କେମିତି କରିବେ ମିକ୍ସ ଫ୍ରୁଟ ପଲାଉ ? ରାନ୍ଧଣା ଶିଖନ୍ତୁ…

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଆପଣ ଫଳରେ ପ୍ରସ୍ତୁତ ଅନେକ ପ୍ରକାର ଖାଦ୍ୟ ଖଇଥିବେ। ସେ ଆଚାର କୁହନ୍ତୁ ବା ଜୁସ କଥା କୁହନ୍ତୁ। ହେଲେ ଆଜି ଆମେ ଫଳରୁ ତିଆରି ଏମିତି ଏକ ଖାଦ୍ୟ ବିଷୟରେ କହିବୁ ଯାହାକୁ ଥରେ ଖାଇଲେ ବାରମ୍ବାର ଖାଇବାକୁ ଇଛା କରିବେ। ଏହି ଆଇଟମ ଟି ହେଉଛି ଫ୍ରୁଟ୍ ପଲାଉ…

ଆବଶ୍ୟକ ସାମଗ୍ରୀ-

୧- କପ୍ ବାସୁମତି ଚାଉଳ

ଅଧକପ୍ ଚିନି

ଆବଶ୍ୟକ ଅନୁଯାୟୀ ଲୁଣ

ତେଲ

କାଜୁ ୫୦ ଗ୍ରାମ

ପିସ୍ତାବାଦାମ

ଗୋଟା ଜିରା ଅଧ ଚାମଚ

ଧନିଆ ପତ୍ର ଛୋଟ ଛୋଟ କଟା ସେଓ ଗୋଟିଏ

ଅଙ୍ଗୁର

କୋରା ବା କଟା ନଡିଆ

 କମଳା

 ଚେରୀ

 ଡାଳିମ୍ବ

 ପ୍ରସ୍ତୁତି ପ୍ରଣାଳୀ-

ପ୍ରଥମେ ବାସୁମତି ଚାଉଳକୁ କିଛି ସମୟ ପାଣିରେ ଭିଜାଇ ରଖିବେ । ଏହାପରେ ଗ୍ୟାସରେ କଡେଇ ବସେଇ ପାଣି ଢାଳିବେ । ପାଣି ଫୁଟି ଆସିଲେ ସେଥିରେ ତେଲ,ଜିରା ଫୁଟାଇବା ସହ ଲୁଣ ପକାଇ ଆଉ କିଛି ସମୟ ଫୁଟିବାକୁ ଛାଡିଦେବେ । ଭଲଭାବେ ଫୁଟିବା ପରେ ସେଥିରେ ବତୁରା ହୋଇ ରଖା ଯାଇଥିବା ଚାଉଳକୁ ଛାଣି ପକାଇ ଦିଅନ୍ତୁ, ଏବେ ଚାଉଳକୁ କିଛି ସମୟ ସିଝିବାକୁ ଛାଡି ଦିଅନ୍ତୁ । ଚାଉଳ ସିଝିଯିବା ପରେ ଏକ ପାତ୍ରକୁ ଛାଣି ରଖନ୍ତୁ । କିନ୍ତୁ ମନେ ରଖିବେ ଚାଉଳକୁ ଅଧିକ ସିଝାଇବେ ନାହିଁ । ତାପରେ ଗ୍ୟାସରେ କଡେଇ ବସେଇ ତେଲ ପକାନ୍ତୁ । ତେଲ ଗରମ ହେବାପରେ ସେଥିରେ, କାଜୁ, ପିସ୍ତାବାଦାମ, କଟା ସେଓ, ଅଙ୍ଗୁର, ଡାଳିମ୍ବ, କମଳା, କଟା ନଡିଆ ପକାଇ ଅଳ୍ପ ଭାଜନ୍ତୁ। ଏହାପରେ ସେଥିରେ ପ୍ରସ୍ତୁତ ହୋଇ ରଖିଥିବା ଭାତ ଏବଂ ଅଳ୍ପ ଚିନି ପକାଇ ଗୋଳାନ୍ତୁ । ତାପରେ ସେଥିରେ କଟା ଚେରୀ, ଧନିଆ ପତ୍ର ପକାଇ ମିକ୍ସ କରି ଗ୍ୟାସ୍ ବନ୍ଦ କରି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଫଳ ପଲାଉ ।

Leave a Reply

Your email address will not be published. Required fields are marked *