ଜିମ୍ବାୱେକୁ ୭୧ ରନ୍‌ରେ ହରାଇଲା ଭାରତ, ଚମକିଲେ ସୂର୍ଯ୍ୟୁକୁମାର

ଜିମ୍ବାୱେକୁ ୭୧ ରନ୍‌ରେ ହରାଇଲା ଭାରତ, ଚମକିଲେ ସୂର୍ଯ୍ୟୁକୁମାର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ମେଲବୋର୍ନରେ ଖେଳାଯାଉଥିବା ଟି-୨୦ ବିଶ୍ୱକପ୍‌ର ଶେଷ ଲିଗ୍‌ ମ୍ୟାଚ୍‌ରେ ଜିମ୍ବାୱେକୁ ୭୧ ରନ୍‌ରେ ହରାଇଲା ଭାରତ। ଟିମ ଇଣ୍ଡିଆ ସେମିଫାଇନାଲ ପାଇଁ ପୂର୍ବରୁ ଯୋଗ୍ୟତା ଅର୍ଜନ କରିସାରିଥିବା ବେଳେ ଏହି ବିଜୟ ସହ ଭାରତ ଗ୍ରୁପ୍‌-୨ରେ ପାଞ୍ଚଟି ମ୍ୟାଚ ମଧ୍ୟରୁ ଚାରିଟି ଜିତି ଆଠ ପଏଣ୍ଟ ସହ ଶୀର୍ଷରେ ରହିଛି।ଆଜି ଟସ ଜିତି ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ୨୦ ଓଭରରେ ୫ ଉଇକେଟ ହରାଇ ୧୮୬ ରନ ସଂଗ୍ରହ କରିଥିଲା। ଏହାପରେ ଜିମ୍ବାୱେ ପାଇଁ ୧୮୭ର ଟାର୍ଗେଟ ରଖିଥିଲା ଭାରତ।

କେଏଲ ରାହୁଲ ଏବଂ ସୂର୍ଯ୍ୟକୁମାର ଯାଦବ ଚମତ୍କାର ଇନିଂସ ଖେଳିଥିଲେ। ଉଭୟ ଅର୍ଦ୍ଧଶତକ ହାସଲ କରିଥିଲେ। ରାହୁଲ ୩୫ ବଲରେ ୫୧ ରନ ସଂଗ୍ରହ କରିଥିଲେ। ଏଥିସହିତ ସୂର୍ଯ୍ୟକୁମାର ୨୫ ବଲରେ ୬୧ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହାର ଜବାବରେ ଜିମ୍ବାୱେ ଦଳ ୧୭.୨ ଓଭରରେ ୧୧୫ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ରିଆନ ବୁର୍ଲେ ସର୍ବାଧିକ ୩୫ ରନ ସ୍କୋର କରିଥିଲେ। ଏଥିସହିତ ସିକନ୍ଦର ରାଜା ୩୪ ରନର ଇନିଂସ ଖେଳିଥିଲେ। ରବିଚନ୍ଦ୍ରନ ଅଶ୍ୱିନ ଭାରତ ପାଇଁ ୩ଟି ଉଇକେଟ ନେଇଥିଲେ। ଏଥି ସହ ମହମ୍ମଦ ଶାମି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ ଏବଂ ଅକ୍ଷର ପଟେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଆଜିର ମ୍ୟାଚରେ ଚମତ୍କାର ଇନିଂସ ପାଇଁ ସୂର୍ଯ୍ୟକୁମାରଙ୍କୁ ମ୍ୟାନ୍‌ ଅଫ ଦି ମ୍ୟାଚ ମାନ୍ୟତା ମିଳିଛି।

୨୦୨୨ରେ ସୂର୍ଯ୍ୟକୁମାର ଯାଦବ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଟି-୨୦ରେ ୨୮ ଇନିଂସରେ ହାରାହାରି ୪୫ରେ ୧୦୨୬ ରନ ସଂଗ୍ରହ କରିଛନ୍ତି। ସେ ଗୋଟିଏ ଶତକ ଏବଂ ୯ ଅର୍ଦ୍ଧଶତକ ହାସଲ କରିଛନ୍ତି।ରବିବାର ଟି-୨୦ ବିଶ୍ୱକପରେ ୩ଟି ମ୍ୟାଚ ହୋଇଥିଲା। ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ନେଦରଲାଣ୍ଡଠାରୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହା ପରେ ପାକିସ୍ତାନ ସହଜରେ ବାଂଲାଦେଶକୁ ପରାସ୍ତ କରିଥିଲା। ଦିନର ତୃତୀୟ ମ୍ୟାଚ୍‌ରେ ଭାରତ ଜିମ୍ବାୱେକୁ ବିପୁଳ ବ୍ୟବଧାନରେ ପରାସ୍ତ କରିଛି। ଏହା ସହ ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ସେମିଫାଇନାଲ ଖେଳିବେ।ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍‌ ନଭେମ୍ବର ୯ରେ ସିଡନୀରେ ଖେଳଯିବ। ଦ୍ୱିତୀୟ ସେମିଫାଇନାଲ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ନଭେମ୍ବର ୧୦ରେ ଆଡିଲେଡରେ ଖେଳାଯିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: