ଆସନ୍ତା 24ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି ଐତିହାସିକ ମହାଲଢ଼େଇ

ଆସନ୍ତା 24ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି ଐତିହାସିକ ମହାଲଢ଼େଇ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଆଉ ସାତ ଦିନ ପରେ ଅର୍ଥାତ ଆସନ୍ତା 24 ତାରିଖରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ I ଉଭୟଙ୍କ ମଧ୍ୟରେ ବରାବର ମୁକାବିଲା ହେବ, ତେବେ ମହା ଘମାସନ ଲଢ଼େଇରେ ଭାରତର ପଲ୍ଲା ଭାରି ରହିବ ନା ପାକିସ୍ତାନ ସବୁ ଥର ଭଳି ଜିତିବାର ଜୋସ ଦେଖାଇବାକୁ ଯାଇ ଧୂଳି ଚାଟିବ ତାହା ଦେଖିବାର କଥା l

T20 world cup trophy

ସୀମାରେ ଦୁଇ ସେନା ମଧ୍ୟରେ ଆମ୍ନାସାମ୍ନା କଥା ଆମେ କହୁନାହୁଁ , ଆମେ କହୁଛୁ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍ ଲିଗ୍ ମ୍ୟାଚର କଥା I ଆସନ୍ତା 24 ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଇଛି I
ଏହି ବିଶ୍ୱକପ କୋଚ ରବି ଶାସ୍ତ୍ରୀଙ୍କ ଶେଷ ବିଶ୍ୱକପ ହେବାକୁ ଥିବା ବେଳେ ବିରାଟ କୋହଲି ଟି୨୦ ଟିମର ଅଧିନାୟକ ଦାୟିତ୍ୱ ଛାଡ଼ିବେ। ଭାରତୀୟ ଦଳରେ ସ୍ଥାନ ପାଇଥିବା ଉଭୟ ବ୍ଯାଟର ଓ ବୋଲର ମାନେ ଶେଷ ହୋଇଥିବା ଆଇପିଏଲରେ ଚିତାକର୍ଷକ ପ୍ରଦର୍ଶନ କରି ଫର୍ମରେ ଅଛନ୍ତି । ସେହିପରି ଅନେକ ଦଳର ଖେଳାଳି ମାନେ ମଧ୍ୟ IPL ରେ ପ୍ରଦର୍ଶନ କରି ନିଜ ଦେଶକୁ ଆଗକୁ ନେବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: