ଦେବଭୂମିର ବିଦାୟୀ ମୁଖ୍ୟମନ୍ତ୍ରୀଙ୍କ କିଛି ପ୍ରମୁଖ ବିବାଦୀୟ ବୟାନ, ଯାହା ପାଇଁ ଅଡୁଆରେ ପଡ଼ିଥିଲା ବିଜେପି

ଦେବଭୂମିର ବିଦାୟୀ ମୁଖ୍ୟମନ୍ତ୍ରୀଙ୍କ କିଛି ପ୍ରମୁଖ ବିବାଦୀୟ ବୟାନ, ଯାହା ପାଇଁ ଅଡୁଆରେ ପଡ଼ିଥିଲା ବିଜେପି

ପ୍ରିଜମ ନ୍ୟୁଜ୍ ବ୍ୟୁରୋ:  ଉତ୍ତରଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ସ୍ୱଳ୍ପ ସମୟର କାଯର୍ୟକାଳ ମଧ୍ୟରେ ଅନେକ ଅପ୍ରିତିକର ପରିସ୍ଥିତିର ସାମ୍ନା କରିଛନ୍ତି ତିରଥ୍ ସିଂ ରାଓ୍ୱତ (Chief Minister of Uttarakhand)। ବିଗତ ୪ ମାସର କାଯର୍ୟକାଳରେ ସବୁବେଳେ ନିଜ ଦାୟିତ୍ୱହିନ ମନ୍ତବ୍ୟ ପାଇଁ ଅଡୁଆରେ ପଡ଼ିଛନ୍ତି । କେବଳ ନିଜ ପାଇଁ ନୁହେଁ ଅନ୍ୟ ନେତା ଓ ମନ୍ତ୍ରୀଙ୍କ ପାଇଁ ବି ଅଡୁଆ ସୃଷ୍ଟି କରିଥିଲେ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓ୍ୱତ (Tirath Singh Rawat)। ଏପରିକି ନିଜ ଦଳ ଭାରତୀୟ ଜନତା ପାର୍ଟି -ବିଜେପି ପାଇଁ ମଧ୍ୟ ତଣ୍ଟିର କଣ୍ଟା ସାଜିଥିଲେ ତିରଥ୍ ସିଂ ରାଓ୍ୱତ ।

କେତେବେଳେ ମହିଳାଙ୍କ ପୋଷାକ ପରିଧାନକୁ ନେଇ କଟୁ ମନ୍ତବ୍ୟ ଦେବା ହେଉ ଅବା କେବେ କୁମ୍ଭମେଳା ଓ ଐତିହାସିକ ତଥ୍ୟକୁ ଭୁଲ ଭାବେ ପ୍ରମାଣିତ କରିବା । ପ୍ରତ୍ୟକ ଦିନ କିଛି ନା କିଛି ଭୁଲ୍ କାରଣ ପାଇଁ ନିଜକୁ ଓ ବିଜେପି ପାଇଁ ଅସହଜ ପରସ୍ଥିତି ସୃଷ୍ଟି କରିଥିଲେ ତିରଥ୍ ସିଂ ରାଓ୍ୱତ ।

ରିପ୍ଡ ଜିନ୍ସ ବା ଫଟା ଜିନ୍ସକୁ ନେଇ କମେଣ୍ଟ

ଅନେକ ଭିତରେ ସବୁଠାରୁ ବିତର୍କିତ ପ୍ରସଙ୍ଗ ହେଉଛି ଫଟା ଜିନ୍ସ ବିବାଦ । ଫଟା ଜିନ୍ସ ବ୍ୟବହାର କରିବାକୁ ଭାରତୀୟ ମୂଲ୍ୟବୋଧ ସହ ତୁଳନା କରି ମତ ରଖିବା ସହ ମହିଳାଙ୍କ ରିପ୍ଡ ବା ଫଟା ଜିନ୍ସ ପରିଧାନକୁ ପରିହାସ କରିବା ସହ ସାମାଜିକ ନୀତି ଆଦର୍ଶର ପାଠ ପଢ଼ାଇଥିଲେ ଯାହା ତାଙ୍କ ପାଇଁ ହିଁ ବୁମେରାଂ ପାଲଟିଗଲା । ଆଣ୍ଠୁ ଉପରକୁ ଫଟା ଜିନ୍ସ ପିନ୍ଧିବା କଦାପି ଗ୍ରହଣୀୟ ନୁହେଁ ବୋଲି କହିଥିଲେ ତିରଥ୍ । ଥରେ ଏକ ବିମାନ ଯାତ୍ରା ବେଳେ ତିରଥ ସିଂ ରାଓ୍ୱତଙ୍କ ପାଖରେ ବସିଥିବା ଜଣେ ମହିଲା ଫଟା ଜିନ୍ସ ପିନ୍ଧିବା ସହ ହାତରେ ଚୁଡ଼ି ପିନ୍ଧିବା ଶୈଳୀକୁ ଗ୍ରହଣ କରିପାରିନଥିଲେ । କାହିଁକିନା ସେ ଏକ ଏନଜିଓ ଚଲାଉଥିଲେ ଏବଂ ତାଙ୍କର ଦୁଇଟି ପୁଅ ରହିଛି । ଆଉ ଏହି କଥା ହିଁ ସେତେବେଳେ ତିରଥ ସିଂ ରାଓ୍ୱତଙ୍କୁ ଖଟକି ଥିଲା ବୋଲି କହିଥିଲେ ତିରଥ ।

୨ଶହ ବର୍ଷ ଧରି ଭାରତକୁ ଗୁଲାମ କରି ରଖିଥିଲା ଆମେରିକା

ଏହି ମନ୍ତବ୍ଯ ପାଇଁ  ସବୁଠାରୁ ବିବାଦକୁ ଆସିଥିଲେ ତିରଥ୍ ସିଂ ରାଓ୍ୱତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବା ଏବଂ ଦେଶରେ କୋଭିଡ୍ ପରିଚାଳନାର ସଫଳ କାଯର୍ୟକାରିତାକୁ ଉଦାହରଣ ଦେବାକୁ ଯାଇ ଅବାନ୍ତର କତା କହିବାକୁ ପଛାଇ ନଥିଲେ ତିରଥ । ମୁଖ୍ୟମନ୍ତ୍ରୀ ଥିବା ସମୟରେ ହିଁ ଏକ କାଯର୍ୟକ୍ରମରେ ବ୍ରିଟେନ ପରିବର୍ତ୍ତେ ଆମେରିକା ଭାରତକୁ ୨ଶହ ବର୍ଷ ଧରି ଶାସନ କରିଥିଲା ବୋଲି କହି ଦେଇଥିଲେ ତିରଥ । ସେ କହିଥିଲେ ଯେ ଆମେରିକା, ଯିଏ ଭାରତକୁ ଦୁଇ ଶହ ବର୍ଷ ଧରି ଭାରତ ଏବଂ ବିଶ୍ୱକୁ ଶାସନ କରୁଥିଲା ବର୍ତ୍ତମାନ ସେହି ଦେଶ କୋଭିଡ୍ ପାଇଁ ଅସ୍ତବ୍ୟସ୍ତ ହୋଇପଡ଼ିଛି ।

କୁମ୍ଭମେଳାର ଆୟୋଜନ ଓ ପରିଚାଳନା

ଦେଶ ଯେବେ ମହାମାରୀ କରୋନାରେ ତ୍ରାହି ତ୍ରାହି ଡାକୁଥିଲା ଠିକ୍ ସେତିକି ବେଳେ କୁମ୍ଭମେଳାର ଆୟୋଜନ କରିବାକୁ ଅଣ୍ଟା ଭିଡ଼ିଥିଲା ତିରଥ୍ ସିଂ ରାଓ୍ୱତ ସରକାର । ନିଜ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଦେବଭୂମି ଉତ୍ତରାଖଣ୍ରେ ଆୟୋଜିତ କୁମ୍ଭମେଳା ପାଇଁ ସାରା ଦେଶ ଓ ବିଶ୍ୱରୁ କଡ଼ା ଟିପ୍ପଣିମାନ ଆସିଥିଲା । କୋଭିଡ୍ ମହାମାରୀ ମହାବିପତ୍ତି ବେଳେ ହରିଦ୍ୱାରରେ ଆୟୋଜିତ କୁମ୍ଭମେଳାକୁ ହଜାର ହଜାର ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥିଲା । ହରିଦ୍ୱାରରେ କୁମ୍ଭମେଳାର ଆୟୋଜନକୁ ନେଇ ଯେତେବେଳେ ପ୍ରଶ୍ନ ଉଠିଥିଲା ସେତେବେଳେ ଅବାନ୍ତର ମନ୍ତବ୍ୟ ରଖିଥିଲେ ତିରଥ୍ ସିଂ ରାଓ୍ୱତ । ସେ କହିଥିଲେ ଯେ, ଦିଲ୍ଲୀର ନିଜାମୁଦିନ୍ ମରକଜ ସହ ହରିଦ୍ୱାରର କୁମ୍ଭମେଳାକୁ ତୁଳନା କରଯାଇ ନ ପାରେ । ସେଠାରେ ଦେଶ ବାହାରୁ ବିଦେଶୀମାନେ ଆସି ବନ୍ଦ କଠୋରୀରେ ରହିଥିଲେ । କୁମ୍ଭମେଳାରେ କିନ୍ତୁ ସାଧୁ, ସନ୍ଥ ଓ ଶ୍ରଦ୍ଧାଳୁ ଖୋଲା ମେଲାରେ ବିଚରଣ କରିବା ସହ ଭଗବାନଙ୍କ ପ୍ରତି ଆସ୍ଥା ପ୍ରକଟ କରିଥିଲେ । ଆଉ ଏକ ବିବାଦ ଥିଲା କୋଠି -ଗଙ୍ଗାର ଉଦାହରଣ । ହିନ୍ଦୁସ୍ଥାନ ଟାଇମ୍ସ ପକ୍ଷରୁ ଆୟୋଜିତ ଏକ ସାପ୍ତାହିକ ଟକ୍ ସୋରେ ଭାଗ ନେଇ ଏମିତି କିଛି କହିଥିଲେ ରାଓ୍ୱତ ।

ସମୟ ସହ ତାଳ ଦେଇ ଯେତେବେଳେ ରାଜ୍ଯରେ ସଂକ୍ରମଣ ବ୍ଯାପିଲା ଏବଂ ଏହାର କାରଣ କେବଳ କୁମ୍ଭମେଳାକୁ ଦାୟୀ କରାଗଲା ସେତେବେଳେ ସମାଲୋଚନାର ଶିକାର ହୋଇଥିଲେ ତିରଥ ସିଂ ରାଓ୍ୱତ । ଏପରିକି ଉତ୍ତରାଖଣ୍ଡ ଉଚ୍ଚ ନ୍ୟାୟାଳୟ ମଧ୍ୟ ତିରଥ୍ ସରକାରକୁ କଡ଼ା ଭାଷାରେ ଭର୍ତ୍ସନା ମଧ୍ୟ କରିଥିଲେ  ।  କୋଭିଡ୍ ପରିଚାଳନାରେ ବିଫଳତା ସାଙ୍ଗକୁ କୁମ୍ଭମେଳା ଆୟୋଜନକୁ ନିନ୍ଦା କରିଥିଲେ  ।

ଚାରଧାମ୍ ଯାତ୍ରାକୁ ନେଇ ନେଇଥିବା ନିଷ୍ପତ୍ତି

ଦେବଭୂମି ଉତ୍ତରାଖଣ୍ଡରେ ଚାରଧାମ୍ ଯାତ୍ରା ଆୟୋଜନକୁ ନେଇ ମଧ୍ୟ ବିବାଦକୁ ଆସିଥିଲେ ତିରଥ୍ ସିଂ ରାଓ୍ୱତ । କୋରନା କାରଣରୁ ଚାରଧାମ ଯାତ୍ରା ଆୟୋଜନ ନ କରିବାକୁ ଉତ୍ତରାଖଣ୍ଡ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସରକାର କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ଯାଲେଞ୍ଜ କରି ଜୁନ୍ ୩୦ ତାରିଖରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ  ।

read more story

0 Comments

Leave Your Comment

Your email address will not be published. Required fields are marked *

%d bloggers like this: