ସ୍ୱାମୀ ସହ କିଛି ବାଟ ଚାଲିଥାନ୍ତେ ହେଲେ କରୋନା ନେଇଗଲା ତପୁ ମିଶ୍ରଙ୍କ ଜୀବନ

ସ୍ୱାମୀ ସହ କିଛି ବାଟ ଚାଲିଥାନ୍ତେ ହେଲେ କରୋନା ନେଇଗଲା ତପୁ ମିଶ୍ରଙ୍କ ଜୀବନ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଓଡିଆ କଣ୍ଠ ଶିଳ୍ପୀ ତପୁ ମିଶ୍ରଙ୍କ ନିଧନ । ସେ କରୋନାରୁ ଭଲ ହେବା ପରେ ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିଲା । ତପୁ ମିଶ୍ର ଗୁରୁତର ଥିଲେ । କରୋନାରୁ ସୁସ୍ଥ ହେବା ପରେ ଏବେ ପରବର୍ତ୍ତୀ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ସେ କିଛି ଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ରହିଥିଲେ । ତାଙ୍କର ଅକ୍ସିଜେନ ସ୍ତର କମି ଯାଇଥିଲା । ସେ ଭେଣ୍ଟିଲେଟରରେ ଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେବା ବଦଳରେ ବିଗିଡ଼ିବାରେ ଲାଗିଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ନିଧନ ହୋଇଥିବା ଜଣା ପଡିଛି ।

ତପୁ ହେଉଛନ୍ତି ଓଡ଼ିଶା ଫିଲ୍ମ ଏବଂ ଆଲ୍‌ବମ୍‌ ଜଗତର ଜଣାଶୁଣା ଚେହେରା । ଜଣେ ଭଲ କଳାକାର ଏବଂ ହୃଦୟବାନ ମଣିଷ । ଦୀର୍ଘ ୨୦ ବର୍ଷ ଧରି ସେ ନିଜ ସୁଲଳିତ କଣ୍ଠରେ ଦର୍ଶକଙ୍କୁ ମନୋରଞ୍ଜନର ଖୋରକ ଯୋଗାଇ ଆସିଛନ୍ତି । ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରାୟ ସବୁ କଳାକାରଙ୍କ ପାଇଁ ସେ କଣ୍ଠଦାନ କରିଛନ୍ତି । ପ୍ରତ୍ୟେକଙ୍କ ସହ ତାଙ୍କର ସମ୍ପର୍କ ବି ବହୁତ ନିବିଡ଼ ।

 ତପୁ ମିଶ୍ରଙ୍କ ଲୋକପ୍ରୀୟ ସଂଗୀତର ଧୁନ୍ ଶୁଣିବାକୁ ମିଳି ଫିଲ୍ମ

ଚକ୍‌ଲେଟ୍‌ (୨୦୧୧)ରେ ଏବଂ ମନ ମୋର ପ୍ରଜାପତି (୨୦୧୧) । ସେହିଭଳି ତଳେ କିଛି ଫିଲ୍ମ ଓ ରିଲିଜ୍ ତାରିଖ ଉଲ୍ଲେଖ କରାଯାଇଛି…

ଲୋଫର୍ (୨୦୧୧)

ମୋଷ୍ଟ ୱାଣ୍ଟେଡ଼ (୨୦୧୧)

ତୁ ଥାଆ ମୁଁ ଯାଉଚି ରୁଷି (୨୦୧୦)

ଅଞ୍ଜଳି (୨୦୧୦)

ଓଁ ନମଃ ଶିବାୟ (୨୦୧୦)

ଏଇ ମିଳନ ଯୁଗ ଯୁଗର (୨୦୧୦)

ସ୍ୱୟଂସିଦ୍ଧା (୨୦୧୦)

ଭୁଲ୍ ବୁଝିବନି ମତେ (୨୦୧୦)

ପହିଲି ରଜ (୨୦୧୦)

ସଞ୍ଜୁ ଆଉ ସଞ୍ଜନା (୨୦୧୦)

ଦିଲ୍ ତ‌ତେ ଦେଇଚି (୨୦୧୦)

ତୋଆଖିରେ ମୁଁ (୨୦୧୦)

ଶୁଭ ବିବାହ (୨୦୧୦)

ଆଖି ପଲକରେ ତୁ (୨୦୧୦)

ମିତରେ ମିତ (୨୦୦୯)

ଲଭ୍ ଡଟ୍ କମ୍ (୨୦୦୯)

କେଉଁ ଦୁନିଆରୁ ଆସିଲ ବନ୍ଧୁ (୨୦୦୯)

ରୋମିଓ- ଦ ଲଭର୍ ବୟ (୨୦୦୯)

ଆଇଲାରେ ଓଡ଼ିଆ ପୁଅ (୨୦୦୯)

ପ୍ରେମୀ ନଂ ୱାନ୍ (୨୦୦୯)

ଡ୍ରିମ୍ ଗାର୍ଲ (୨୦୦୯)

ରେ ସାଥି ଆ (୨୦୦୯)

ଜ‌ହ୍ନରେ ଲେଖିବା ନାଁ (୨୦୦୯)

ଧୀରେ ଧୀରେ ପ୍ରେମ ହେଲା (୨୦୦୯)

ପ୍ରେମ ରୋଗୀ (୨୦୦୯)

ନନ୍ଦିନୀ ଆଇ ଲଭ୍ ୟୁ (୨୦୦୮)

ମତେ ତ ଲଭ ହେଲାରେ (୨୦୦୮) (ସଙ୍ଗିତ ନିର୍ଦ୍ଦେଶନା)

କଳିଙ୍ଗ ପୁତ୍ର (୨୦୦୮)

ବନ୍ଦେ ଉତ୍କଳ ଜନନୀ (୨୦୦୮)

ମତେ ଆଣିଦେଲ ଲକ୍ଷେ ଫଗୁଣ (୨୦୦୮)

ବନ୍ଦେ ଉତ୍କଳ ଜନନୀ (୨୦୦୮)

ସମୟ ହାତରେ ଡୋରି (୨୦୦୭)

ଲାଲ ଟୁକ୍ ଟୁକ୍ ସାଧବବୋହୂ (୨୦୦୭)

ରସିକ ନାଗର (୨୦୦୭)

ଏ ଯୁଗର କୃଷ୍ଣ ସୁଦାମା (୨୦୦୭)

ଏ ମନ ମାନେନା (୨୦୦୭)

ମୋ ସୁନା ପୁଅ (୨୦୦୭)

ମୁଁ ତତେ ଲଭ୍ କରୁଚି (୨୦୦୭)

ପାଗଳ ପ୍ରେମୀ (୨୦୦୭)

ତୋପାଇଁ (୨୦୦୭)

ଶାଶୁଘର ଚାଲିଯିବି (୨୦୦୬)

ପ୍ରିୟା ମୋ ପ୍ରିୟା (୨୦୦୫)

ଅର୍ଜୁନ (୨୦୦୫)

ଆଇ ଲଭ୍ ୟୁ (୨୦୦୫)

ଓ ମାଇଁ ଲଭ୍ (୨୦୦୫)

ଟୋପାଏ ସିନ୍ଦୂର ଦି ଟୋପା ଲୁହ (୨୦୦୫)

ବର୍ଷା ମାଇଁ ଡାର୍ଲିଙ୍ଗ୍ (୨୦୦୪)

ରକତ ଚିହ୍ନିଛି ନିଜର କିଏ (୧୯୯୯)

0 Comments

Leave Your Comment

Your email address will not be published. Required fields are marked *

%d bloggers like this: