କଦଳୀ ପୁରୀ ଖାଇଛନ୍ତିକି କେବେ? ଏମିତି କରନ୍ତୁ ତିଆରି

କଦଳୀ ପୁରୀ ଖାଇଛନ୍ତିକି କେବେ? ଏମିତି କରନ୍ତୁ ତିଆରି

ଆଜି ପର୍ଯ୍ୟନ୍ତ ଆପଣ କଞ୍ଚା କଦଳୀର ଚିପ୍ସ, ପକୋଡି,ଭଜା କିମ୍ବା ତରକାରୀ ଖାଇଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ କଦଳୀରୁ ପ୍ରସ୍ତୁତ ହେଉଥିବା ଏକ ନୁଆ ରେସିପି ବିଷୟରେ ଜଣାଇବୁ। ପ୍ରାୟ ସମସ୍ତଙ୍କୁ ପୁରି-ତରକାରି ଖାଇବାକୁ ଭଲ ଲାଗି ଥାଏ। କିନ୍ତୁ କଣ ଆପଣ କେବେ କଦଳୀରେ ପ୍ରସ୍ତୁତ ପୁରି ଖାଇଛନ୍ତି। ଯଦି ଖାଇ ନାହାନ୍ତି ତେବେ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ କଦଳୀରେ ପ୍ରସ୍ତୁତ ବିଶେଷ ପୁରି। ଏହି ପୁରିକୁ ପ୍ରସ୍ତୁତ କରିବା ବହୁତ ସହଜ ମଧ୍ୟ।

ଆବଶ୍ୟକୀୟ ସାମଗ୍ରୀ:

ଅଟା – ୫୦୦ ଗ୍ରାମ,କଞ୍ଚା କଦଳୀ – ୨ଟି,ଧନିଆ ପତ୍ର – ଛୋଟ ଛୋଟ କଟା,କଞ୍ଚା ଲଙ୍କା – ୩ଟି,ହଳଦି – ଅଧ ଚାମଚ,ଜୁଆଣି – ଅଧ ଚାମଚ,ଲୁଣ – ସ୍ବାଦଅନୁସାରେ,ତେଲ – ସାମଗ୍ରୀ ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ:

ଗୋଟିଏ ପ୍ରେସର କୁକରରେ, କଞ୍ଚା କଦଳୀ ଖଣ୍ଡ କରି ଶିଝାନ୍ତୁ। ଦୁଇଟି ସିଟି ଆସିବା ପରେ କୁକୁରକୁ ବନ୍ଦ କରିଦିଅନ୍ତୁ। ଏବେ କଦଳୀକୁ କୁକୁରରୁ ବାହାର ଚୋପା ଛଡେଇ ରଖନ୍ତୁ। ଏହା ପରେ ଭଲଭାବେ ଚକଟି ଦିଅନ୍ତୁ। କଦଳୀର ମଝି ଅଂଶକୁ ହଟାଇ ଦିଅନ୍ତୁ । ଧନିଆ ପତ୍ର ଏବଂ କଞ୍ଚା ଲଙ୍କାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ବର୍ତ୍ତମାନ ଏକ ପାତ୍ରରେ ଅଟା ବାହାର କରନ୍ତୁ। ଏଥିରେ ତେଳ, ଚକଟି ଥିବା କଦଳୀ, ଧନିଆ ପତ୍ର, କଞ୍ଚା ଲଙ୍କା, ସବୁଜ ଲଙ୍କା, ଲାଲ ଲଙ୍କା ପାଉଡର, ହଳଦି ପାଉଡର ଏବଂ ଜୁଆଣି ପକାଇ ଭଲ ଭାବେ ଚକଟନ୍ତୁ । ଧ୍ୟାନ ରଖନ୍ତୁ ଯେପରି ପାଣି ଅଧିକ ନ ହୋଇଯାଏ। ଏବେ ଅଟାର ଗୁଳା ପ୍ରସ୍ତୁତ ବେଲି ଦିଅନ୍ତୁ। କଡାଇରେ ତେଲ ଗରମ କରି ସେଥିରେ ଏହି ବେଲା ହୋଇଥିବା ପୁରିକୁ ଛାଣନ୍ତୁ। ଏବେ ପୁରୀକୁ ପ୍ଲେଟକୁ କାଢ଼ି ଦିଅନ୍ତୁ। ଏବେ ଆପଣଙ୍କର ଗରମ ଗରମ କଦଳୀ ପୁରୀ ପ୍ରସ୍ତୁତ ହୋଇସାରିଛି। ଆପଣ ଏହାକୁ କୌଣସି ତରକାରି ସହିତ କିମ୍ବା ଚଟଣୀ ସହିତ ଖାଇପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: