ପଡ଼ିଆରେ ପୁଣି ଚମକିଲେ ବିରାଟ, ୩ ବର୍ଷ ପରେ ସେଞ୍ଚୁରୀ

ପଡ଼ିଆରେ ପୁଣି ଚମକିଲେ ବିରାଟ, ୩ ବର୍ଷ ପରେ ସେଞ୍ଚୁରୀ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଭାରତ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ନିଜ ଫର୍ମକୁ ନେଇ ଅନେକ ସମାଲୋଚନାର ଶିକାର ହୋଇଥିଲେ। ହେଲେ ଆଜି ଭାରତ- ଆଫଗାନିସ୍ତାନ ମ୍ୟାଚରେ ଶତକକରି ସମସ୍ତ ସମାଲୋଚକଙ୍କ ମୁହଁ ବନ୍ଦ କରିବା ସହ ପ୍ରଶଂସକଙ୍କ ମନରେ ନୂଆ ଆଶା ଭରିଛନ୍ତି। ଦୀର୍ଘ ଦିନର ବିଫଳତା ପରେ ଏସିଆ କପର ଗୁରୁବାର ଭାରତ-ଆଫଗାନିସ୍ତାନ ଶେଷ ମ୍ୟାଚରେ ବିରାଟଙ୍କ ଦମ୍‌ଦାର ଶତକୀୟ ଇନିଂସ ଦେଖିବାକୁ ମିଳିଛି। ଏହି ଇନିଂସ୍‌ ବଳରେ କୋହଲି ନିଜ ୭୧ତମ ଇଣ୍ଟରନ୍ୟାସନାଲ ଶତକ ପୂରା କରିଛନ୍ତି। କୋହଲି ୬୧ ବଲ୍‌ରେ ୧୨୨ରନ୍‌ କରିଛନ୍ତି। ଏହି ସମୟରେ ସେ ୧୨ଟି ଚୌକା ଓ ୬ଟି ଛକା ମାରିଥିଲେ କୋହଲି।

ସୂଚନାଯୋଗ୍ୟ ଯେ, ବିରାଟ ୨୦୧୯ ନଭେମ୍ବର ୨୩ରେ ବାଲାଂଦେଶ ବିପକ୍ଷରେ ଖେଳି ଶେଷ ଶତକ ହାସଲ କରିଥିବା ବେଳେ ପରବର୍ତ୍ତୀ ସମୟରେ ୮୩ଟି ଇନିଂସରେ ଖରାପ୍‌ ପ୍ରଦର୍ଶନ କରିଥିଲେ। ଫଳରେ ସେ ଅନେକ ସମାଲୋଚନାର ଶୀକାର ମଧ୍ୟ ହୋଇଥିଲେ। ଏହି ଶତକୀୟ ଇନିଂସ୍‌ ବଳରେ କୋହଲିଙ୍କ ଆତ୍ମବିଶ୍ୱାସ ପୁଣି ଫେରିଛି। ଏସିଆ କପ୍‌ରେ ଆଫଗାନିସ୍ତାନ ବିପକ୍ଷ ଶେଷ ମ୍ୟାଚରେ କୋହଲିଙ୍କ ଏହି ଦମ୍‌ଦାର ଇନିଂସ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ଉଇକେଟ ହରାଇ ୨୧୨ ରନ୍‌ କରିବାରେ ସଫଳ ହୋଇଛି। ଫଳରେ ଭାରତ ଆଫଗାନିସ୍ତାନ ଆଗରେ ୨୧୩ରନ୍‌ର ବିଜୟ ଲକ୍ଷ୍ୟ ରଖିଛି। ଟସ୍ ହାରି ଭାରତ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: