ଘୋଷଣା ହେଲା ‘ବର୍ଷା ସାହିତ୍ୟ ସମ୍ମାନ’; ଏହି ତିନି ବହିକୁ ମିଳିବ ସମ୍ମାନ

ଘୋଷଣା ହେଲା ‘ବର୍ଷା ସାହିତ୍ୟ ସମ୍ମାନ’; ଏହି ତିନି ବହିକୁ ମିଳିବ ସମ୍ମାନ

ଭୁବନେଶ୍ୱର- ଅଗ୍ରଣୀ ପ୍ରକାଶନୀ ସଂସ୍ଥା ବର୍ଷା ପବ୍ଲିକେଶନ ତରଫରୁ ଅଗଷ୍ଟମାସ ୧୧ ତାରଖ ଦିନ ବର୍ଷା ଉତ୍ସବ ଆୟୋଜିତ ହେବାକୁ ଯାଉଛି। ଏହି ଉତ୍ସବ ଅବସରରେ ପ୍ରାଚୀନ ଓଡ଼ିଆ ସାହିତ୍ୟ ସମ୍ବନ୍ଧିତ ଆଲୋଚନାଚକ୍ର, ପାରମ୍ପରିକ କବିତାକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ , ପୁସ୍ତକ ଉନ୍ମୋଚନ ଓ ବର୍ଷା ସାହିତ୍ୟ ସମ୍ମାନ ପ୍ରଦାନର ଆୟୋଜନ କରା ଯାଇଛି ବୋଲି ପବ୍ଲିକେଶନର ନିର୍ଦ୍ଦେଶକ ବାଦଲ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

କଥାକାର ପ୍ରଦୀପ୍ତ କୁମାର ମିଶ୍ରଙ୍କ ଗଳ୍ପ ପୁସ୍ତକ ଛଦ୍ମଘଟକୁ ବର୍ଷା କଥା ସମ୍ମାନ, ସତ୍ୟବାଦୀ ରାଉତଙ୍କ କବିତା ପୁସ୍ତକ ‘ମୁଁ ନଥିବି ଏ ନଈ ଥିବ’କୁ କବିତା ସମ୍ମାନ ଓ ଯୁବକବି ତପନ କୁମାର ବାରିକଙ୍କ କବିତା ପୁସ୍ତକ ‘ କେଇ ଫର୍ଦ୍ଦ ଜହ୍ନ ରାତି’କୁ ନବଉନ୍ମେଷ ସମ୍ମାନ ପ୍ରଦାନ କରାଯିବ। ଗୀତ ଗୋବିନ୍ଦ ସଦନରେ ଆୟୋଜିତ ହେବାକୁ ଯାଉଥିବା ଏହି ଦିନବ୍ୟାପୀ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଲେଖକ, ପାଠକ, ବୁଦ୍ଧିଜୀବୀ ଓ ଶ୍ରୋତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ଏହି ସାମ୍ବାଦିକ ସମ୍ମିଳନୀରେ କବି ଦିଲ୍ଲୀପ କୁମାର ବିଶ୍ବାଳ, ଯୁବ ପ୍ରାବନ୍ଧିକ ପରଂବ୍ରହ୍ମ ତ୍ରିପାଠୀ, ସାମ୍ବାଦିକ ଦେବଦତ୍ତ ପତି, ଯୁବ ସାହିତ୍ୟିକ ବେଦ ପ୍ରକାଶ ବାରିକ ଓ ଆଲୋକ ରଞ୍ଜନ ଷଢଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: