ଦାୟିତ୍ୱ ଗ୍ରହଣ ପରେ ଧାମି କଲେ ଗୁରୁତ୍ବପୂର୍ଣ୍ଣ ଘୋଷଣା

ଦାୟିତ୍ୱ ଗ୍ରହଣ ପରେ ଧାମି କଲେ ଗୁରୁତ୍ବପୂର୍ଣ୍ଣ ଘୋଷଣା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ପୁଷ୍କର ସିଂ ଧାମି ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲି କୋଡ ଲାଗୁ କରାଯିବ ବୋଲି ସେ କହିଛନ୍ତି । ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ପକ୍ଷରୁ ଏ ନେଇ ପ୍ରତିଶ୍ରୁତି ଦିଆ ଯାଇଥିଲା । ଏ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।ଧାମିଙ୍କ ଏହି ପଦକ୍ଷେପ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ତେବେ ସୂଚନାଯୋଗ୍ୟ, ଗୋଆରେ ପୂର୍ବରୁ ସମାନ ନାଗରିକ ସଂହିତା ଲାଗୁ କରାଯାଇଛି । ଉତରାଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପିରୁ ୭୦ରୁ ୪୭ ସିଟ ହାସଲ କରିଥିଲା ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: