ଡ୍ରଗ୍ସ ସେବନ, କାରବାର ମାମଲା:  ରିୟା ଗଲେ ଜେଲ୍, କେବେ ଖୋଲିବ ସୁଶାନ୍ତ ମୃତ୍ୟୁ ରହସ୍ୟ ?

ଡ୍ରଗ୍ସ ସେବନ, କାରବାର ମାମଲା: ରିୟା ଗଲେ ଜେଲ୍, କେବେ ଖୋଲିବ ସୁଶାନ୍ତ ମୃତ୍ୟୁ ରହସ୍ୟ ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଜେଲ୍ ଗଲେ ସୁଶାନ୍ତ ସିଂ ରାଜପୁତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ । ଡ୍ରଗ୍ସ ଲିଙ୍କ ମାମଲାରେ ଏନସିବି  ରିୟାଙ୍କୁ ଗତକାଲି ଗିରଫ କରିଥିଲା ଆଜି ତାଙ୍କୁ ଏନସିବି ଅଫିସରୁ ଜେଲ୍ କୁ ପଠାଇ ଦିଆଯାଇଛି । ଗତକାଲି ଗିରଫ ହେବା ପରେ ଏନସିବି ଅଫିସରେ ରାତି କାଟିଥିଲେ ରିୟା ।  କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆଜି ରିୟାଙ୍କୁ ଦକ୍ଷିଣ ମୁମ୍ବାଇ ସ୍ଥିତ ଏନସିବି ଅଫିସରୁ ବାଇକୁଲ୍ଲା ଜେଲକୁ ସ୍ଥାନାନ୍ତର କରାଯାଇଛି। ଆସନ୍ତା 22 ତାରିଖ ଯାଏ ରିୟା ବିଚାର ବିଭାଗୀୟ ହାଜତରେ ରହିବେ ।

ସେପଟେ କୋର୍ଟ ଗତକାଲି ରିୟାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏନସିବି କୋର୍ଟଙ୍କୁ କହିଛି ଯେ ସେ ଜଣେ ଡ୍ରଗ୍ସ ସିଣ୍ଡିକେଟର ସକ୍ରିୟ ସଦସ୍ୟ ଏବଂ ତାଙ୍କ ପ୍ରେମିକ ରାଜପୁତଙ୍କ ପାଇଁ ଡ୍ରଗ୍ କ୍ରୟ କରିଥିଲେ।

ଗିରଫ ହେବାର ତୁରନ୍ତ, 28 ବର୍ଷୀୟା ରିୟାଙ୍କୁ COVID-19 ପରୀକ୍ଷା ସହିତ ମେଡିକାଲ ପରୀକ୍ଷା ପାଇଁ ସେଣ୍ଟ୍ରାଲ ମୁମ୍ବାଇର ସିଭିଲ ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତରଖାନାରେ ତାଙ୍କ COVID-19 ପାଇଁ ଆଣ୍ଟିଜେନ୍ ପରୀକ୍ଷା ନକାରାତ୍ମକ ବା ନେଗେଟିଭ୍ ଆସିଥିବା ବୋଲି ଜଣାପଡିଛି। ଏହା ପରେ ତାଙ୍କୁ ସନ୍ଧ୍ୟା 7.15 ସମୟରେ ଦକ୍ଷିଣ ମୁମ୍ବାଇର ଏନସିବି କାର୍ଯ୍ୟାଳୟକୁ ନିଆଯାଇଥିଲା ଏବଂ ଭିଡିଓ କନଫରେନ୍ସ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା।

ଡ୍ରଗ୍ସ ଲିଙ୍କ ମାମଲାରେ ରିୟା ଜେଲ୍ ଯାଇଥିଲେ ମଧ୍ୟ ସୁଶାନ୍ତ ସିଂ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାସ ହୋଇପାରିନାହିଁ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: