ସରକାର ପ୍ରଚଳନ କଲେ ନୂଆ ଆଇନ, ସୋସିଆଲ ମିଡିଆରେ ଏଡିଟେଡ୍ ଫଟୋ ଦେଲେ ଭୋଗିବେ ଜେଲ୍ ଦଣ୍ଡ

ସରକାର ପ୍ରଚଳନ କଲେ ନୂଆ ଆଇନ, ସୋସିଆଲ ମିଡିଆରେ ଏଡିଟେଡ୍ ଫଟୋ ଦେଲେ ଭୋଗିବେ ଜେଲ୍ ଦଣ୍ଡ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସୋସିଆଲ ମିଡିଆରେ ଫଟୋ ଛାଡ଼ିବା ଆଜିକା ସମୟରେ ଏକ ଫ୍ୟାସନ ପାଲଟିଛି। ଲୋକମାନେ ସବୁ ମୁହୂର୍ତ୍ତର ଫଟୋ ଅଲୋର୍ଡ କରି ବେଶ ମଜା ନିଅନ୍ତି। ତେବେ କିଛି ଲୋକ ସୋସିଆଲ ମିଡିଆରେ ଫ୍ଲଟିଂ କରୁଥିବା ବେଳେ ଆଉ କେତେକ ଲୋକ କୌଣସି ଏକ ନିର୍ଦ୍ଦିଷ୍ଟ ଉତ୍ପାଦର ପ୍ରମୋସନ ପାଇଁ ସେମାନଙ୍କ ଏଡିଟେଡ୍ ଫଟୋ ପୋଷ୍ଟ କରିଥାନ୍ତି। ଯାହାଦ୍ଵାରା ଲୋକମାନେ ସେମାନଙ୍କର ନକଲି ଫଟୋକୁ ସତ ଭାବି ଧୋକା ଖାଆନ୍ତି। ତେବେ ନରୱେରେ ଏହିପରି ଲୋକଙ୍କୁ ଉପଯୁକ୍ତ ଶାସ୍ତି ଦେବା ପାଇଁ ଏକ ସ୍ଵତନ୍ତ୍ର ନିୟମ ଲାଗୁ ହୋଇଛି। ଅନଲାଇନରେ ପୋଷ୍ଟ ହୋଇଥିବା ରିଟଚଡେ ଫଟୋରେ ବ୍ରେକ ଲଗେଇବା ପାଇଁ ଏହି ଦେଶରେ ଏକ ସ୍ଵତନ୍ତ୍ର ଆଇନ ଆସିଛି। ହିରୋ-ହିରୋଇନ୍ ହୁଅନ୍ତୁ କିମ୍ବା କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଫଟୋକୁ ଲୋକମାନେ ଏଡିଟ୍ କରି ପରଫେକ୍ଟ କରିଥାନ୍ତି। ତେବେ ୨୦୧୦ ମସିହାରୁ ଇନଷ୍ଟାଗ୍ରାମ ପ୍ଲାଟଫର୍ମ ଆସିବା ପରେ, ଏହି ଘଟଣାଗୁଡ଼ିକ ଅଧିକ ବୃଦ୍ଧି ପାଉଛି। ନରୱେରେ ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ଆଇନ ପ୍ରସ୍ତୁତ କରାଯାଇଛି, ଯାହା ପ୍ରଭାବଶାଳୀ ଲୋକଙ୍କୁ ଏଡିଟେଡ ଫଟୋ ପୋଷ୍ଟ କରିବାରେ ରୋକ ଲଗାଇବ। ଯଦି ସେମାନେ ଏହା କରନ୍ତି ତେବେ ସେମାନଙ୍କୁ ଜୋରିମାନା ଭରିବାକୁ ପଡିପାରେ, ଏହାସହ ଜେଲ୍ ଦଣ୍ଡ ମିଳିବ।
ନରୱେର ଏହି ନୂତନ ନିୟମ ଅନୁଯାୟୀ ଯଦି ପ୍ରଭାବଶାଳୀ ବ୍ୟକ୍ତିମାନେ ସୋସିଆଲ ମିଡିଆରେ ସେମାନଙ୍କର ଫଟୋ ପୋଷ୍ଟ କରିବା ସମୟରେ ତାହା ଏଡିଟ୍ ହୋଇଥିବାର ବିଜ୍ଞାପନ ପୋଷ୍ଟରେ ସ୍ପଷ୍ଟ ଭାବରେ ଉଲ୍ଲେଖ ନକରନ୍ତି ତେବେ ଦଣ୍ଡର ସମ୍ମୁଖୀନ ହେବେ। ଏହି ନୂତନ ନିୟମ କେବଳ ଇନଷ୍ଟାଗ୍ରାମ ଏବଂ ଫେସବୁକ ପାଇଁ ନୁହେଁ ବରଂ ଟ୍ୱିଟର, ଟିକଟକ ଏବଂ ସ୍ନାପଚାଟ ଭଳି ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ପାଇଁ ପ୍ରଯୁଜ୍ୟ ହେବ। ଏହାକୁ ନରୱେ ମାର୍କେଟିଂ ଆକ୍ଟ ଅଧୀନରେ ଅଣାଯାଇଛି ଏବଂ ଏହି ନିୟମ କେବଳ ବିଜ୍ଞାପନ ପୋଷ୍ଟରେ ଲାଗୁ ହେବ। ନିୟମରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ – ଯଦି କେହି ଜଣେ ସୋସିଆଲ ମିଡିଆ ସେଲିବ୍ରେଟି ପ୍ରଡକ୍ଟର ବିଜ୍ଞାପନ ଦେବା ସମୟରେ, ନିଜେ ପରଫେକ୍ଟ ଦେଖାଯିବା ପାଇଁ ମାଂସପେଶୀ, ଓଠ, ଚର୍ମ କିମ୍ବା ଶରୀରର ଯେକୌଣସି ଅଙ୍ଗକୁ ଏଡିଟ କରିବାକୁ ଚେଷ୍ଟା କରନ୍ତି, ତେବେ ତାଙ୍କୁ ଏହାକୁ ସାର୍ବଜନୀନ କରିବାକୁ ପଡିବ।
ବାସ୍ତବରେ, ୨୦୧୭ ମସିହାରେ ନରୱେରେ, ୟୁକେ ରୟାଲ ସୋସାଇଟି ଫର ପବ୍ଲିକ୍ ହେଲଥ୍ ର ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏହି ରିପୋର୍ଟରେ କୁହାଯାଇଥିଲା ଯେ ଇନଷ୍ଟାଗ୍ରାମ ଯୋଗୁଁ ଅନେକ ଯୁବକଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡୁଛି। ଅନ୍ୟ ସାମାଜିକ ସାଇଟ୍ ଅପେକ୍ଷା ଏହା ଅଧିକ ବିପଜ୍ଜନକ ବୋଲି ବିବେଚନା କରାଯାଉଥିଲା। ଏହାପୂର୍ବରୁ ବ୍ରିଟେନରେ ପ୍ରଭାବଶାଳୀ ବ୍ୟକ୍ତିତ୍ୱମାନଙ୍କୁ ସୋସିଆଲ ମିଡିଆ ବିଜ୍ଞାପନରେ ଫିଲ୍ଟର ବ୍ୟବହାର ନକରିବାକୁ କୁହାଯାଇଥିଲା ଯେଉଁଠାରେ ବିଜ୍ଞାପନର ପ୍ରଭାବ ଅତ୍ୟଧିକ ହୋଇଥାଏ। ଏଠାରେ ମଧ୍ୟ ଇନଷ୍ଟାଗ୍ରାମ ନିଜେ ନିର୍ଦ୍ଦିଷ୍ଟ ଭାବରେ ରେଫର୍ କରାଇଥିଲା। ୨୦୧୦ ମସିହାରେ ଆରମ୍ଭ ହୋଇଥିବା ଏହି ପ୍ଲାଟଫର୍ମ ୨୦୧୨ ରେ ଫେସବୁକକୁ ୧ ବିଲିୟନ ଡ଼ଲାରରେ ବିକ୍ରି ହୋଇଥିଲା। ଏହା ଏକ ବହୁତ ଲୋକପ୍ରିୟ ଆପ୍, କିନ୍ତୁ ଏହାର ଅନେକ ନକାରାତ୍ମକ ପ୍ରଭାବ ମଧ୍ୟ ସାମ୍ନାକୁ ଆସୁଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: