ସିଲିଣ୍ଡର ପିଛା 50 ଟଙ୍କା ବଢ଼ିଲା ରୋଷେଇ ଗ୍ୟାସ; ଆଜି ଠାରୁ ଲାଗୁ ହେଲା ନୂଆଦର

ସିଲିଣ୍ଡର ପିଛା 50 ଟଙ୍କା ବଢ଼ିଲା ରୋଷେଇ ଗ୍ୟାସ; ଆଜି ଠାରୁ ଲାଗୁ ହେଲା ନୂଆଦର

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଯୋଗୁଁ  ଅଶୋଧିତ ତୈଳ ଦରର ଅହେତୁକ ଦର ବୃଦ୍ଧି ପରେ ଏବେ ଭାରତରେ ଗ୍ୟାସ ଦରକୁ ମଧ୍ୟ ପ୍ରଭାବିତ କରିଛି । ପେଟ୍ରୋଲ ଏବଂ ଡିଜେଲ ଦରର ଅହେତୁକ ବୃଦ୍ଧି ପରେ ସରକାରୀ  ତୈଳ କମ୍ପାନୀମାନେ ଆଜିଠାରୁ ଅର୍ଥାତ ମଙ୍ଗଳବାର ଠାରୁ ଘରୋଇ ରୋଷେଇ ଗ୍ୟାସ ଦରରେ ଦର ବୃଦ୍ଧି କରିଛନ୍ତି । ସରକାରୀ ଅଏଲ ମାର୍କେଟିଙ୍ଗ୍ ଗ୍ୟାସ ସିଲିଣ୍ଡର (LPG Gas Cylinder)ର ଦର ଅହେତୁକ ବୃଦ୍ଧି କରିଛନ୍ତି ।

 ତୈଳ କମ୍ପାନୀମାନେ 137 ଦିନ ପରେ ଆଜି ପେଟ୍ରୋଲ ଏବଂ ଡିଜେଲ ଦାମ ବୃଦ୍ଧି କରିଛନ୍ତି । ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା 80 ପଇସା ବୃଦ୍ଧି ଘଟିଛି । 4 ନଭେମ୍ବର ପରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିରେ ଏହା ପ୍ରଥମ । ଅଶୋଧିତ ତୈଳ ଦରରେ ଦରବୃଦ୍ଦି ପରେ ସ୍ଥିତି ସାମାନ୍ୟ ସ୍ଥିର ରହିଥିବା ବଜାର ବିଶେଷଜ୍ଞ କହୁଛନ୍ତି । ନଭେମ୍ବର ଆରମ୍ଭରୁ ଅନ୍ତରାଷ୍ଟ୍ରୀୟ  ତୈଳ ଦର 81-82 ଡପାଲ ପ୍ରତି ବ୍ୟାରେଲ ରହିଥିଲା । ଏହା ବର୍ତ୍ତମାନ 114 ଟଙ୍କା ରହିଛି । ନଭେମ୍ବରରେ ପୂର୍ବ ଦର ବୃଦ୍ଧି ପରଠାରୁ  ଅଶୋଧିତ ତୈଳ ଦର 25 ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି।

ଏଇଠୁ ଚେକ୍ କରନ୍ତୁ LPG ଦର କେଉଁଠି କେତେ

ରୋଷେଇ ଗ୍ୟାସ ସିଲିଣ୍ଡରର ଦର ଜାଣିବା ପାଇଁ ଆପଣ ସରକାରୀ ତୈଳ କମ୍ପାନୀ IOCର ୱେବସାଇଟ ଭିଜିଟ୍ କରନ୍ତୁ। ଏଠାରେ କମ୍ପାନୀ ପକ୍ଷରୁ ପ୍ରତିମାସରେ ନୂଆ ଦର ସମ୍ପର୍କରେ ସୂଚନା ପ୍ରଦାନ କରାଯାଏ । https://iocl.com/Products/IndaneGas.aspx ଏହି ଲିଙ୍କ୍ କ୍ଲିକ କରି ଆପଣ ଅଧିକ ତଥ୍ୟ ପାଇପାରିବେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: