ବିଜୟରୁ ଅଭିଯାନ ଆରମ୍ଭ କଲା ଓମାନ୍‌, ପାପୁଆ ନ୍ୟୁଗିନି ୧୦ ଓ୍ଵିକେଟ୍‌ରେ ପରାସ୍ତ

Oman’s chase of 130 against PNG is the highest ever in a T20 World Cup to be completed without losing a wicket

#T20WorldCup

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଆଜିଠାରୁ ଟି-୨୦ ବିଶ୍ୱକପ୍‌ ଆରମ୍ଭ ହୋଇଯାଇଛି। ଆମିରାତ୍‌ କ୍ରିକେଟ୍‌ ପଡ଼ିଆରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲାରେ ଆୟୋଜକ ଓମାନ ୧୦ ଓ୍ଵକେଟ୍‌ରେ ପାପୁଆ ନ୍ୟୁଗିନିକୁ ପରାସ୍ତ କରିଛି। ଓମାନ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ପାପୁଆ ନ୍ୟୁଗିନି ବେଟିଂ କରିଥିଲା। ପାପୁଆ ନ୍ୟୁଗିନି ୨୦ ଓଭରରେ ୯ ଓ୍ଵିକେଟକ୍‌ ହରାଇ ୧୨୯ ରନ୍‌ ସଂଗ୍ରହ କରିବା ପରେ ଓମାନକୁ ୧୩୦ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା।

ଟି-୨୦ ବିଶ୍ୱକପ୍‌ରେ ଓମାନ୍‌ ବିଜୟରୁ ଅଭିଯାନ ଆରମ୍ଭ କରିଛି। ପ୍ରଥମେ ବୋଲିଂ କ୍ଷେତ୍ରରେ ଦମ୍‌ଦାର ପ୍ରଦର୍ଶନ ପରେ ବ୍ୟାଟିଂରେ ଦମ୍ଭ ଦେଖାଇଛି। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଆକିବ୍‌ ଲ୍ୟାସ୍‌ ଅପରାଜିତ ୫୦ ରନ୍‌ ଓ ଯତିନ୍ଦର ସିଂହ ଅପରାଜିତ ୭୩ ରନ୍‌ ବଳରେ ଓମାନ୍‌ ଏହି ମ୍ୟାଚ୍‌କୁ ସହଜରେ ଜିତିଛି।

ପ୍ରଥମ ଇନିଂସରେ ପାପୁଆ ନ୍ୟୁଗିନିକୁ ଆରମ୍ଭରୁ ଝଟକା ଲାଗିଥିଲା। କାରଣ ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଦ୍ୱୟ ଖାତା ଖୋଲି ନପାରି ଶସ୍ତାରେ ଆଉଟ୍‌ ହୋଇଥିଲେ। ଅଧିନାୟକ ଆସଦ୍‌ ଭାଲା ବ୍ୟକ୍ତିଗତ ଭାବେ ୫୬ ରନ୍‌ ସଂଗ୍ରହ କରିଥିଲେ। ସେ ୪୩ଟି ବଲ ଖେଳି ୪ଟି ଚୌକା ଓ ୩ଟି ଛକା ମାରିଥିଲେ। ଚାର୍ଲେସ ଆମିନି ୨୬ଟି ବଲ ଖେଳି ୩୭ ରନ୍‌ ସଂଗ୍ରହ କରିଥିବା ବେଳେ ସେସେ ବାଉ ୧୩ଟି ବଲ ସାମ୍ନା କରି ବ୍ୟକ୍ତିଗତ ଭାବେ ୧୩ ରନ୍‌ କରିଥିଲେ।

ପାପୁଆ ନ୍ୟୁଗିନିର ମାତ୍ର ୩ ଜଣ ବ୍ୟାଟ୍ସମ୍ୟାନଙ୍କ ବ୍ୟତୀତ ଅନ୍ୟ ଖେଳାଳିମାନେ ସଂପୂର୍ଣ୍ଣ ରୂପେ ବିଫଳ ହୋଇଥିଲେ। ନୋର୍ମାନ ଭାନୁଆ ୧ ରନ୍‌, ସିମୋନ ଆତିଆ ୩ ରନ୍‌, ଦାମିନ ରାଭୁ ୧ ରନ୍‌, କାବୁଆ ମୋରିଆ ଅପରାଜିତ ୬ ରନ୍‌ ଓ ନୋସାଇନା ପୋକାନା ଅପରାଜିତ ୫ ରନ୍‌ ସଂଗ୍ରହ କରିଥିଲେ। ଓମାନ ପକ୍ଷରୁ ଜୀଶନ୍‌ ମକ୍‌ସୁଦ୍‌ ସର୍ବାଧିକ ୪ଟି ଓ୍ଵିକେଟ୍‌ ନେଇଥିବା ବେଳେ ବିଲାଲ ଖାନ୍‌ ଓ କଲୀମ ଉଲ୍ଲା ୨-୨ଟି ଓ୍ଵିକେଟ୍‌ ନେଇଥିଲେ।

Leave a Reply

Your email address will not be published. Required fields are marked *