ଆସିବ କି ଚତୁର୍ଥ ଲହର!

ଆସିବ କି ଚତୁର୍ଥ ଲହର!

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆସିବ କି ଚତୁର୍ଥ ଲହର। ପୁଣି ଚତୁର୍ଥ ଲହରକୁ ନେଇ ବଢିଲା ଆଶା ଆଶଙ୍କା। ଗଲା ଦୁଇ ବର୍ଷରେ ତିନି ତିନିଟି ଲହର ପରେ ଏବେ ଆଉ ଏକ ଲହର ଆଶଙ୍କା। ଏହା ପୁଣି ବିଶ୍ୱକୁ ଡରାଇବା ଆରମ୍ଭ କଲାଣି। କରୋନା ଭୂତାଣୁର ନୂଆ ରୂପ ଗଲା କିଛି ମାସ ଧରି ଚୀନ, କୋରିଆ, ହଂକଂ, ତାଇଓ୍ୱାନ୍ ଭଳି ଦେଶରେ ଓମିକ୍ରନ୍ ବିଏ.୨ ଭାରିଆଣ୍ଟର ଦ୍ରୁତ ସଂକ୍ରମଣ ପରେ ବଢ଼ିଛି ଭୟ। ତେବେ ଭାରତରେ ଚତୁର୍ଥ ଲହର ଆଶଙ୍କା ନଥିବା ମତ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ଏହାସତ୍ତ୍ୱେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସଂପୂର୍ଣ୍ଣ ଟିକାକରଣ ଲକ୍ଷ୍ୟ ହାସଲ ଲାଗି, ତତ୍ପରତା ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର। ଚୀନ୍ ସହ ଅନ୍ୟ କିଛି ଦେଶରେ କରୋନା ସଂକ୍ରମଣ ପୁଣି ଉପର ମୁହାଁ ପରେ ଭାରତକୁ ଆସିବ କି କୋଭିଡର ଚତୁର୍ଥ ଲହର? ବିଶ୍ୱର କିଛି ନିର୍ଦ୍ଦିଷ୍ଟ ଦେଶରେ ଓମିକ୍ରନ୍ ବିଏ.୨ ଭୂତାଣୁ ଆତଙ୍କ ସୃଷ୍ଟି କରିଥିବାରୁ ଏ ଭାରିଆଣ୍ଟର ପରବର୍ତ୍ତୀ ଶୀକାର ଭାରତ ହେବା ନେଇ ଆଶଙ୍କା କରାଯାଉଛି। ଏବେ ଚୀନ, ଦକ୍ଷିଣ କୋରିଆ, ହଂକଂ, ନ୍ୟୁଜିଲାଣ୍ଡ୍ ଓ ତାଇଓ୍ୱାନ ଭଳି ଦେଶରେ ଓମିକ୍ରନ୍ ବିଏ.୨ ଭାରିଆଣ୍ଟ୍ ଦୃତ ଗତିରେ କାୟା ବିସ୍ତାର କରୁଥିବାରୁ ବିଶ୍ୱବ୍ୟାପୀ ବଢ଼ିଛି ଚିନ୍ତା। ହଂକଂରେ ଗଲା ୩ ମାସ ଭିତରେ ୧୦ ଲକ୍ଷ ଲୋକ ଆକ୍ରାନ୍ତ ହେବା ଏବଂ ୪ ହଜାରରୁ ଅଧିକଙ୍କ ମୃତ୍ୟୁ, ମହାମାରୀର ପୁଣି ଉଗ୍ରରୂପ ଦର୍ଶାଉଛି। ଏଭଳି ସ୍ଥିତିରେ ଭାରତରେ ଚତୁର୍ଥ ଲହର ଆଶଙ୍କାକୁ ସଂପୂର୍ଣ୍ଣ ଅଗ୍ରାହ୍ୟ କରିନାହାନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ମାତ୍ର ସମ୍ଭାବନା ଖୁବ୍ କ୍ଷୀଣ ବୋଲି କହିଛନ୍ତି ଆଇସିଏମଆରର ପୂର୍ବତନ ମୁଖ୍ୟ ଟି. ଜାକବ ଜନ୍।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: