ବାହୁବଳି ନେତାଙ୍କ ପାଇଁ ବଳ ଗୋଟାଉଛନ୍ତି ଝିଅ; ମଇଦାନକୁ ବାପା ଆସିବେ ନା ଝିଅ?

ବାହୁବଳି ନେତାଙ୍କ ପାଇଁ ବଳ ଗୋଟାଉଛନ୍ତି ଝିଅ; ମଇଦାନକୁ ବାପା ଆସିବେ ନା ଝିଅ?

ଭୁବନେଶ୍ୱର/କବିସୂର୍ଯ୍ୟନଗର: ମୁଣ୍ଡ ଉପରେ 2024 ସାଧାରଣ ନିର୍ବାଚନ । ନେତାଙ୍କ ହାତରେ ସମୟ କମ୍ । ସଂଗଠନ ସାଙ୍ଗକୁ ଲୋକସମ୍ପର୍କ ଚ୍ୟାଲେଞ୍ଜ । ତା ଭିତରେ ବି ଜନମତକୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ କମର କସିବାରେ ଉଣା କରୁନାହାନ୍ତି ଆଶାୟୀ । ବଡ଼ କଥା ହେଉଛି ବିଜେଡି ପାଇଁ ଆଶାୟୀଙ୍କ ସଂଖ୍ୟା ସମସ୍ୟା ସୃଷ୍ଟି କରିବାକୁ ଥିବା ବେଳେ ବିଜେପି ପାଇଁ ଯୋଦ୍ଧା ଖୋଜା ଚ୍ୟାଲେଞ୍ଜ ହେବ । କଂଗ୍ରେସ ନିଜ ଭୋଟ୍ କୁ ଏଥର ନହରାଇ କେମିତି ସ୍ଥିତି ବଜାୟ ରଖିବ ତାକୁ ନେଇ ଚିନ୍ତାରେ ଅଛି । ଆଉ ଏମିତି ଜଣେ ନେତା ହେଉଛନ୍ତି କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ଟାଣୁଆନ ନେତା ହରପ୍ରସାଦ ସାହୁ । ଏବେ ହର ଯେତିକି ଚର୍ଚ୍ଚା ସେନାପତି ସାଜିଥିବା ତାଙ୍କ ଝିଅ ମଧ୍ୟ ସେତିକି ଚର୍ଚ୍ଚାକୁ ଆସୁଛନ୍ତି । କାହିଁକି ଜାଣନ୍ତୁ ।

ଅଧିକ ପଢ଼ନ୍ତୁ: କାହାର ହେବ କବିସୂର୍ଯ୍ୟନଗର ? ପତିଆରା ପାଇଁ ପଲିଟିକ୍ସ ଜୋର୍, ୫ ବର୍ଷର ହିସାବ ମାଗିଲେ ଜନତା

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ, ଏଠି ବିଜେଡିର ସବୁଠୁ ବଡ଼ ଓ ଅଭେଦ୍ୟ ଗଡ଼ ହେଉଛି ଗଞ୍ଜାମ । ହେଲେ ଗଞ୍ଜାମର ଅଧିକାଂଶ ନିର୍ବାଚନରେ ଏବେ ଗୋଷ୍ଠୀ କନ୍ଦଳ ବଢ଼ିଛି । ଏହା ସହ ଅନେକ ସ୍ୱାଧୀନ ଓ ବାବୁବଳି ନେତା ବିଜେଡିର ସମର୍ଥନ ଆଶା କରିଛନ୍ତି । ସେମିତି ଜଣେ ଆଶାୟୀ ନେତା ହେଉଛନ୍ତି ହର ପ୍ରସାଦ ସାହୁ । ସେ ଏବେ କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡିରୁ ଟିକଟ ଆଶାୟୀ ଥିବା ବେଳେ ଯୁବ ନେତା ପ୍ରମୋଦ ପଣ୍ଡା ଏବଂ ବର୍ତ୍ତମାନର ବିଧାୟିକା ଲତିକା ପ୍ରଧାନ ତାଙ୍କ ପାଇଁ କଣ୍ଟାର ପାଚେରୀ ହୋଇ ଛିଡ଼ା ହୋଇ ରହିଛନ୍ତି….

ଅଧିକ ପଢ଼ନ୍ତୁ: ‘ସେବା ହିଁ ପରମ ଧର୍ମ’ର ବାର୍ତ୍ତା ଦେଉଛନ୍ତି ପ୍ରମୋଦ ପଣ୍ଡା: ଯୁବ ଚେହେରାଙ୍କୁ ମିଳୁଛି ଆର୍ଶୀବାଦ

କେବେ ହର ଆଗରେ ତ ଝିଅ ପଛରେ । କେବେ ଝିଅ ଆଗରେ ତ କେବେ ହର ପଛରେ । ଆଗ ପଛ ହୋଇ ଏବେ ରାଜନୀତିର ଅଙ୍କ କଷୁଛନ୍ତି ବାପ ଝିଅ । ଜନମତ ପାଇ ବିଧାୟକ ହୋଇ ବିଧାନସଭାକୁ ଯିବାକୁ କ୍ଷେତ୍ର ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ହାରିଲା ବାଜି ଜିତିବା ପାଇଁ ଜି ଜାନ୍ ଲଗାଇ ଦେଇଛନ୍ତି । ଏଥର ଯେମିତି ହାତରୁ ଖସି ନ ଯିବ ସେଥିପାଇଁ କଳ ବଳ ଓ କୌଶଳର ଭରପୁର ଉପଯୋଗ ବି କରୁଛନ୍ତି। ଆଉ ଖାସ୍ ସେଥିପାଇଁ ମଙ୍ଗୁଆଳଙ୍କ ପାଇଁ ସେନାପତି ସାଜି ଝିଅ ମଙ୍ଗ ଧରିଛନ୍ତି ।

ସେପଟେ ରାଜନୀତିର ଗୋଳିଆ ପାଣିରେ ଧିରେ ଧିରେ ଆସ୍ତେ ଆସ୍ତେ ପାଦ ପାଇ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରୁ ନେତା ନିର୍ବାଚିତ ହୋଇ ବିଧାନସଭା ଯିବାକୁ ମନ କରିଛନ୍ତି ହର ସାହୁ । ଏଥିପାଇଁ ସମରାଭ୍ୟାସରେ କୌଣସି କସର ଛାଡୁନାହାନ୍ତି । ବିଜେଡି ବ୍ରାଣ୍ଡରେ ବାଜି ମାରିବାକୁ ଅଣ୍ଟା ଭିଡ଼ିଥିବା ହର ପ୍ରସାଦ ସାହୁ ଏବେ ଅନ୍ୟ ପ୍ରତିଦ୍ୱନ୍ଦୀଙ୍କ ଆଗରେ ପାଚେରୀ ହୋଇ ଛିଡ଼ା ହୋଇ ରହିଛନ୍ତି । ହଁ, ନିଜକୁ ସ୍ୱାଧୀନ ଓ ମୋ ନେତା ନବୀନ କହୁଥିବା କୋଦଳା ଅଞ୍ଚଳର ଟାଣୁଆ ନେତା ହର ସାହୁ ଏବେ MLA ହେବାକୁ ମଇଦାନକୁ ଓଲ୍ହାଇଛନ୍ତି। ହରଙ୍କ ଏହି ରାଜନୈତିକ ସଂଗ୍ରାମରେ ଏବେ ଭରପୁର ସାଥ୍ ଦେଇ ସେନା ନାୟକ ସାଜିଛନ୍ତି ଝିଅ ରଞ୍ଜିତା । ଆଉ ଏହାକୁ ଦେଖି ଲୋକେ କହୁଛନ୍ତି, କେବେ ହର ଆଗରେ ତ କେବେ ଝିଅ ପଛରେ । ପୁଣି କେବେ ଝିଅ ଆଗରେ ତ ହର ପଛରେ । 

  ସାଥୀ ସମର୍ଥକ ପ୍ରଶଂସକ ତ କହୁଛନ୍ତି ହାରିବନି ହର ଭାଇ ।  ହେଲେ ଭୋଟର ହିଁ ନିଷ୍ପତ୍ତି ନେବେ କାହାକୁ ବାଛିବେ ଆଉ କାହାକୁ ପୋଛିବେ। ନିର୍ବାଚନ ଋତୁ ଆସୁ ଆସୁ ଚଷା ଘରର ପୁଅ ହର ସାହୁ ଏବେ କ୍ଷେତ୍ରକୁ ସଦଳ ବଳେ ବାହାରିଛନ୍ତି । ଏ ଗାଁ ସେ ଗାଁ, ଏ କାର୍ଯ୍ୟକ୍ରମ ସେ କାର୍ଯ୍ୟକ୍ରମ କରୁଛନ୍ତି । ସମାଜସେବା ଆଳରେ ଝିଅ ସଂଗଠନ ବୁଝୁଛନ୍ତି କର୍ମୀ, ସହଯୋଗୀଙ୍କୁ ନେଇ ହର ଗଡ଼ ଦଖଲ ପାଇଁ ରଣନୀତି ଓ କୂଟନୀତି ଆପଣାଉଛନ୍ତି ।

୨୦୧୯ରେ ବିଧାନସଭା ନିର୍ବାଚନ ଲଢ଼ିନଥିବା ହର ପ୍ରସାଦ ସାହୁ ୨୦୧୪  ବିଧାନସଭା ନିର୍ବାଚନରେ ୪୫,୬୬୧ ଖଣ୍ଡ ଭୋଟ୍ ପାଇଥିଲେ। ବିଜେଡିରୁ ଟିକଟ ନ ମିଳିବାରୁ ସେ ସ୍ୱାଧୀନ ଭାବେ ପ୍ରତିଦ୍ୱନ୍ଦିତା କରି ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ପଛରେ ପକାଇ ବିଜୀୟ ବିଜେଡି ପ୍ରାର୍ଥୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଠାରୁ ମାତ୍ର ୨୧, ୫୦୦ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଥିଲେ । ସେତେବେଳେର କଂଗ୍ରେସ ପ୍ରାର୍ଥୀ ତଥା ଏବେ ବିଜେଡି ଶିବିରରେ ଶରଣ ନେଇଥିବା ସୀତାରାମ ପାଣିଗ୍ରାହୀ ତିନି ନମ୍ବର ସ୍ଥାନରେ ରହି ୯, ୮୪୩ ଖଣ୍ଡ ଭୋଟ୍ ପାଇଥିଲେ । ବିଜେପିର ବିଷ୍ଣୁ ପ୍ରସାଦ ଜେନା ୪,୩୧୫ ଖଣ୍ଡ ଭୋଟ୍ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: