ସ୍କୁଲରୁ ତଡ଼ିଲ ମାନେ ମାରିଦେବି, AK-47 ରାଇଫଲ କିଣି ୪୦୦ ଲୋକଙ୍କୁ ଡରେଇଲେ ଛାତ୍ରୀ

ସ୍କୁଲରୁ ତଡ଼ିଲ ମାନେ ମାରିଦେବି, AK-47 ରାଇଫଲ କିଣି ୪୦୦ ଲୋକଙ୍କୁ ଡରେଇଲେ ଛାତ୍ରୀ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଅନେକ ସମୟର ବିଦ୍ୟାଳୟରେ ଶିକ୍ଷୟିତ୍ରୀଙ୍କ ଦୁଷ୍ଟାମୀ ବଢ଼ିଗଲେ ସେମାନଙ୍କୁ ବିଦ୍ୟାଳୟରୁ ତାଡ଼ ଯାଇଥାଏ। ଯାହାକି ବେଳେବେଳେ ପିଲାମାନଙ୍କୁ ଅପମାନିତ ଅନୁଭବ ହେବା ସହ ଏତେ କ୍ରୋଧିତ କରିଥାଏ ଯେ, ସେମାନେ ମନେ ମନେ ଘଟଣା ସହ ଜଡ଼ିତ ଲୋକଙ୍କ ସହ ପ୍ରତିଶୋଧ ନେବାକୁ ସ୍ଥିର କରି ନିଅନ୍ତି। ସେମିତି ଗୋଟିଏ ଘଟଣା ଆମେରିକାର ଓକାଲୋହୋମାରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ଛାତ୍ରୀଙ୍କୁ ସ୍କୁଲରୁ ବହିଷ୍କାର କରାଯାଇଥିବା ବେଳେ ସେ ଏମିତି କିଛି କାମ କରିଥିଲେ ଯାହା ଲୋକଙ୍କ ବୁଦ୍ଧି ଶୂନ କରି ଦେଇଥିଲା।
ସ୍କୁଲରୁ ବହିଷ୍କୃତ ହେବା ପରେ ଛାତ୍ରୀ ଜଣକ ରାଗି ଯାଇ ଗୋଟିଏ AK-47 ରାଇଫଲ କିଣିବା ସହ ୪୦୦ ଲୋକଙ୍କୁ ଗୁଳି କରି ମାରିଦେବାକୁ ଧମକ ଦେଇଥିଲେ। ତାଙ୍କର ଏଭଳି କାର୍ଯ୍ୟରେ କେତେକ ସହପାଠୀ ସହଯୋଗ କରିଥିଲେ ବୋଲି ଜଣା ପଡିଛି। ଖବର ଅନୁଯାୟୀ, ୧୮ ବର୍ଷୀୟ ଆଲେକ୍ସିସ୍ ୱିଲସନ ଜଣେ ବନ୍ଧୁଙ୍କୁ କହିଥିଲେ ଯେ ସେ ଏକ ସେମି ଅଟୋମେଟିକ୍ AK-47 ରାଇଫଲ କିଣିଛନ୍ତି। ଛାତ୍ରୀଙ୍କ ବନ୍ଧୁ କହିଥିଲେ ଯେ ସେ ମାକାଲିଷ୍ଟରରେ ଥିବା ତାଙ୍କ ପୁରାତନ ବିଦ୍ୟାଳୟର ଶିକ୍ଷକ ଏବଂ ଛାତ୍ରମାନଙ୍କୁ ଗୁଳି ଚଳାଇବାକୁ ଚାହୁଁଛନ୍ତି ବୋଲି ତାଙ୍କୁ କହିଥିଲେ। ସେ ରାଇଫଲ ଧରି କେତେକ ଛାତ୍ରଙ୍କ ଫଟୋ ମଧ୍ୟ ଦେଖାଇଥିଲେ। ଏହା ପରେ ସେ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇବା ପରେ ପୋଲିସ ନାବାଳିକାକୁ ତାଙ୍କ ଘର ନିକଟରୁ ଗିରଫ କରିଥିଲା।
ରାଇଫଲ ବ୍ୟତୀତ ପୋଲିସ ତାଙ୍କ କୋଠରୀରୁ ୬ ଟି ଉଚ୍ଚ କ୍ଷମତା ସମ୍ପନ୍ନ ମାଗାଜିନ୍ ମଧ୍ୟ ଉଦ୍ଧାର କରିଛି। ଏହା ବ୍ୟତୀତ ଅନ୍ୟାନ୍ୟ ପ୍ରକାରର ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି। ପୋଲିସ ପଚରାଉଚରା ବେଳେ ଝିଅଟି ସ୍ପଷ୍ଟ କରିଛି ଯେ ସେ କେବଳ ତାଙ୍କ ସହପାଠୀଙ୍କୁ କହିଥିଲେ ଯେ ଅସ୍ତ୍ରଶସ୍ତ୍ରକୁ ଦେଖି ଭୟ କରିବାର କୌଣସି ଆବଶ୍ୟକତା ନାହିଁ।
ତେବେ ଛାତ୍ରୀ ଜଣକ ସ୍ପଷ୍ଟକରିନି ଯେ ସେ କାହିଁକି ତାଙ୍କ ବିଦ୍ୟାଳୟର ୪୦୦ ଜଣଙ୍କୁ ଗୁଳି କରିବାକୁ ଚାହୁଁଥିଲେ। ଏହାସହ ବାଳିକାକୁ ଅତଙ୍କି ହମଲା ଆରୋପରେ ୨ ଲକ୍ଷ ୫୦ ହଜାର ଡଲାର ଅର୍ଥାତ ପ୍ରାୟ ୧ କୋଟି ୭୮ ଲକ୍ଷ ଟଙ୍କା ବଣ୍ଡରେ ଜେଲରେ ରଖାଯାଇଛି। ତେବେ ସ୍କୁଲକୁ ଛୁରୀ ଆଣିବା ଏବଂ କିଛି ଜିନିଷ ଉପରେ ସ୍ଵସ୍ତିକ ଚିହ୍ନ କରିଥିବାରୁ ଝିଅଟିକୁ ନିଲମ୍ବିତ କରାଯାଇଥିବାର ସ୍କୁଲ ପ୍ରଶାସନ ସ୍ପଷ୍ଟ କରିଛି। ଏହି ଘଟଣାରେ ତାଙ୍କ ପରିବାର ଲୋକଙ୍କଠୁ କୌଣସି ପ୍ରତିକ୍ରିୟା ମିଳି ନାହିଁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: