ଧୋନୀ ଛାଡ଼ିଲେ ଅଧିନାୟକ ପଦ, ଚେନ୍ନାଇ ସୁପର କିଙ୍ଗସର ନୂଆ ଅଧିନାୟକ ହେଲେ ଜାଡେଜା

ଧୋନୀ ଛାଡ଼ିଲେ ଅଧିନାୟକ ପଦ, ଚେନ୍ନାଇ ସୁପର କିଙ୍ଗସର ନୂଆ ଅଧିନାୟକ ହେଲେ ଜାଡେଜା

ପ୍ରିଜମ ନ୍ୟୁଜ ବ୍ୟୁରୋ: କୋଟି କୋଟି ପ୍ରଶଂସକଙ୍କ ମନର ରାଜା, ସମସ୍ତଙ୍କ ପ୍ରିୟ କ୍ରିକେଟର ମହେନ୍ଦ୍ର ସିଂ ଧୋନି ଛାଡିଲେ ଅଧିନାୟକ ପଦ। ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣ ପାଇଁ ଆଉ ହାତ ଗଣତି ଦିନ ବାକିଥିବା ବେଳେ ଧୋନୀ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ସ୍ୱତଃ ଛାଡିଛନ୍ତି । ତାଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯିବ । ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ୪ଥର ଟାଇଟଲ ହାସଲ କରିଛି । ୧୪ ବର୍ଷ ହେବ ସେ ଅଧିନାୟକ ପଦ ସମ୍ଭାଳିଥିଲେ । ଚେନ୍ନାଇ ଏହି ସିଜନ ପାଇଁ ଧୋନୀଙ୍କୁ ୧୨ କୋଟି ଏବଂ ଜାଡେଜାଙ୍କୁ ୧୬ କୋଟି ଟଙ୍କାରେ ରିଟେନ କରିଥିଲା । ୨୧୩ ମ୍ୟାଚରେ ଧୋନୀ ଦଳର ନେତୃତ୍ୱ ନେବା ସହ ୧୩୦ ମ୍ୟାଚରେ ବିଜୟୀ କରାଇଥିଲେ । ୨୬ ମାର୍ଚ୍ଚରୁ ଆଇପିଏଲ ଆରମ୍ଭ ହେବ । ପ୍ରଥମ ମ୍ୟାଚ ଚାମ୍ପିୟନ ଚେନ୍ନାଇ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: