କବିସୂର୍ଯ୍ୟନଗର ପାଇଁ କମର କସୁଛି କଂଗ୍ରେସ: ରୁଦ୍ଧଦ୍ୱାର ବୈଠକରେ ରଣନୀତି ପ୍ରସ୍ତୁତ

କବିସୂର୍ଯ୍ୟନଗର ପାଇଁ କମର କସୁଛି କଂଗ୍ରେସ: ରୁଦ୍ଧଦ୍ୱାର ବୈଠକରେ ରଣନୀତି ପ୍ରସ୍ତୁତ

ଭୁବନେଶ୍ୱର/କବିସୂର୍ଯ୍ୟନଗର: ବାହାଘର ବେଳେ ବାଇଗଣ ରୁଆ ଭଳି ଏବେ କଂଗ୍ରେସର ଚିନ୍ତା ୨୦୨୪ ସାଧାରଣ ନିର୍ବାଚନ । ଆଉ ସେଥିପାଇଁ ନିଜ ପକେଟ ଭୋଟ୍ କୁ ହାତଛଡ଼ା ନ କରି ବିଜେପି ଓ ବିଜେଡି ଖାତାକୁ ଚାଲିଯାଇଥିବା କଂଗ୍ରେସ ଭୋଟକୁ ପୁଣି ଥରେ ଫେରିପାଇବାକୁ କମର କସୁଛି କଂଗ୍ରେସ । ଆଉ ଏଥିରେ ପଛରେ ପଡ଼ିନି କବିସୂର୍ଯ୍ୟନଗର କଂଗ୍ରେସ । ଦଳୀୟ ସ୍ଥିତିକୁ ମଜଭୂତ କରିବା, ସଂଗଠନକୁ ସୁଦୃଢ଼ କରିବା ଏବଂ ଜିଲ୍ଲା କଂଗ୍ରେସ କମିଟିର ରଣନୀତି ଅନୁସାରେ କାର୍ଯ୍ୟ କରି ସଫଳ ହେବାକୁ ପଣ କରିଛନ୍ତି ତୁଙ୍ଗ ନେତା । ବୁଥ୍ ସ୍ତରରେ କର୍ମୀଙ୍କୁ ଏକଜୁଟ୍ କରିବା, ପୁରୁଣା କର୍ମୀଙ୍କୁ ଘରବାହୁଡ଼େଇ ଆଣିବା ଏବେ କଂଗ୍ରେସ ପାଇଁ ଚ୍ୟାଲେଞ୍ଜ ହେବ ନିଶ୍ଚୟ । ଆଉ ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର କବିସୂର୍ଯ୍ୟ ନଗର ଠାରେ ବ୍ଲକ ଓ ଏନଏସି କଂଗ୍ରେସ ପକ୍ଷରୁ ଏକ ଚିନ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଗଂଜାମ ଜିଲ୍ଲା ସଭାପତି ତଥା ସାନଖେମୁଣ୍ଡି କଂଗ୍ରେସର ଟାଣୁଆ ନେତା ତଥା ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦ୍ଦେଶ କ୍ରମେ କବିସୂର୍ଯ୍ୟନଗର ୧୨ ନଂ ୱାର୍ଡରେ ଥିବା ଶ୍ରୀ ବୀର ହନୁମାନ ମନ୍ଦିର ପ୍ରାଙ୍ଗଣରେ କଂଗ୍ରେସର କର୍ମୀ ସମ୍ମିଳନୀ ହୋଇଥିଲା । ଉକ୍ତ ବୈଠକରେ ବ୍ଳକ କଂଗ୍ରେସ ସଭାପତି ଶ୍ରୀ ଶରତ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ସମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣ କୌଶଳ ସ୍ଥିର କରିବା। ପ୍ରତି ପଞ୍ଚାୟତ ବୁଥ ସ୍ତରରୁ କର୍ମୀମାନଙ୍କୁ ମଜବୁତ କରି କଂଗ୍ରେସ ସଗଂଠନକୁ ମଜବୁତ୍ କରିବା ପାଇଁ ଆଲୋଚନା ନିଆଯାଇଥିଲା।

କବିସୂର୍ଯ୍ୟନଗର ନଗର କଂଗ୍ରେସ ସଭାପତି ବସନ୍ତ କୁମାର ଗୌଡ, କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ନୂତନ ସଭାପତି ଶ୍ରୀ ସଞ୍ଚୟ କୁମାର ମଣ୍ଡଳ(ପିଣ୍ଟୁ), ଓଡ଼ିଶା O B C ସେଲ ସଭାପତି ଅମର ଭୂୟାଁ, ପୁରୁଷୋତ୍ତମପୁର ନଗର କଂଗ୍ରେସ ସଭାପତି ମନୋରଞ୍ଜନ ଦାସ୍, ଉପସଭାପତି ସୁଶାନ୍ତ କୁମାର ଗୌଡ଼, ସୁନିଲ କୁମାର ବେହେରା, ଧରଣୀଧର ବେହେରା, ସୁବାଷ ଚନ୍ଦ୍ର ଜେନା, ଜାନକୀ ବଲ୍ଲଭ ମହାନ୍ତି, ସଂଗ୍ରାମ ବେହେରା, ପବିତ୍ର ନାୟକ, ସୁଶାନ୍ତ ସାହୁ, ଏବଂ ଗୌରି ଚନ୍ଦ୍ର ସାହୁ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ। ଶେଷରେ ଯୁବ କବିସୂର୍ଯ୍ୟନଗର ନୂତନ ଯୁବ ସଭାପତି ସଞ୍ଚୟ କୁମାର ମଣ୍ଡଳ(ପିଣ୍ଟୁ)ଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା ଓ ବହୁ ବ୍ୟକ୍ତି ବିଶେଷ କଂଗ୍ରେସ ରେ ଯୋଗ ଦେଇଥିଲେ l

0 Comments

Leave Your Comment

Your email address will not be published. Required fields are marked *

%d bloggers like this: