ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ

ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ:   ମହାମାରୀ କରୋନାରେ ଚାଲିଗଲେ ଆଉ ଜଣେ ଲୋକପ୍ରିୟ କଳାକାର । କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ କରୋନା ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ହୋଇ ଆଖି ବୁଜିଛନ୍ତି ଓଲିଉଡର ଚକୋଲେଟ୍ ଗାୟୀକା ତପୁ ମିଶ୍ର ।

ତପୁ ହେଉଛନ୍ତି ଓଡ଼ିଶା ଫିଲ୍ମ ଏବଂ ଆଲ୍‌ବମ୍‌ ଜଗତର ଜଣାଶୁଣା ଚେହେରା । ଜଣେ ଭଲ କଳାକାର ଏବଂ ହୃଦୟବାନ ମଣିଷ । ଦୀର୍ଘ ୨୦ ବର୍ଷ ଧରି ସେ ନିଜ ସୁଲଳିତ କଣ୍ଠରେ ଦର୍ଶକଙ୍କୁ ମନୋରଞ୍ଜନର ଖୋରକ ଯୋଗାଇ ଆସିଛନ୍ତି । ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରାୟ ସବୁ କଳାକାରଙ୍କ ପାଇଁ ସେ କଣ୍ଠଦାନ କରିଛନ୍ତି । ପ୍ରତ୍ୟେକଙ୍କ ସହ ତାଙ୍କର ସମ୍ପର୍କ ବି ବହୁତ ନିବିଡ଼ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: