ବାତିଲ ହେଲା ରେଭେନ୍ସାର ସମସ୍ତ ପରୀକ୍ଷା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ:ରେଭେନ୍ସାରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ବାତିଲ ହେଲା ସମସ୍ତ ପରୀକ୍ଷା। ପରୀକ୍ଷା ବାତିଲ ନେଇ ରେଭେନ୍ସା କର୍ତ୍ତୃପକ୍ଷ ନେଇଛନ୍ତି ପଦକ୍ଷେପ । ସ୍ଥିତି ସ୍ୱାଭାବିକ ନହେବା ଯାଏଁ ସବୁ ପରୀକ୍ଷା ବାତିଲ ହେବ ବୋଲି ସୂଚନା ଦିଆଯାଇଛି।

ଏହାସହ ଆଜିଠୁ ଅଫଲାଇନ ଶିକ୍ଷାଦାନ ବନ୍ଦ ରହିଥିବାବେଳେ ଖୁବ ଶୀଘ୍ର ଅନଲାଇନ ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ ହେବ। ପ୍ରଥମେ ରେଭେନ୍ସାର ଗୋଟିଏ ବିଭାଗରୁ ଜଣେ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ହଷ୍ଟେଲରେ ଦୁଇ ଜଣ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି, ଯାହାକି ଏବେ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।

ହଷ୍ଟେଲରେ ରହୁଥିବା ଅନ୍ୟ ଛାତ୍ରୀଙ୍କୁ ଆସନ୍ତା ଦୁଇଦିନ ମଧ୍ୟରେ ହଷ୍ଟେଲ ଛାଡିବାକୁ ପରାମର୍ଶ ଦିଆଯାଇଛି। ଆକ୍ରାନ୍ତ ହୋଇଥିବା ଦୁଇ ଜଣ ଛାତ୍ରୀ ଷ୍ଟଡିରୁମ ସହ ଶୌଚାଳୟ ବି ବ୍ୟବହାର କରିଥିଲେ। ତେଣୁ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କରୋନା ପରୀକ୍ଷା କରାଯିବ।

%d bloggers like this: