ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ନୂଆ ମୋଡ଼

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ନୂଆ ମୋଡ଼

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ନୂଆ ମୋଡ଼ । ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା ତଥା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ୍ ଖାରଜ ହୋଇଯାଇଛି । ଶର୍ମିଷ୍ଠାଙ୍କ ଆଗୁଆ ଜାମିନ୍ ଆବେଦନ ଖାରଜ କରିଦେଇଛନ୍ତି ହାଇକୋର୍ଟ ।

କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଏବେ ଚର୍ଚ୍ଚା ଯେ ଖୁବ୍ ଶୀଘ୍ର ଗିରଫ ହୋଇପାରନ୍ତି କ୍ୟାମେରାମ୍ୟାନ୍ ମାନସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ । ହାଇକୋର୍ଟରେ କରିଥିବା ଆଗୁଆ ଜାମିନ୍ ଖାରଜ ହୋଇଛି । ଗିରଫଦାରୀକୁ ଏଡାଇବା ପାଇଁ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିଲେ ଶର୍ମିଷ୍ଠା ରାଉତ । କ୍ୟାମେରାମ୍ୟାନ୍ ମାନଓ ସ୍ୱାଇଁ ହତ୍ୟା ମାମଲାରେ ସେ ମୁଖ୍ୟ ଷଡଯନ୍ତ୍ରକାରୀ । ହତ୍ୟାକାଣ୍ଡ ପରଠାରୁ ଫେରାର ଅଛନ୍ତି ଶର୍ମିଷ୍ଠା ।

କୁହାଯାଉଛି ଏକ ୱେବ ପୋର୍ଟାଲ ଖୋଲି ବହୁ ବଡ଼ ବଡ଼ିଆଙ୍କ ସହ ସଂପର୍କ ସ୍ଥାପନ କରିବାରେ ସମର୍ଥ ହୋଇଥିଲେ ଶର୍ମିଷ୍ଠା । ନେତା, ମନ୍ତ୍ରୀ ଓ ଅଫିସରଙ୍କ ଯାଏଁ ତାଙ୍କର ସଂପର୍କ ରହିଥିଲା । ଯେଉଁ ପ୍ରଭାବକୁ ବ୍ୟବହାର କରି ସେ ଆଜି ଯାଏଁ ପୋଲିସ ଆଖିରେ ଧୂଳି ଦେବାକୁ ସମର୍ଥ ହେଉଛନ୍ତି । ହେଲେ ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଗିରଫ ହେବା ପରେ ଶର୍ମିଷ୍ଠାଙ୍କ ଅଡୁଆ ଆହୁରି ବଢିଯାଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: