କାହାର ହେବ କବିସୂର୍ଯ୍ୟନଗର ? ପତିଆରା ପାଇଁ ପଲିଟିକ୍ସ ଜୋର୍, ୫ ବର୍ଷର ହିସାବ ମାଗିଲେ ଜନତା

କାହାର ହେବ କବିସୂର୍ଯ୍ୟନଗର ? ପତିଆରା ପାଇଁ ପଲିଟିକ୍ସ ଜୋର୍, ୫ ବର୍ଷର ହିସାବ ମାଗିଲେ ଜନତା

ଭୁବନେଶ୍ୱର/କବିସୂର୍ଯ୍ୟନଗର:  ମୁଣ୍ଡ ଉପରେ ୨୪ ସାଧାରଣ ନିର୍ବାଚନ । ଆଉ ଏହାର ଢେର୍ ପୂର୍ବରୁ ଜି ଜାନ୍ ଲଗାଇ ବଳ ଗୋଟାଉଛନ୍ତି ଯୋଦ୍ଧା । ଦ୍ୱିତୀୟ ବାର୍ ଟିକଟ ଦୌଡ଼ରେ ରହିଥିବା ବିଧାୟିକା ଲତିକା ପ୍ରଧାନ ଆଉ ଥରେ ଟିକଟ ପାଇବାକୁ ଆଶା  ରଖିଛନ୍ତି । ଖାସ୍ ଏଥିପାଇଁ କଳ ବଳ କୌଶଳର ଭରପୁର ଉପଯୋଗ କରୁଛନ୍ତି ।

କାମ କଣ କରୁଛନ୍ତି, ଯୋଜନା କେତେ ଲୋକଙ୍କ ପାଖରେ ପହଞ୍ଚୁଛି, ଜନତାଙ୍କ ଫିଡବ୍ୟାକ କଣ ରହିଛି, ଜନତା ପସନ୍ଦ କରୁଛନ୍ତି କି ତାହା ଜଣାନାହିଁ । ହେଲେ ଫ୍ୟାନ୍ କ୍ଲବ ଜରିଆରେ ସୋସିାଲ ମିଡିଆରେ ମାହୋଲ ସୃଷ୍ଟି କରାଯାଉଛି । ସେ କୁଆଡ଼େ ବିକାଶର ବିନ୍ଧାଣୀ ବୋଲି ସମର୍ଥକଙ୍କ ମୁହଁରୁ କୁହାଉଛନ୍ତି ।

ସୋସିଆଲ ମିଡିଆରେ ଏବେ ଜୋରଦାର ଚର୍ଚ୍ଚା ହେଉଛି । ସେ କୁଆଡ଼େ ଟିକଟ ଦୌଡ଼ର ଆଗରେ ଅଛନ୍ତି । ସାଥୀ ସମର୍ଥକ ସହ ସେ ନିଜେ କୁହନ୍ତି – ଲୋକଙ୍କ ସେବା ପାଇଁ ବଞ୍ଚିଛି ଲୋକଙ୍କ ସେବା କରି ମରିବି । ଏକଥା ବି କୁହନ୍ତି – ସମୟ ପାଇଲେ ସମସ୍ୟା କଥା ବୁଝି ସମାଧାନ କରନ୍ତି।  ହେଲେ ଆମେ ପଚାରୁଛୁ ଲୋକଙ୍କ ପ୍ରଶ୍ନ । ଉତ୍ତର ଦେବେକି ମାନନୀୟା ବିଧାୟିକା ?

୫ ବର୍ଷ ସରିବାକୁ ଆସୁଛି, ଏବେ ପ୍ରମୋସନାଲ ଭିଡିଓ ନୁହେଁ ଆମକୁ ଦରକାର ବିକାଶର ହିସାବ । ହିସାବ ମାଗୁଛି କବିସୂର୍ଯ୍ୟ ନଗର, ବିକାଶ ଖୋଜୁଛନ୍ତି ଲୋକେ । କେବଳ ସଭା ସମିତି, ସମ୍ବର୍ଦ୍ଧନା ସଭା, ଦଳୀୟ କାର୍ଯ୍ୟକ୍ରମରେ ସମୟ ଦେଉଥିବା ମାଡାମ୍ ବିଧାୟିକା ସତରେ କଣ ଜନତାଙ୍କ ସେବା କରନ୍ତି ?

ସେବା ତ ପରର କଥା ଆଗ କୁହନ୍ତୁ ନିଜ ଅମଳରେ କେତେ ହୋଇଛି ବିକାଶ, କେତେ ବଦଳିଛି ରାସ୍ତା ଘାଟର ଅବସ୍ଥା, କେବେ ମିଳିଛି ଚାଷୀଙ୍କୁ ହକ୍ ଓ କେତେ ଲାଘବ ହୋଇଛି ଗରିବ ଗୁରୁବାଙ୍କ ଦୁଃଖ । ନିର୍ବାଚନ ଋତୁ ଆସିଲା ବୋଲି ଏବେ ହୂରି ପଡୁଛି ଅମୂକ ସମୁକ ଙ୍କୁ ପଛରେ ପକାଇ ବିଧାୟିକା ଆଗରେ ଅଛନ୍ତି ।

ହେଲେ ସତ କଣ ଜନତା ଜାଣନ୍ତି। ଏଠି ସରକାରୀ ଯୋଜନା ଦୁର୍ବଳ ଆଉ ପ୍ରଚାର ପ୍ରବଳ। ଗୋଷ୍ଠୀ କନ୍ଦଳ କଥା ଆମେ କହୁନୁ ଏହା ଦଳୀୟ ବ୍ୟାପାର । ତେବେ ଆମର ଗୋଟିଏ ପ୍ରଶ୍ନ ଶାସନ ସରିବା ପୂର୍ବରୁ ହିସାବ ଦିଅନ୍ତୁ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: