ବର୍ଷକ ମଧ୍ୟରେ ତିନି ରାଜ୍ୟରେ ୪ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇ ଦେଇଛି ଭାରତୀୟ ଜନତା ପାର୍ଟି; ଏହା ହେଉଛି କାରଣ….

ବର୍ଷକ ମଧ୍ୟରେ ତିନି ରାଜ୍ୟରେ ୪ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇ ଦେଇଛି ଭାରତୀୟ ଜନତା ପାର୍ଟି; ଏହା ହେଉଛି କାରଣ….

ପ୍ରିଜମ ନ୍ଯୁଜ୍ ବ୍ଯୁରୋ: ଭାରତୀୟ ଜନତା ପାର୍ଟି -ବିଜେପି ଗୁଜରାଟରେ ନିଜର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିଦେଇଛି।ବିଜୟ ରୂପାଣୀଙ୍କ ବଦଳରେ ସୋମବାର ନୂଆମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ଭୂପେନ୍ଦ୍ର ପଟେଲ । ପ୍ରଥମ ଥର ବିଧାୟକରୁ ସିଧା ମୁଖ୍ୟମନ୍ତ୍ରୀ  ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଭୂପେନ୍ଦ୍ର ପଟେଲ୍। ରାଜ୍ୟର ୧୭ତମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଭୂପେନ୍ଦ୍ର  ଗାନ୍ଧିନଗର ସ୍ଥିତ ରାଜଭବନରେ ଏକ ନିରାଡ଼ମ୍ବର ଉତ୍ସବରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ।  ଶପଥ ଗ୍ରହଣ ଉତ୍ସବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ୩ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ  ସେମାନଙ୍କ ମଧ୍ୟରେ ରହିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୋହ୍ବାନ, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନ୍ତ  ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ନୂଅା ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି  ଭୂପେନ୍ଦ୍ର ପଟେଲଙ୍କୁ ସେ ବହୁ ବର୍ଷ ଧରି ଜାଣିବା ସହ ତାଙ୍କ କାଯର୍ୟ କରିବାର ଶୈଳୀକୁ ପ୍ରଶଂସା କରି ଟ୍ବିଟ୍ କରିଛନ୍ତି ମୋଦି । ବିଜେପିର ଜଣେ ସଂଗଠକ, ପୌର ପ୍ରଶାସକ ଏବଂ ସମାଜସେବାରେ ସେ ବହୁତ ଭଲ କାମ କରିଛନ୍ତି ବୋଲି ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ  । ବିଜେପି ସଭାପତି ଜେପି ନଡ୍ଡା, ବରିଷ୍ଠ ବିଜେପି ନେତା ତଥା ସାଂସଦ ସୁବ୍ରମଣ୍ୟମ ସ୍ବାମୀ ଦଳ ଭୂପେନ୍ଦ୍ରଙ୍କୁ ବାଛିବା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । ଆଗାମୀ ନିର୍ବାଚନରେ ଦଳ ଆହୁରି ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶା ରଖିଛନ୍ତି  ।

ଗୁଜରାଟରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ,  ଏହାର ଠିକ୍ ପୂର୍ବରୁ ବିଜେପି ମୁଖ୍ୟମନ୍ତ୍ରୀ ବଦଳାଇଛି  ।ସତ୍ତା ବିରୋଧୀ ମାହୋଲ ଏବଂ ପଟେଲ ସମୁଦାୟର ସମର୍ଥନ ହାସଲ ପାଇଁ ପ୍ରୟାସ ଭରପୁର ପ୍ରୟାସ କରିଛି  । ଅବଶ୍ୟ ଏଥିପାଇଁ ବିଜେପିକୁ କଠିନ ପରିସ୍ଥିତି ଦେଇ ଗତି କରିବାକୁ ପଡିଛି  । ଦଳରେ ଅନ୍ୟ ତୁଙ୍ଗନେତାଙ୍କ ନା ସିଏମ୍ ଦୌଡ଼ରେ ରହିଥିଲେ ମଧ୍ୟ ସମସ୍ତଙ୍କୁ ଚକିତ କରି ଦଳ ଭୂପେନ୍ଦ୍ରକୁ ବାଛିଛି  ଏଣୁ ଦଳର ସେହି ସବୁ ତୁଙ୍ଗ ନେତା ଏବଂ  ଉପମୁଖ୍ୟମନ୍ତ୍ରୀ ନୀତି ପଟେଲକୁ ଅଣଦେଖା କରାଯାଇଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ଦଳରେ ପ୍ରଭାବ ପକାଇପାରେ ବୋଲି ଦଳ ମଧ୍ୟରେ ଭୟ ରହିଥିଲା । ଆଉ ବୋଧେ ଏହି କାରଣରୁ  ଶପଥ ଗ୍ରହଣ ପୂର୍ବରୁ ଭୂପେନ୍ଦ୍ର ପଟେଲ ନୀତିନ ପଟେଲଙ୍କ ବାସଭବନକୁ ଯାଇ ଅାର୍ଶୀବାଦ ନେଇଥିଲେ  ଏହା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବିଜୟ ରୂପାଣୀଙ୍କୁ ମଧ୍ୟ ଭେଟିଥିଲେ।

ଭୂପେନ୍ଦ୍ର ପଟେଲଙ୍କ ଏବେ ପ୍ରଶ୍ନ ଅଚାନକ ନୂଅା ଚେହେରାକୁ କାହିଁକି ବାଛିଲା ଭାରତୀୟ ଜନତା ପାର୍ଟି  । ରେସ୍ରେ ନଥିଲେ କିନ୍ତୁ ଅଚାନକ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କୁ ବିଜେପି ତାଙ୍କୁ ବାଛିଲା  ବର୍ଷେରୁ ଅଧିକ ସମୟ ଏବେ ସେ ଗୁଜରାଟ ଶାସନର ମଙ୍ଗ ଧରିବେ   ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ଉତ୍ତର ପ୍ରଦେଶର ରାଜ୍ୟପାଳ ଅାନନ୍ଦୀବେନ୍ ପଟେଲଙ୍କ ସହ ଅତି ଘନିଷ୍ଠ ଭୂପେନ୍ଦ୍ର ପଟେଲଙ୍କ ଉପରେ ଦଳ ଏବେ ଭରସା କରିଛି  ସିଭିଲ୍  ଇଞ୍ଜିନିୟରିଂରେ ଡିପ୍ଲୋମା ଡିଗ୍ରୀଧାରୀ ଭୂପେନ୍ଦ୍ର ପଟେଲ ବିଜେପି ଲକି ଚାର୍ମ ସାବ୍ୟସ୍ତ ହେବେ ବୋଲି ଅାକଳନ କରିଛି ଦଳ  ଶକ୍ତିଶାଳୀ ପାଟିଦାର ସଂପ୍ରଦାୟର ସମର୍ଥନକୁ ଅଧିକ ମଜଭୂତ କରିବାକୁ ବିଜେପି ଲକ୍ଷ ରଖିଛି  ପ୍ରଥମ ଥର ବିଧାୟକ ହୋଇଥିଲେ ଅାଉ ଏବେ ସିଧାସଳଖ ରାଜ୍ୟର ମୁଖ୍ୟମନ୍ତ୍ରୀ  ୫୯ ବର୍ଷୀୟ ଭୂପେନ୍ଦ୍ର ରିୟଲ ଇଷ୍ଟେଟ ଜଗତର ଜଣେ ଜଣାଶୁଣା ନା ହୋଇଥିବା ବେଳେ ସେ ଅହମ୍ମଦାବାଦ ଅର୍ବାନ ଡେଭଲପମେଣ୍ଟ ଅଥରିଟି-ଏୟୁଡିଏର ମୁଖ୍ୟ ରହିସାରିଛନ୍ତି  ସାମାଜିକ ଓ ଧାର୍ମିକ ସଂଗଠନରେ ବେଶ ସକ୍ରିୟ ରହିଛନ୍ତି ଭୂପେନ୍ଦ୍ର ପଟେଲ  ପାଟିଦାର ସଂପ୍ରଦାୟ ସହ ଗୁଜରାଟର ଜୈନ କମ୍ଯୁନିଟିରେ ମଧ୍ୟ ଭୂରେନ୍ଦ୍ର ଭଲ ଛବି ରହିଛି  

ଗୁଜୁରାଟ ପୂର୍ବରୁ ଉତ୍ତରାଖଣ୍ଡରେ ମଧ୍ୟ ଅଳ୍ପ ସମୟର ବ୍ୟବଧାନରେ ଦୁଇ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇ ସାରିଛି ଭାରତୀୟ ଜନତା ପାର୍ଟି-ବିଜେପି  ମାର୍ଚ୍ଚ ମାସରେ ତ୍ରିବେନ୍ଦ୍ର ସିଂ ରାଓ୍ୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ  ଏହା ପରେ ମାତ୍ର ୪ ମାସର ସିଏମ୍ ଗାଦି ସମ୍ଭାଳିବା ପରେ ପଦରୁ ଇସ୍ତଫା ଦେଇଥିଲେ ତିରଥ୍ ସିଂ ରାଓ୍ୱତ  ଏହା ପୂର୍ବରୁ କର୍ଣ୍ଣାଟକରେ ମଧ୍ୟ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିସାରିଛି ଭାଜପା  କର୍ଣ୍ଣାଟକରେ ୟେଦିୟୁରପ୍ପା ସରକାରର ଦୁଇ ବର୍ଷ ପୂର୍ତ୍ତି ହେଉ ହେଉ ସେ ନିଜ ଇସ୍ତଫା ଘୋଷଣା କରନ୍ତି  ଅବଶ୍ୟ ସେହି ସମୟରେ ୟେଦିୟୁରପ୍ପାଙ୍କ ଇସ୍ତଫା ପ୍ରସଙ୍ଗକୁ ନେଇ ଖୁବ୍ ଚର୍ଚ୍ଚା ହେଉଥିଲେ ମଧ୍ୟ ସେ ସବୁକୁ ଖଣ୍ଡନ କରିଅାସୁଥିଲେ  କିନ୍ତୁ ସେ ନିଜ ଅାଡୁ ମୁଖ୍ୟମନ୍ତ୍ରୀ ପଦ ଇସ୍ତଫା ଦିଅନ୍ତି ଏବଂ ତାଙ୍କ ସ୍ଥାନରେ ବସବରାଜ ବୋମ୍ମାଇଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛେ ବିଜେପି  ଏମିତି ଭାବେ ଗତ ବର୍ଷକ ମଧ୍ୟରେ ବିଜେପି ତିନି ରାଜ୍ୟରୁ ୪ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: