ଅପହରଣରୁ ଆରମ୍ଭ ହୋଇଥିବା ନାଟକ ଚୋରା ପ୍ରେମରେ ଖତମ

ଅପହରଣରୁ ଆରମ୍ଭ ହୋଇଥିବା ନାଟକ ଚୋରା ପ୍ରେମରେ ଖତମ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ମିଛ ନାଟକର ସେ ଥିଲା ନାୟକ, ଦୁଇ ଦିନ ପରେ କିନ୍ତୁ ଖୋଳପା ଭିତରୁ ଯେବେ ସତ ପଦାକୁ ଆସିଲା ସେ ପ୍ରମାଣିତ ହୋଇସାରିଥିଲା ଯେ, ସେ ନାୟକ ନୁହେଁ ଖଳନାୟକ । ଅପହୃତରୁ ଅପହରଣକାରୀ ସାଜିଥିବା ଜଣେ ଲମ୍ପଟର ଖବର ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଅପହରଣରୁ ଆରମ୍ଭ ହୋଇଥିବା ନାଟକ ଶେଷର ଅପହରଣରେ ହିଁ ଶେଷ ହୋଇଥିଲା । ଆଉ ଏସବୁ ଥିଲା କେବଳ ଲମ୍ପଟ ବିବାହିତ ପ୍ରେମିକ ‘କଥା ଦେଇଥିଲା ବୋଲି’….

ସ୍ୱିଗିବୟ ଅପହରଣ ଏପିସୋଡର ନୂଆ ଟ୍ୱିଷ୍ଟ ସମ୍ପର୍କରେ ଆପଣମାନେ ବି ଉଣା ଉଧିକେ ଜାଣିଛନ୍ତି । ତେବେ ଚାଲନ୍ତୁ ଆଜି ଜାଣିବା ୪୮ ଘଣ୍ଟାର ହାଇଡ୍ରାମା ପରେ ମିଛ ଅପହରଣର ମହାଖୁଲାସା ସମ୍ପର୍କରେ କିଛି ଅଧିକ ତଥ୍ୟ ।

ଅପହରଣ ପଛରେ ଥିଲା ଚୋରା ପ୍ରେମ ପୀରତି । ଚୋରା ପୀରତିର ଝଲକ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ସ୍ୱିଗି ବୟ ପତିତପାବନ ଓରଫ୍ ଚିକୁନ୍ ଓ ତାର ତଥାକଥିତ ଗର୍ଲଫ୍ରେଣ୍ଡକୁ ନେଇ ମଧ୍ୟପ୍ରଦେଶ ଚାଲିଯାଇଥିଲା । ମଧ୍ୟପ୍ରଦେଶର କଟନୀ ଷ୍ଟେସନରେ ଧରି ପକାଇଥିଲା ପୋଲିସ ।

ଆମ ପାକରେ ହସ୍ତଗତ ହୋଇଥିବା ଖବର ଅନୁସାରେ କମିଶନରେଟ୍ ପୋଲିସର ତଥ୍ୟ ଆଧାରରେ ଉଭୟଙ୍କୁ ଅଟକ ରଖିଛି ରେଲୱେ ପୋଲିସ ଫୋର୍ସ –ଆରପିଏଫ୍ । 

ଏବେ ବଡ଼ କଥା ହେଉଛି ଯେ, ପୋଲିସ୍ ଚିକୁନକୁ ଅପହରଣ ଓ ଛୁରା ମାଡ଼ ଅଭିଯୋଗ ଘଟଣାର ଖୋଳତାଡ଼ କରୁ କରୁ ପୋଲିସକୁ ମିଳିଥିଲା ଏକ ନୂଆ ଆଙ୍ଗଲ । ପୁରୀ ଜିଲ୍ଲା ଗୋପ୍ ଥାନା ବେଦପୁର ଗାଁର ଜଣେ ବ୍ୟକ୍ତି, ତାଙ୍କ ଝିଅ ନିଖୋଜ ଥିବା ଅଭିଯୋଗ କରିଥିଲେ ପରେ ପୋଲିସ୍ ଜାଣିବାକୁ ପାଇଥିଲା ସେହି ଯୁବତୀ ଓ ଚିକୁନ୍ ମଧ୍ୟରେ ଥିଲା ପ୍ରେମ ସଂପର୍କ । ଘଟଣାର ଖୋଳତାଡ଼ କରୁ କରୁ ଉଭୟେ ଗତକାଲି ଟ୍ରେନରେ ଯାତ୍ରା କରୁଥିବା ଜାଣିବାକୁ ପାଇଥିଲା ପୋଲିସ୍ । ଉଭୟଙ୍କୁ ଆରପିଏଫ ଧରିବା ପରେ ଘଟଣା ଉପରୁ ହଟିଛି ପରଦା । ସେମାନଙ୍କୁ ଓଡ଼ିଶା ଆଣିବା ପାଇଁ ଏକ ସ୍ୱତନ୍ତ୍ର ପୋଲିସ୍ ଟିମ୍ ମଧ୍ୟପ୍ରଦେଶ ଯାଇଛି ।

ଏହା ପୂର୍ବରୁ ବେଶ୍ ଭାଇରାଲ ହେଉଥିଲା ସ୍ୱିଗି ବୟଙ୍କ ଅଡିଓ । ଚିକୁନର କହିବା ମୁତାବକ ଭୁବନେଶ୍ୱର ଉତ୍ତରା ନିକଟରେ ଯାଞ୍ଚ ବେଳେ ପୋଲିସକୁ ମିଳିଥିଲା ପର୍ସ, କପଡ଼ା ଓ ଛୁରୀ । ଏହାପରେ ପୋଲିସ୍ ଘଟଣାକୁ ଗମ୍ଭୀରତାର ସହ ନେଇଥିଲା ତେବେ ଦି ଦିନ ପର୍ଯ୍ୟନ୍ତ କୌଣସି ଲିଡ୍ ମିଳିନଥିଲା ପରେ ଚିକୁନ୍ ଓ ବେଦପୁରର ସଂପୃକ୍ତ ଯୁବତୀଙ୍କ ପ୍ରେମ କାହାଣୀ ନେଇ ସୁରାକ୍ ପାଇଥିଲା ପୋଲିସ୍ ସେପଟେ ମାତ୍ର ବର୍ଷେ ତଳେ ଚିକୁନଙ୍କୁ ପ୍ରେମ ବିବାହ କରିଥିବା ପତ୍ନୀ ଅହଲ୍ୟା ଏହି ଘଟଣା ଜାଣିବା ପରେ ଅବାକ୍ ହୋଇଯାଇଛନ୍ତି । କହିଛନ୍ତି ତାଙ୍କ ସ୍ୱାମୀ ନସୁଧୁରିଲେ ସେ ତାଙ୍କ ବିରୋଧରେ କେସ୍ କରିବେ ।  ଚିକୁନ୍ ଓ ସଂପୃକ୍ତ ଯୁବତୀଙ୍କୁ ଓଡ଼ିଶା ଅଣାଯିବା ପରେ ବାକି ଘଟଣାର ପର୍ଦ୍ଦାଫାସ୍ ହେବ ବୋଲି ପୋଲିସ୍ କହିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: