କୋରୋନାରେ ଆଖି ବୁଜିଲେ ଦିଲୀପ କୁମାରଙ୍କ ସାନଭାଇ

କୋରୋନାରେ ଆଖି ବୁଜିଲେ ଦିଲୀପ କୁମାରଙ୍କ ସାନଭାଇ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ପରପାରିରେ ବଲିଉଡର ପ୍ରଖ୍ୟାତ ଅଭିନେତା ଦିଲୀପ କୁମାରଙ୍କ ସାନଭାଇ । କୋରନାର ଆକ୍ରାନ୍ତ ହୋଇ ଏହସାନ ଖାନଙ୍କ ପରଲୋକ ହୋଇଛି ।ମଙ୍ଗଳବାର ରାତି 11ଟାରେ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଏହସାନ ଖାନଙ୍କ ଦେହାନ୍ତ ହୋଇଛି । କୋଭିଡ 19ରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳେ ତାଙ୍କୁ 90 ବର୍ଷ ହୋଇଥିଲା ।

https://twitter.com/TheDilipKumar/status/1301361028974870530

ତେବେ ଦିଲୀପ କୁମାରଙ୍କ ଆଉ ଜଣେ ସାନଭାଇ ଅସଲମ ଖାନଙ୍କର ମଧ୍ୟ କୋରାନ ଯୋଗୁଁ ମୃ୍ତ୍ୟୁ ହୋଇଛି । ଅଗଷ୍ଟ 15ରେ ଉଭୟ ଭାଇ ଏହସାନ ଓ ଅସଲମ ଖାନ କୋରନା ପଜିଟିଭ ଚିହ୍ନଟ ହେବା ପରେ ଲୀଲାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଉଭୟ ଭାଇଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଓ ଅକ୍ସିଜେନ ଲେଭଲ୍‌ କମ୍‌ ଥିବାରୁ ଆଇସିୟୁରେ ରଖାଯାଇଥିଲା । ପ୍ରଥମେ ଅସଲମ ଖାନଙ୍କ ଅଗଷ୍ଟ 21 ତାରିଖରେ ମୃତ୍ୟୁ ହୋଇଥିବା ବେଳେ ଗତକାଲି ଏହସାନଙ୍କ ମୃତ୍ୟୁ ହୋଇଛି ।

%d bloggers like this: