ତୋଫା ଗୋରା କରିଦେବ ତେଜପତ୍ରର ଏପରି ବ୍ୟବହାର

ତୋଫା ଗୋରା କରିଦେବ ତେଜପତ୍ରର ଏପରି ବ୍ୟବହାର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବିଭିନ୍ନ ପ୍ରକାର ଖାଦ୍ୟରେ ବାସ୍ନା ବଢେଇବା ପାଇଁ ତେଜ ପତ୍ରର ବ୍ୟବହାର କରାଯାଇଥାଏ।ପ୍ରାୟ ସମସ୍ତ ପ୍ରକାର ପ୍ରସାଦରେ ତେଜପତ୍ର ପଡିଥାଏ। କିନ୍ତୁ ଆପଣ ଏହାକୁ ବ୍ୟବହାର କରୁଥିଲେ ମଧ୍ୟ ଏଥିରେ ଥିବା ଉପକାରୀ ତତ୍ତ୍ୱ ବିଷୟରେ ଜାଣି ନଥିବେ। ଏଥିରେ ଥିବା ଅନେକ ଉପକରି ଗୁଣ ବିଷୟରେ ଜାଣିଲେ ଆପଣଙ୍କ ଆଶ୍ଚର୍ଯ୍ୟ ସୀମା ରହିବନି| ଆପଣ ତେଜ ପତ୍ର ବ୍ୟବହାର କରି ଚର୍ମ ଏବଂ କେଶକୁ ସୁନ୍ଦର କରିପାରିବେ। ତେବେ ଚାଲନ୍ତୁ ଜାଣନ୍ତୁ କିପରି ତେଜପତ୍ର ବ୍ୟବହାର କରି ଆପଣଙ୍କ ସୌନ୍ଦର୍ଯ୍ୟ ବଢାଇ ପାରିବେ।
-ମୁହଁରେ ଥିବା ନୂଆ ପୁରୁଣା ବିଭିନ୍ନ ଦାଗ କିମ୍ବା ବ୍ରଣ ଭଲ କରିବାରେ ତେଜ ପତ୍ର ବହୁତ ଲାଭଦାୟକ ହୋଇଥାଏ | ନଖ ଉଷୁମ ପାଣିରେ ମୁହଁ ଧୋଇ ତେଜ ପତ୍ରର ଏକ ପେଷ୍ଟ ବ୍ୟବହାର କରି ତାକୁ ଲଗେଇବା ଦ୍ୱାରା ଚେହେରା ସଫା ଏବଂ ପରିଷ୍କାର ରହିଥାଏ।

  • ସୂର୍ଯ୍ୟ କିରଣ ଦ୍ୱାରା ପ୍ରଭାବିତ ଚର୍ମକୁ ସୁସ୍ଥ କରିବାରେ ଏହା ସାହାଯ୍ୟ କରେ ଏବଂ ସନ ଟ୍ୟାନ ଦୂରକରି ଶରୀର ସମସ୍ତ ଚର୍ମରକୁ ସମାନ ରଖିଥାଏ।
  • କେଶ କୋମଳ, ନରମ ଏବଂ ଚକଚକ୍ ରଖିବା ପାଇଁ ତେଜପତ୍ରର ବ୍ୟବହାର ଅତ୍ୟନ୍ତ ପ୍ରଭାବଶାଳୀ | ଆପଣ ଏହାକୁ ତେଲରେ ଫୁଟାଇ କେଶ ମୂଳରେ ଲଗାଇ ପାରିବେ, କିମ୍ବା ପାଣିରେ ଫୁଟାଇ ଚୁଟି ଧୋଇ ପାରିବେ |
    -କେଶରେ ତେଜପତ୍ର ପେଷ୍ଟ ଲଗାଇଲେ ରୂପି ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାର ପେଷ୍ଟ ଦହି ସହିତ ମିଶ୍ରଣ କରି ଚୁଟି ବା ମୁହଁରେ ଲଗେଇଲେ ଅଧିକ ଲାଭ ମିଳିଥାଏ। ତ୍ୱଚା ତୋଫା ଗୋରା ହେବା ସହ ମୁଣ୍ଡର ଚର୍ମ ଆର୍ଦ୍ର ରହିଥାଏ ଏବଂ କେଶକୁ ପୋଷଣ ମିଳି ଥାଏ |
    -ତେଜପତ୍ରକୁ ଶୁଖାଇ ଭଲ ଭାବରେ ଗୁଣ୍ଡ କରନ୍ତୁ ଏବଂ ସେହି ଗୁଣ୍ଡରେ ସବୁଦିନ ଦାନ୍ତ ଘଷିବା ଦ୍ୱାରା ଦାନ୍ତ ମଜଭୁତ ହେବା ସହ ଧଳା ହୋଇଥାଏ | ଯଦି ଆପଣ ଚାହାଁନ୍ତି,ଏହାକୁ ସପ୍ତାହରେ ତିନିରୁ ଚାରିଥର ବ୍ୟବହାର କରିପାରିବେ|
    -ଏହାସହ ତେଜପତ୍ର ପେଷ୍ଟରେ ଟମାଟୋ, ଲେମ୍ବୁ ରସ ମିଶାଇ ଲଗେଇବା ଅଧିକ ଲାଭ ଦାୟକ ହୋଇଥାଏ |

0 Comments

Leave Your Comment

Your email address will not be published. Required fields are marked *

%d bloggers like this: