ତାତି ସହୁଛି  ତିତିଲାଗଡ଼

ତାତି ସହୁଛି ତିତିଲାଗଡ଼

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆଜି ରାଜ୍ୟର ୪ଟି ସହରରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି । ସବୁଠାରୁ ଅଧିକ ୪୧.୪ ଡିଗ୍ରୀ ଟିଟିଲାଗଡ଼ରେ ରେକର୍ଡ କରାଯାଇଥିଲା । ସେହିପରି ୪୦ ଡିଗ୍ରୀ ପାର କରିଥିବା ସହର ବଲାଙ୍ଗିର ୪୧.୩, ସମ୍ବଲପୁର ଓ ବୌଦ୍ଧ ୪୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ବାଲେଶ୍ୱରରେ ୩୫.୦ ଡିଗ୍ରୀ, ଚାନ୍ଦବାଲିରେ ୩୫.୮ ଡିଗ୍ରୀ, କଟକରେ ୩୫.୪ ଡିଗ୍ରୀ, ପାରାଦୀପରେ ୩୧.୪ ଡିଗ୍ରୀ, ଭୁବନେଶ୍ୱରରେ ୩୫.୬ ଡିଗ୍ରୀ, ଗୋପାଳପୁରରେ ୩୦.୭ ଡିଗ୍ରୀ, ପୁରୀରେ ୩୧.୮ ଡିଗ୍ରୀ, ଅନୁଗୋଳରେ ୩୯.୧ ଡିଗ୍ରୀ, ବାରିପଦାରେ ୩୯.୫ ଡିଗ୍ରୀ, ଝାରସୁଗୁଡ଼ାରେ ୩୯.୮ ଡିଗ୍ରୀ, କେନ୍ଦୁଝରଗଡ଼ରେ ୩୭.୭ ଡିଗ୍ରୀ, ସମ୍ୱଲପୁରରେ ୪୦.୦ ଡିଗ୍ରୀ ଓ ସୁନ୍ଦରଗଡ଼ରେ ୩୯.୦ ଡିଗ୍ରୀ, ହୀରାକୁଦରେ ୩୮.୯ ଡିଗ୍ରୀ, ତାଳଚେରରେ ୩୯.୦ ଡିଗ୍ରୀ, ଭବାନୀପାଟଣାରେ ୩୯.୬ ଡିଗ୍ରୀ, ବଲାଙ୍ଗିରରେ ୪୧.୩ ଡିଗ୍ରୀ, କୋରାପୁଟରେ ୩୬.୦ ଡିଗ୍ରୀ, ଫୁଲବାଣୀରେ ୩୮.୨ ଡିଗ୍ରୀ, ଟିଟିଲାଗଡ଼ରେ ୪୧.୪ ଡିଗ୍ରୀ, ମାଲକାନଗିରିରେ ୩୭.୫ ଡିଗ୍ରୀ, ସୋନପୁରରେ ୩୯.୨ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୪.୫ ଡିଗ୍ରୀ, ନୟାଗଡ଼ରେ ୩୯.୦ ଡିଗ୍ରୀ, ବୌଦ୍ଧରେ ୪୦.୦ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୩.୦ ଡିଗ୍ରୀ, ଭଦ୍ରକରେ ୩୮.୦ ଡିଗ୍ରୀ ଓ ଯାଜପୁରରେ ୩୭.୨ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: