‘ଆଦିପୁରୁଷ’ରେ ମୋଷ୍ଟ ହ୍ୟାଣ୍ଡସମ ଡେଭିଲ୍ ‘ଲଙ୍କେଶ’

‘ଆଦିପୁରୁଷ’ରେ ମୋଷ୍ଟ ହ୍ୟାଣ୍ଡସମ ଡେଭିଲ୍ ‘ଲଙ୍କେଶ’

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ସର୍ବଶ୍ରଷ୍ଠ ଭିଲିୟାନ ହେବେ ସୈଫ୍‌ ଅଲ୍ଲୀ ଖାନ । ବଲିଉଡ୍‌ ନୁହେଁ ଟଲିଉଡ୍‌ରେ ଖଳନାୟକ ଭୂମିକାରେ ନଜର ଆସିବେ ସୈଫ୍‌ । ତାହା ପୁଣି ବାହୁବଳୀ ଷ୍ଟାର ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ରେ । ଓମ୍‌ ରାଉତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଫାଷ୍ଟ ଲୁକ୍‌ ଜାରି ହୋଇଛି । ନିର୍ଦ୍ଦେଶକଙ୍କ ଅନୁଯାୟୀ ଦେଶର ସର୍ବଶ୍ରେଷ୍ଠ ଖଳନାୟକ ଭାବେ ପାଦ ରଖିବାକୁ ଯାଉଛନ୍ତି ସୈଫ୍‌ । ପୂର୍ବରୁ ‘ତାନହାଜି, ଦ ଅନସଙ୍ଗ୍‌ ୱାରିୟର’ ଫିଲ୍ମରେ ତାଙ୍କର ଖଳନାୟକ ଭୂମିକା ବେଶ୍‌ ଭୟଙ୍କର ଥିଲା ବୋଲି କହିଛନ୍ତି ନିର୍ଦ୍ଦେଶକ ଓମ୍‌ ରାଉତ । ଫିଲ୍ମ ‘ତାନହାଜି’ ପରେ ଦ୍ବିତୀୟ ଥର ପାଇଁ ନବାବ ସୈଫ୍‌ ଅଲ୍ଲୀ ଖାନ, ଓମ୍‌ ରାଉତ ଓ ଭୂଷଣ କୁମାରଙ୍କ ସହ କାମ କରିବାକୁ ଯାଉଛନ୍ତି । ଆଦିପୁରୁଷ ଫିଲ୍ମରେ ସୈଫ୍‌ଙ୍କୁ ମୁଖ୍ୟ ଖଳନାୟକ ଭୂମିକା ପାଇଁ ସାଇନ କରାଯାଇଥିବା ଜଣାପଡ଼ିଛି ।

ତେବେ ରିଲିଜ୍‌ କରାଯାଇଥିବା ଫାଷ୍ଟ ଲୁକ୍‌ରେ ସୈଫ୍‌ ସଂପୂର୍ଣ୍ଣ ଭିନ୍ନ ଦେଖାଯାଉଥିବା ଦେଖିବାକୁ ମିଳିଛି । ସେପଟେ ସୈଫ୍‌ଙ୍କ ସହ କାମ କରିବାକୁ ବହୁତ ଉତ୍ସାହ ଥିବା ଅଭିନେତା ପ୍ରଭାସ ନିଜ ପ୍ରତିକ୍ରିୟାରେ କହିଛନ୍ତି । ସବୁବେଳେ ଭିନ୍ନ ଭିନ୍ନ ଚରିତ୍ର ଉପରେ ନିଜକୁ ପରୀକ୍ଷଣ କରୁଥିବା ସୈଫ୍‌ଙ୍କୁ ଦେଖିବାକୁ ମିଳିବ ପୁଣି ଏକ ନୂଆ ଅବତାରରେ । ଭାରତର ପୁରାଣକାବ୍ୟ ଉପରେ ଆଧାରିତ ହେଉଥିବା ଏହି ଫିଲ୍ମଟି ଥ୍ରୀ ଡି ସହ ହିନ୍ଦୀ ଓ ତେଲୁଗୁ ଭାଷାରେ ନିର୍ମାଣ କରାଯିବ । ଏଥିସହ ଅଖିଳ ଭାରତୀୟ ସ୍ତରରେ ରିଲିଜ ହେବାକୁ ଯାଉଥିବା ଏହି ଫିଲ୍ମକୁ କନ୍ନଡ, ମାଲାୟଲମ, ତାମିଲ ଭାଷାରେ ଡବ୍‌ କରାଯିବ । ଅନ୍ତରାଷ୍ଟ୍ରୀୟ ସ୍ତରରେ ଇଂରାଜୀ ସହ ଅନ୍ୟ ଭାଷାରେ ମଧ୍ୟ ଡବିଂ କରାଯିବ ବୋଲି ଜଣାପଡ଼ିଛି ।

2021 ମସିହାରେ ଫିଲ୍ମର ସୁଂଟି ଆରମ୍ଭ ହେବ । 2022 ମସିହାରେ ବଡ଼ ପରଦାକୁ ଆସିବ ବୋଲି ଓମ୍‌ ରାଉତ କହିଛନ୍ତି । ସୂଚନା ଅନୁଯାୟୀ ଫିଲ୍ମ ‘ଆଦିପୁରୁଷ’ ଭଗବାନ ରାମଙ୍କ ଉପରେ ନିର୍ମାଣ ହେବ । ରାମାୟଣରେ ରାବଣ ହିଁ ସର୍ବଶ୍ରେଷ୍ଠ ଖଳନାୟକ ଥିଲେ । ତେବେ ସୈଫ୍‌ ହିଁ ରାବଣ ଭୂମିକାରେ ନଜର ଆସିବେ ବୋଲି ଚର୍ଚ୍ଚା ଜୋର ଧରିଛି ।

%d bloggers like this: