କଶ୍ମୀରରେ ୨ଜଣ ଅଣ-କାଶ୍ମୀରବାସୀଙ୍କୁ ଗୁଳି  କରି ହତ୍ୟା କରିଛନ୍ତି ଆତଙ୍କୀ

କଶ୍ମୀରରେ ୨ଜଣ ଅଣ-କାଶ୍ମୀରବାସୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କୀ

ପ୍ରିଜମ ନ୍ୟୁଜ ବ୍ୟୁରୋ: ପୁଣି କଶ୍ମୀରରେ ଫୁଟିଲା ଗୁଳି | ୨୪ଘଣ୍ଟା ମଧ୍ୟରେ ପୁଣି ୨ଜଣଙ୍କ ଜୀବନ ନେଲେ ଆତଙ୍କବାଦୀ | କଶ୍ମୀରରେ ୨ଜଣ ଅଣ-କାଶ୍ମୀରବାସୀଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି | ଏହା ସହ ଜଣେ ଆହତ ହୋଇଛନ୍ତି | ଘଟଣାଟି କୁଲଗାମରେ ଘଟିଥିବା ବେଳେ ମୃତକ ମାନେ ସେଠାରେ ଶ୍ରମିକଭାବେ କାମ କରୁଥିଲେ ବୋଲି ଜଣାପଡ଼ିଛି | ମୃତକ ଦୁଇ ଜଣ ରାଜା ରେସି ଦେବୀ ଏବଂ ଯୋଗୀନ୍ଦର ରେସି ଦେବ ବୋଲି ଜଣାପଡିଥିବା ବେଳେ ଦୁଇଜଣ ବିହାରର ବାସିନ୍ଦା ଥିଲେ |

ପୁରା ଘଟଣା ସମ୍ପର୍କରେ ଜମ୍ମୁ-କଶ୍ମୀର ପୁଲିସ ପକ୍ଷରୁ କୁହାଯାଇଛି ଯେ, କୁଲଗାମର ୱାନପୋହ ଅଞ୍ଚଳରେ ଆତଙ୍କବାଦୀମାନେ ସ୍ଥାନୀୟ ଶ୍ରମିକଙ୍କ ଉପରେ ଗୁଳି ଚଳାଇଛନ୍ତି। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଜଣେ ଆହତ ହୋଇଛନ୍ତି। ଆହତ ଶ୍ରମିକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ପୁଲିସ ଏବଂ ବିଏସଏଫ ଯବାନ ଏବେ ଏହି ଅଞ୍ଚଳକୁ ଘେରି ରହିଛନ୍ତି।

ଉଲ୍ଲେଖଯୋଗ୍ୟ, ଜମ୍ମୁ-କଶ୍ମୀରରେ ସେନାର ଆତଙ୍କବାଦୀ ବିରୋଧୀ ଅଭିଯାନକୁ ନେଇ ଏବେ ଆତଙ୍କବାଦୀମାନେ କ୍ରୋଧିତ ଅଛନ୍ତି। ସେଥିପାଇଁ ସେମାନେ ଗୋଟିଏ ପରେ ଗୋଟିଏ ଅଣ-କାଶ୍ମୀରବାସୀଙ୍କୁ ଟାର୍ଗେଟ କରୁଛନ୍ତି। ପୂର୍ବରୁ ପୁଲୱାମା ଏବଂ ଶ୍ରୀନଗରରେ ଆତଙ୍କବାଦୀମାନେ ଦୁଇ ଜଣଙ୍କୁ ହତ୍ୟା କରିଥିଲେ। ଏହି ଘଟଣା ପରେ ସେନା ସମଗ୍ର ଅଞ୍ଚଳକୁ ଘେରି ରହି ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ଅଜ୍ଞାତ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସେନା ଏବଂ ସ୍ଥାନୀୟ ପୁଲିସ ଅଭିଯାନ ଆରମ୍ଭ କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: