‘ସେବା ହିଁ ପରମ ଧର୍ମ’ର ବାର୍ତ୍ତା ଦେଉଛନ୍ତି ପ୍ରମୋଦ ପଣ୍ଡା: ଯୁବ ଚେହେରାଙ୍କୁ ମିଳୁଛି ଆର୍ଶୀବାଦ

‘ସେବା ହିଁ ପରମ ଧର୍ମ’ର ବାର୍ତ୍ତା ଦେଉଛନ୍ତି ପ୍ରମୋଦ ପଣ୍ଡା: ଯୁବ ଚେହେରାଙ୍କୁ ମିଳୁଛି ଆର୍ଶୀବାଦ

ପ୍ରିଜମ୍ ନ୍ୟୁଜ୍ ପ୍ରତିନିଧି (କବିସୂର୍ଯ୍ୟ ନଗର) ୨୩/୦୭/୨୦୨୩: ମାନବ ସେବା ହିଁ ମାଧବ ସେବା । ସେବା ହିଁ ପରମ ଧର୍ମ । ଆଉ ଏହାକୁ ନିଜ ଜୀବନରେ ବିନିଯୋଗ କରି ସେ ସାଉଁଟି ଚାଲିଛନ୍ତି ଜନତାଙ୍କ ଆର୍ଶୀବାଦ । ନିଜ ଅଞ୍ଚଳର ଦୁଃଖି ରଙ୍କି ଅଭାବୀ ମଣିଷଙ୍କ ପାଖରେ ପହଞ୍ଚୁଥିବା ଏପରି ଜଣେ ହୃଦୟବାନ ମଣିଷ ହେଉଛନ୍ତି କବିସୂର୍ଯ୍ୟନଗର ଅଞ୍ଚଳର ଯୁବ ସମାଜସେବୀ ପ୍ରମୋଦ ପଣ୍ଡା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଞ୍ଜାମ କବିସୂର୍ଯ୍ୟନଗର ଅଞ୍ଚଳରୁ ଯୁବ ବିଜେଡିରୁ ପ୍ରତିନିଧିତ୍ୱ କରୁଥିବା ପ୍ରମୋଦ ପଣ୍ଡାଙ୍କ ଠାରୁ ଜନତା ଏବଂ ଦଳ ମଧ୍ୟ ଅନେକ ଆଶା ରଖିଛି । ଆଉ ସେ ନିଜେ ମଧ୍ୟ ସାଥୀ ସମାଜସେବୀ ଓ ନବୀନ ପ୍ରେମୀଙ୍କୁ ସାଙ୍ଗରେ ନେଇ ନିଜ ସେବା ଜାରି ରଖିଛନ୍ତି ।

ଏହି କ୍ରମରେ ଆଜି ପ୍ରମୋଦ ପଣ୍ଡା ବେଗୁନିଆପଡା ବ୍ଲକ କୁମ୍ଭାରଗାଁ ଗ୍ରାମ ପଞ୍ଚାୟତର କୁମାରିପାରୀ ଗ୍ରାମର ଭିକା ପୋଲେଇଙ୍କ ସାନ ୧୬ ବର୍ଷୀୟ ସାନ ଝିଅ କାଜଲ ପୋଲେଇଙ୍କୁ ଭେଟି ତାଙ୍କ ଭଲ ମନ୍ଦ ପଚାରି ବୁଝିଛନ୍ତି । ଦୀର୍ଘ ୬ ମାସ ହେବ କ୍ୟାନ୍ସର ରୋଗରେ ଛଟପଟ ହେଉଛନ୍ତି କାଜଲ ଆଉ ଏହି  ଖବର ଜାଣିବା ପରେ ତାଙ୍କ ମନରେ ଆନ୍ଦୋଳନ ସୃଷ୍ଟି ହୋଇଥିଲା । ସଙ୍ଗେ ସଙ୍ଗେ ସାଥୀଗଣକୁ ନେଇ ସେ କାଜଲ  ଓ ତାଙ୍କ ପରିବାରକୁ ଭେଟିଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ଜନହିତରେ ଜାରି ରହିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା – ବିଏସକେୱାଇ ମାଧ୍ୟମରେ କେମିତି ଉନ୍ନତ ଓ ଉଚ୍ଚ ଶ୍ରେଣୀର ଚିକିତ୍ସା ଉପଲବ୍ଧ ହେବ ସେ ନେଇ ପାରିବାର ସଦସ୍ୟଙ୍କୁ ଆଶ୍ୱାସନା ଦେଇଛନ୍ତି । ତୁରନ୍ତ ସେ  ଓ ତାଙ୍କ ଟିମ୍ ବ୍ଲକ ପ୍ରଶାସନ ସମେତ ଜିଲ୍ଲା ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ଭେଟି ତୁରନ୍ତ ସହାୟତା ଦେବା ପାଇଁ ଅପିଲ୍ କରିବେ ବୋଲି କହିଛନ୍ତି ।

ଏହା ସହ କାଜୋଲଙ୍କ ପରିବାର ସଦସ୍ୟଙ୍କ ମନୋବଳ ବୃଦ୍ଧି କରିବା ସହ ଏଭଳି ଦୁଃଖଦ ସମୟରେ ଇଶ୍ୱର ସାହସ ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ବିଜେଡି ରାଜ୍ୟ ଯୁବ ସାଧାରଣ ସମ୍ପାଦକ ପ୍ରମୋଦ ପଣ୍ଡା ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: