଲୋର୍‌, ମଇଦା, ଲଙ୍କାଗୁଣ୍ଡ, ବିଟ୍ ଲୁଣ, ଗୋଲମରିଚ ଗୁଣ୍ଡ, ଲୁଣ, ରେଡ୍ ଚିଲି ସସ୍‌, ସୋୟା ସସ୍‌, ଅଦା-ରସୁଣ ପେଷ୍ଟ, ବଟର, ଲେମ୍ବୁରସ ଓ ତେଲ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଆଳୁରୁ ଚୋପା ଛଡ଼େଇ ପତଳା ପତଳା କରି ଗୋଲ୍ ଆକୃତିର କାଟି ରଖନ୍ତୁ। ଏହା ପରେ ବୋନ୍‌ଲେସ ଚିକେନ୍‌କୁ ଧୋଇ ସେଥିରେ କର୍ଣ୍ଣଫ୍ଲୋର୍‌, ମଇଦା, ଲଙ୍କାଗୁଣ୍ଡ, ବିଟ୍ ଲୁଣ, ଗୋଲମରିଚ ଗୁଣ୍ଡ ଓ ଲୁଣ ପକାନ୍ତୁ। ଏହାପରେ ସେଥିରେ ରେଡ୍‌ ଚିଲି ସସ୍‌, ସୋୟା ସସ୍‌, ଅଦା-ରସୁଣ ବଟା, ବଟର ଓ ଲେମ୍ବୁରସ ପକାଇ ଭଲଭାବେ ଗୋଳାଇ ମ୍ୟାରିନେଟ୍ ହେବାକୁ ଛାଡ଼ି ଦିଅନ୍ତୁ। କିଛି ସମୟ ପରେ କଟା ଯାଇଥିବା ଆଳୁଖଣ୍ଡରେ ମ୍ୟାରିନେଟ୍‌ ଚିକେନ୍ ରଖି ଆଳୁକୁ ଦୁଇପଟୁ ମୋଡ଼ି କାଠି ଦ୍ୱାରା ଗୁନ୍ଥି ଦିଅନ୍ତୁ। ଏହା ପରେ କଡ଼େଇରେ ତେଲ ଗରମ କରି ଏହି ଚିକେନ୍ ପୁର ଦିଆ ଆଳୁକୁ ଛାଣନ୍ତୁ। ଆଳୁ ଓ ପୁର ଲାଲ୍ ହୋଇଗଲେ ଏହାକୁ ପ୍ଲେଟ୍‌କୁ କାଢ଼ି ଦିଅନ୍ତୁ।

%d bloggers like this: