ଶରଦ ପାଓ୍ବାରଙ୍କ ଘରକୁ ଟେକାମାଡ଼

ଶରଦ ପାଓ୍ବାରଙ୍କ ଘରକୁ ଟେକାମାଡ଼

ପ୍ରିଜମ ନ୍ୟୁଜ ବ୍ୟୁରୋ: ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମ (ଏମ୍ଏସ୍ଅାର୍ଟିସି)ର ଅାନ୍ଦୋଳନରତ କର୍ମଚାରୀମାନେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍ସିପି) ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କ ବାସଭବନରେ ଧସେଇ ପଶିବା ସହ ଟେକା ଓ ଜୋତା ଫିଙ୍ଗିଛନ୍ତି। ଏମ୍ଏସ୍ଅାର୍ଟିସିକୁ ରାଜ୍ୟ ସରକାରରେ ସାମିଲ କରିବା ଦାବିରେ ଉତ୍ତ୍ୟକ୍ତ କର୍ମଚାରୀମାନେ ପ୍ରଥମ ଥର ପାଇଁ ଏଭଳି ହିଂସାତ୍ମକ ଅାନ୍ଦୋଳନ କରିଥିଲେ। ସେମାନେ ମହା ବକାଶ ଅଘାଡ଼ି ସରକାର ଏବଂ ପାଓ୍ବାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ପରେ ଅାନ୍ଦୋଳନକାରୀଙ୍କ ଏକ ଛୋଟ ଗୋଷ୍ଠୀ ବାରିକେଡ୍ ଭାଙ୍ଗି ପାଓ୍ବାରଙ୍କ ସିଲ୍ଭର ଓକ୍ସ ବିଲ୍ଡିଂ ନିକଟକୁ ଧାଇଁଯାଇ ଢେଲାମାଡ଼ କରିବା ସହ ଜୋତା ଫିଙ୍ଗିଥିଲେ। ପାଓ୍ବାରଙ୍କ ଝିଅ ତଥା ଏନ୍ସିପି ଏମ୍ପି ସୁପ୍ରିୟା ସୁଲେ ଅାନ୍ଦୋଳନକାରୀଙ୍କ ନିକଟକୁ ଅାସି ସେମାନଙ୍କୁ ଶାନ୍ତ ହେବା ଲାଗି ଅନୁରୋଧ କରିଥିଲେ। ବୁଝାମଣା ପାଇଁ ସୁଲେ ସେମାନଙ୍କ ସହ ବସିବେ ବୋଲି କହିବା ସତ୍ତ୍ୱେ ଉତ୍ତେଜିତ ଅାନ୍ଦୋଳନକାରୀମାନେ କିଛି ଶୁଣି ନ ଥିଲେ। ବରିଷ୍ଠ ପୋଲିସ ଅଧତ୍କାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଅାଣିଥିଲେ। ପାଓ୍ବାରଙ୍କୁ ଜେଡ୍-ପ୍ଲସ୍ ସୁରକ୍ଷା ମିଳିଥିବା ବେଳେ ଏଭଳି ଅଭୂତପୂର୍ବ ଅାକ୍ରମଣ ସମସ୍ତଙ୍କୁ ଅାଶ୍ଚର୍ଯ୍ୟ କରିଛି। ଗୃହ ବିଭାଗ ଏନ୍ସିପି ମନ୍ତ୍ରୀ ଦିଲୀପ ଓ୍ବାଲ୍ସେ ପାଟିଲଙ୍କ ହାତରେ ଥତ୍ବାବେଳେ ଗୋଇନ୍ଦା ବିଫଳତାକୁ ନେଇ ପ୍ରଶ୍ନ ଉଠିଛି। ଏହି ଘଟଣାରେ ୧୦୫ ଜଣଙ୍କୁ ଗିରଫ କରାଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: