ଶାହାରୁଖଙ୍କ ସହ ଫାଇଟ କରିବେ ନୟନତାରା…

Nayanthara will make her Bollywood debut opposite Shah Rukh Khan in Atlee’s film. The film has been tentatively titled Jawaan.

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ସହ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନୟନତାରାଙ୍କ ନୂଆ ଫିଲ୍ମକୁ ନେଇ ଆଜିକାଲି ଚର୍ଚ୍ଚା ଜୋର ଧରିଛି। ନୟନତାରା ଶାହାରୁଖ ଖାନଙ୍କ ସହ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତାମିଲ ଚଳଚ୍ଚିତ୍ରର ପ୍ରସିଦ୍ଧ ନିର୍ଦ୍ଦେଶକ ଅଟଳୀ ଏହି ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି। ନିକଟରେ ନୟନତାରା ଏବଂ ଶାହାରୁଖ ସେମାନଙ୍କ ଫିଲ୍ମର ସୁଟିଂ ପାଇଁ ପୁଣେରେ ପହଞ୍ଚିଛନ୍ତି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଫିଲ୍ମର ଆକ୍ସନ୍ ସିନ୍ ର କିଛି ଚିତ୍ର ରିଲିଜ୍ ହୋଇଛି, ଯାହାକି ସୋସିଆଲ ମିଡିଆରେ ଏବେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି। ଲୋକମାନେ ଫିଲ୍ମର ସେଟରୁ ଲିକ୍ ହୋଇଥିବା ସେହି ଫଟୋଗୁଡ଼ିକୁ ବହୁତ ପସନ୍ଦ କରୁଛନ୍ତି ଏବଂ ନିଜ ନିଜର ପ୍ରତିକ୍ରିୟା ଦେଉଛନ୍ତି।

ଖବର ଅନୁଯାୟୀ ନିର୍ଦ୍ଦେଶକ ଅଟଲୀଙ୍କ ଉକ୍ତ ଚଳଚ୍ଚିତ୍ରର ନାମ ‘ଜୱାନ’। ନିକଟରେ ଡିଜନି ପ୍ଲସ ହଟଷ୍ଟାରରେ ମୁକ୍ତିଲାଭ କରିଥିବା ମିଲିନ୍ଦ ରାଓଙ୍କ ଫିଲ୍ମ ନେତ୍ରିକାନରେ ନୟନତାରାଙ୍କୁ ଦେଖିବାକୁ ମିଳିଥିଲା। ସେଟରୁ ଦୁଇଟି ଫଟୋ ସାମ୍ନାକୁ ଆସିଛି।

ଏହି ଫଟୋଗୁଡ଼ିକ ଦେଖିଲେ ଲାଗୁଛି ଯେ ଶାହାରୁଖ ଖାନ ଏବଂ ନୟନତାରା କିଛି ତୀବ୍ର ଆକ୍ସନ୍ ସିନ୍ ପାଇଁ ସୁଟିଂ କରୁଥିଲେ। ଅଟଲୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ବ୍ୟତୀତ ଶାହାରୁଖଙ୍କୁ ପଠାନରେ ମଧ୍ୟ ଦେଖିବାକୁ ମିଳିବ। ଶାହାରୁଖଙ୍କ ବ୍ୟତୀତ ଦୀପିକା ପାଦୁକୋନ ଏବଂ ଜନ୍ ଆବ୍ରାହାମ ମଧ୍ୟ ପଠାନରେ ମୁଖ୍ୟ ଭୂମିକାରେ ରହିବେ।

Leave a Reply

Your email address will not be published. Required fields are marked *