ପାସପୋର୍ଟରେ ହସୁଥିବା ଫଟୋ କାହିଁକି ଦିଆଯାଏନି, ଜାଣନ୍ତି କି?

ପ୍ରିଜମ୍ ନ୍ୟୁଜ ବ୍ୟୁୁରୋ: ପାସପୋର୍ଟ ଏକ ଡକ୍ୟୁମେଣ୍ଟ, ଯାହାକୁ କୌଣସି ଦେଶର ସରକାରଙ୍କ ଦ୍ଵାରା ଆନ୍ତର୍ଜାତୀୟ ଯାତ୍ରା ପାଇଁ ପ୍ରଦାନ କରାଯାଇଥାଏ । ଏହା ଯେକୌଣସି ବ୍ୟକ୍ତିର ପରିଚୟ ଏବଂ ଜାତୀୟତାକୁ ପ୍ରମାଣ କରେ। ପାସପୋର୍ଟ ବିନା ଗୋଟିଏ ଦେଶର ବ୍ୟକ୍ତି ଅନ୍ୟ ଦେଶକୁ ଯାଇ ପାରିବେ ନାହିଁ। ତେବେ ପାସପୋର୍ଟ ପାଇବା ପାଇଁ ଫଟୋର ଆବଶ୍ୟକ ପଡିଥାଏ। ତେବେ , ଫଟୋ ଉଠାଇବା ସମୟରେ ସମ୍ପୃକ୍ତ ବ୍ୟକ୍ତି ଆପଣଙ୍କ ଚେହେରାକୁ ନଚୁରାଲ ରଖିବା ପାଇଁ କହିଥାନ୍ତି। ଆଦୌ ହସିବାକୁ ଚେଷ୍ଟା କରନ୍ତୁ ନାହିଁ ବୋଲି ମଧ୍ୟ କହଥାନ୍ତି। ଏପରି ନିର୍ଦ୍ଦେଶ କାହିଁକି ଦିଆଯାଏ ଜାଣନ୍ତି କି? ପାସପୋର୍ଟରେ ହସୁଥିବା ଚିତ୍ର ରଖିବା କାହିଁକି ନିଷେଧ,ଜାଣନ୍ତି କି? ଯଦି ଜାଣି ନାହାନ୍ତି ଆସନ୍ତୁ ଜାଣିବା..
ଏହା ପଛର ମୁଖ୍ୟ କାରଣ ହେଉଛି ପାସପୋର୍ଟରେ ଥିବା ଫଟୋ ସ୍ପଷ୍ଟ ହେବା ଉଚିତ୍। ବାସ୍ତବରେ, କିଛି ବର୍ଷ ପୂର୍ବେ, ଫଟୋରେ ଚଷମା ପିନ୍ଧିବା ଏବଂ କେଶକୁ ହାଲୁକା ଭାବରେ କାନ ଘୋଡାଇବାର ସ୍ୱାଧୀନତା ଥିଲା। କିନ୍ତୁ ଆମେରିକାର ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ହୋଇଥିବା ୨୬/୧୧ ଆକ୍ରମଣ ପରେ ସବୁକିଛି ବଦଳି ଯାଇଛି। ବିମାନବନ୍ଦରରେ ବ୍ୟବହୃତ ବାୟୋମେଟ୍ରିକ୍ ଟେକ୍ନୋଲୋଜି ପାସପୋର୍ଟ ଏବଂ ଫଟୋଗ୍ରାଫକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛି। କିଛି ଦେଶର ପାସପୋର୍ଟରେ ଚିପ୍ ମଧ୍ୟ ରହିଛି, ଯେଉଁଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପୁରା ତଥ୍ୟ ରହିଥାଏ। ଏଥି ସହିତ, ପାସପୋର୍ଟରେ ଥିବା ଫଟୋରେ ଚେହେରାର ଆକାର ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦିଆଯାଇଥାଏ, ଯେପରିକି ଦୁଇ ଆଖିର ଦୂରତା, ନାକ ଏବଂ ଥୋଡର ଦୂରତା ଏବଂ ମୁଁହର ମୋଟେଇ ଇତ୍ୟାଦି।
ଯଦି ଆପଣ ବିମାନବନ୍ଦର-ଗେଟ୍ ଦେଇ ପ୍ରବେଶ କରନ୍ତି, ଏଥିରେ ଥିବା କ୍ୟାମେରା ଆପଣଙ୍କୁ ଆପଣଙ୍କର ଫଟୋ ସହିତ ଚିହ୍ନଟ କରେ। ଯଦି ପାସପୋର୍ଟରେ ଫଟୋ ଏବଂ ଆପଣଙ୍କ ଚେହେରା ବାୟୋମେଟ୍ରିକ୍ ରେ ମ୍ୟାଚ୍ ହୁଏ, ତେବେ ପ୍ରବେଶ କରିବା ସହଜ ହୋଇଥାଏ, ନଚେତ୍ ଉକ୍ତ ବ୍ୟକ୍ତି ଯାଞ୍ଚ ପରିସରରେ ଆସିପାରନ୍ତି। ଏପରି ପରିସ୍ଥିତିରେ, ପାସପୋର୍ଟ ତିଆରି କରିବାବେଳେ, ହସିବା ମନା ହୋଇଥାଏ, ଏହାଦ୍ବାରା ମୁହଁର ଆକାରରେ ଅନେକ ପରିବର୍ତ୍ତନ ଆସିଯାଏ। ପାସପୋର୍ଟରେ ଭଲ ଫଟୋ ପାଇଁ କଳା ସାର୍ଟ ପିନ୍ଧିବା ପରଫେକ୍ଟ ହୋଇଥାଏ। ଏହାସହ ମୁଣ୍ଡ ଏବଂ କାନ୍ଧ ସିଧା ସାମ୍ନାରେ ରହିବା ଉଚିତ୍। ମୁଣ୍ଡ ଅଧିକ ଉଚ୍ଚ ହେବା ଉଚିତ ନୁହେଁ ଏବଂ କେଶ କାନ ଉପରେ ରହିବା ଉଚିତ। ଆଖି ମଧ୍ୟ ପରିଷ୍କାର ଦେଖା ଯିବା ଉଚିତ, ଏଥିପାଇଁ ଆଖି ଡ୍ରପ ବ୍ୟବହାର କରିପାରିବେ।

Leave a Reply

Your email address will not be published. Required fields are marked *