ମୁମ୍ୱାଇରେ ମହାଭାରତ, କଙ୍ଗନା VS ‘ମହା’ସରକାର

ମୁମ୍ୱାଇରେ ମହାଭାରତ, କଙ୍ଗନା VS ‘ମହା’ସରକାର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆଜି ମୋ ଘର ଭାଙ୍ଗିଛି, କାଲି ତୁମ ଗର୍ବ ଭାଙ୍ଗିବ। ଏଭଳି କହିଛନ୍ତି ବଲିଉଡ କ୍ୱିନ୍ କଙ୍ଗନା ରଣାୱତ। ମୁମ୍ୱାଇରେ ପହଞ୍ଚିବା ପରେ ଉଦ୍ଧବ ସରକାର ଉପରେ ନିଜର କ୍ରୋଧ ଜାହିର କରିଛନ୍ତି କଙ୍ଗନା। ଏହାସହ ଖୁଲମଖୁଲା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି। ନିଜର ଏକ ଭିଡିଓ ସେୟାର କରି କଙ୍ଗନା ଗଣତନ୍ତ୍ରର ହତ୍ୟା ହୋଇଛି ବୋଲି ମଧ୍ୟ କହିଛନ୍ତି।

https://twitter.com/KanganaTeam/status/1303636961131782147

ବିଏମସି ବାବର

କଙ୍ଗନା ଓ ମୁମ୍ବାଇ ମହାନଗର ନିଗମ ମଧ୍ୟରେ ବିବାଦ ଉଗ୍ର ରୂପ ନେଇଛି । କଙ୍ଗନା ନିଜ ଅଫିସକୁ ରାମ ମନ୍ଦିର ସହିତ ତୁଳନା କରିବା ସହିତ BMCକୁ ବାବର ସହ ତୁଳନା କରିଛନ୍ତି। ବାବର ଭାଙ୍ଗିବ କିନ୍ତୁ ମନ୍ଦିର ପୁଣି ନିର୍ମାଣ ହେବ ବୋଲି ସେ ନିଜ ଟ୍ୱିଟର ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି। କଙ୍ଗନାଙ୍କ ଘର ମଣିକର୍ଣ୍ଣିକା ଆଗରେ ଲଗାଯାଇଥିବା ନୋଟିସ ଅନୁସାରେ ଅଫିସର କିଛି ଅଂଶ ବେଆଇନ ନିର୍ମାଣ ହୋଇଛି। ଏଥିପାଇଁ କଙ୍ଗନାଙ୍କୁ ଏକ ମାସରୁ ଏକ ବର୍ଷ ଜେଲ ମଧ୍ୟ ହୋଇପାରେ ବୋଲି ଉଲ୍ଲେଖ ରହିଛି।

https://twitter.com/KanganaTeam/status/1303569152917946368
https://twitter.com/KanganaTeam/status/1303563425193189376

କଙ୍ଗନାଙ୍କ ନାଁରେ ଡ୍ରଗ୍ସ ନେଉଥିବା ଅଭିଯୋଗ

କଙ୍ଗନାଙ୍କ ବିରୋଧରେ ଡ୍ରଗ୍ସ ନେବା ଅଭିଯୋଗ ଆଣିଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ। ଏନେଇ ଥାଣେ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି। ସେ ଯଦି କୌଣସି ଡ୍ରଗ୍ସ ପ୍ୟାଡଲରଙ୍କ ସହ ସମ୍ପର୍କରେ ଅଛନ୍ତି କିମ୍ବା ଡ୍ରଗ୍ସ ନେଉଥିବା ପ୍ରମାଣ ହୁଏ ତେବେ ସେ ସବୁଦିନ ପାଇଁ ମୁମ୍ବାଇ ଛାଡ଼ିଦେବେ ବୋଲି ଟ୍ୱିଟରରେ ପ୍ରକାଶ କରିଛନ୍ତି କଙ୍ଗନା।

%d bloggers like this: