ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପିପିଲି ଉପନିର୍ବାଚନ ନେଇ ବିଜେପିର ପ୍ରାର୍ଥୀ ଘୋଷଣା। ଆଶ୍ରିତ ପଟ୍ଟନାୟକ ହେଲେ ବିଜେପିର ପିପିଲି ପ୍ରାର୍ଥୀ। ଦୀର୍ଘଦିନ ଧରି ଆଶ୍ରିତଙ୍କ ନାଁ ଚର୍ଚ୍ଚା ହେଉଥିଲା। ଆଜି ତାଙ୍କ ନାଁ ଉପରେ ମୋହର ମାରିଛି ବିଜେପି। ବିଜେଡି ଓ କଂଗ୍ରେସ ମଧ୍ୟ ଖୁବଶୀଘ୍ର ସେମାନଙ୍କ ପ୍ରାର୍ଥୀ ଘୋଷଣା କରିବେ।
ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ସାରିଛି। ଏପ୍ରିଲ ୧୭ରେ ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏଁ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଭୋଟିଂ ହେବ। ଏଥିପାଇଁ ରାଜନୈତିକ ଉଷ୍ମତା ଜୋର୍ ଧରିଛି। ରାଜ୍ୟର ତିନି ପ୍ରମୁଖ ଦଳ ପିପିଲି ଆସନ ହାତେଇବାକୁ ପ୍ରାଣପଣେ ଚେଷ୍ଟା କରୁଛନ୍ତି। ବିଜେଡି ଘନଘନ ବୈଠକ କରୁଥିବାବେଳେ ବିଜୟ ତିଳକ ପିନ୍ଧିବାକୁ ବିଜେପି ମଧ୍ୟ ରଣନୀତି ପ୍ରସ୍ତୁତ କରୁଛି। ସେହିପରି କଂଗ୍ରେସ ମଧ୍ୟ ବାଜି ମାରିବାକୁ ଦମ୍ଭୋକ୍ତି ପ୍ରକାଶ କରୁଛି।
BJP releases a list of nine candidates for byelections in 6 states. pic.twitter.com/6UTPaRonNA
— ANI (@ANI) March 25, 2021